କଂଗ୍ରେସ ବିଧାୟକ Sura Routray ଙ୍କର ଏମିତି କିଛି ମଜାଳିଆ କଥା, ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ରାଜନୀତି ଖେଳ ସମ୍ପର୍କରେ ନିଶ୍ଚିତ ଜାଣିଥିବେ । ଶାସକ ଦଳ ଏବଂ ବିରୋଧୀ ଦଳ ଙ୍କ ଭିତରେ ସବୁବେଳେ କୌଣସି ନା କୌଣସି କଥା କୁ ନେଇ ମତାନ୍ତର ହୋଇ ଥାଏ । କେହି କାହା ଉପରେ ଆରୋପ ଲଗାଇବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ ଆପଣ କଂଗ୍ରେସ ଦଳ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ବଦା ସମସ୍ତ ଙ୍କ ଉପରେ କିଛି ନା କିଛି ନିଜର ମନ୍ତବ୍ୟ ଦେଇଥାନ୍ତି ।


ସେ ନିଜର ଡାଇଲଗ ପାଇଁ ବହୁତ ଲୋକପ୍ରିୟ ମଧ୍ୟ । ତେବେ ସେ ମିଡ଼ିଆ ରେ ଇଣ୍ଟରଭିଉ ରେ କହୁଥିବା କଥା ପାଇଁ କିମ୍ବା ମନ୍ତବ୍ୟ କିମ୍ବା କାହାକୁ ସମାଲୋଚନା କରିବା ପାଇଁ ସର୍ଵଦା ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆପଣ ମାନେ ଜାଣିଥିବେ କି ସେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ନୂତନ ବର୍ଷ ପାଳନ କରିଥିଲେ । କିଛି ସାଧାରଣ ଲୋକ ଏବଂ କଂଗ୍ରେସ ର କର୍ମଚାରୀ ମାନେ ଆସି ତାକୁ ଫୁଲ ତୋଡ ଦେଇ ଅଭିନନ୍ଦନ ଜଣାଇଥିଲେ ।

ତେବେ ସେ କହିଥିଲେ କି ଏହି ନୂଆ ବର୍ଷ ରେ କଂଗ୍ରେସ ଦଳ ବହୁତ ଉନ୍ନତି କରିବ ଏବଂ ବର୍ତ୍ତମାନ ଏହି ଦଳ ବହୁତ ମଜବୁତ ଅଛି ବିଜେଡି ଏବଂ ବିଜେପି ଦୁର୍ବଳ ହୋଇ ଗଲେଣି । ନିଶ୍ଚିତ ଭାବରେ କଂଗ୍ରେସ ଶାସନ କୁ ଆସିବେ । ତେବେ ଏହା ସହ ସେ ନବୀନ ପଟ୍ଟନାୟକ ଏବଂ ପାଣ୍ଡ୍ୟାନ ଙ୍କ ର କାମ କୁ ନେଇ ପ୍ରଶଂସା ମଧ୍ୟ କରିଥିଲେ ।

କ୍ୟାବିନେଟ ରେ ଜଗନ୍ନାଥଙ୍କ ଜମିକୁ ଦଖଲଦାରମାନେ କିଣିବିକା କରିପାରିବେ । ପୂର୍ବରୁ ଯେଉଁମାନେ ଜଗନ୍ନାଥଙ୍କ ଜମି ରଖିଥିଲେ ସେମାନେ ସରକାରୀ କଟକଣା ଭିତରେ ସେହି ଜମିର ସଂପୂର୍ଣ୍ଣ ମାଲିକ ହୋଇପାରୁ ନ ଥିଲେ । ହେଲେ ସେହି ନିୟମକୁ ସଂଶୋଧନ କରାଯାଇ ଥିଲା ସେଥିପାଇଁ ସେ ତାଙ୍କ ପ୍ରଶଂସା କରିଛନ୍ତି ।


ତେବେ ଏହା ପରେ ସ୍ମାର୍ଟ କର୍ଡ଼ ବିଷୟରେ ମଧ୍ୟ କହିଥିଲେ ଏବଂ ସେଥିରେ ବିଜୁ ବାବୁ ଏବଂ ନବୀନ ବାବୁ ଙ୍କ ଫୋଟୋ କୁ ଦେଖି ସେ ଵ୍ୟଙ୍ଗ ରେ କହିଥିଲେ କି କାଲିକି ମହିଳା ମାନଙ୍କ ଚୁଟି ରେ ଶାଢ଼ୀ ରେ ବାଲ୍ଟି ରେ ସବୁ ଥିରେ ବିଜୁ ବାବୁ ଏବଂ ନବୀନ ବାବୁଙ୍କ ଫୋଟୋ ରହିବ । ଏହି ପରି ଆହୁରି ଅନେକ ଯୋଜନା ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି । ତେବେ ଆପଣଂକୁ ସୁର ରାଉତରାୟ କିପରି ଲାଗନ୍ତି ତାଙ୍କ କଥା କିପରି ଲାଗେ ନିଜର ମତାମତ ନିଶ୍ଚିତ ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *