ସାରା ଦେଶରେ ସାଧାରଣତନ୍ତ୍ର ଦିବସର ଖୁସି ମଧ୍ୟରେ ଚାଲିଥିଲା ଗଣଦୁଷ୍କର୍ମ, ଆଉ ତା’ ପରେ ଝିଅଟି ସହିତ ଯାହା କଲେ ଶୁଣିଲେ ଆପଣଙ୍କ ରକ୍ତ ଗର୍ଣ ହେଇଯିବ !

ନମସ୍କାର ବନ୍ଧୁଗଣ ତେବେ ଆମ ଦେଶରେ ଅପରାଧ ବଢିବାରେ ଲାଗିଛି । କିଛି ନା କିଛି ଦୁର୍ଘଟଣା କିମ୍ବା ଅପରାଧ ବିଷୟରେ ଶୁଣିବାକୁ ମିଳୁଛି । ତେବେ ସାଧାରଣତନ୍ତ୍ର ଦିବସ ପରି ଏକ ପବିତ୍ର ଦିନରେ ରାଜଧାନୀ ଦିଲ୍ଲୀରେ ଜଣେ ମହିଳା ଅପଅହରଣ ପରେ ଗଣଦୁଷକରମର ଶିକାର ହୋଇଛନ୍ତି । ଗଣଦୁଷକରମ ପରେ ପୀଡ଼ିତାଙ୍କୁ ଅନେକ ଅତ୍ୟାଚାର କରାଯାଇଛି । ଏହି ଘଟଣା ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଘଟିଛି ।

ପୋଲିସ୍ କହିବା କଥା ଯେ ଏହି ଘଟଣା ମହିଳାଙ୍କ ବ୍ୟକ୍ତିଗତ ଶତ୍ରୁତାର ପରିଣାମ । ଖାଲି ସେତିକି ନୁହେଁ ଅଭିଯୁକ୍ତ ମାନେ ମହିଳାଙ୍କ ବାଳ କାଟିବା ସହିତ ବେକରେ ଜୋତା ମାଳ ପକାଇ ରାସ୍ତାରେ ଚଲାଇବାକୁ ବାଧ୍ୟ କରାଯାଇଛି । ତେବେ ସୂଚନା ଯେ ପୀଡ଼ିତା ଜଣକ ବିବାହିତା ହୋଇଥିବା ସହିତ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି । ନଭେମ୍ବର ମାସରେ ପଡ଼ୋଶୀରେ ରହୁଥିବା ଜଣେ ଯୁବକ ତାଙ୍କ ପିଛା କରୁଥିଲା ।

ଯିଏକି ପରେ ଆତ୍ମହତୟା କରିଦେଇଥିଲା । ହେଲେ ଉକ୍ତ ଯୁବକଙ୍କ ଆତ୍ମହତୟା ପଛରେ ପୀଡ଼ିତା ମହିଳାଙ୍କୁ ଦାୟୀ କରିଥିଲେ । ଏହି ଘଟଣାର ସୂଚନା ମହିଳାଙ୍କ ସାନ ଭଉଣୀ ପୋଲିସ୍ କୁ ଦେଇଥିଲେ । ବର୍ତ୍ତମାନ ମହିଳାଙ୍କ କାଉନ୍ସିଲିଂ କରାଯାଉଛି । ତେବେ ପୋଲିସ୍ କହିଛି ଯେ, ବ୍ୟକ୍ତିଗତ ଶତ୍ରୁତା କାରଣରୁ ମହିଳା ଜଣକ ଗଣଦୁଷକରମ ପରି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର ଶିକାର ହୋଇଛନ୍ତି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି ଓ ତଦନ୍ତ ଜାରୀ ରହିଛି ।

ତେବେ ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଅଧିକାଂଶ ମହିଳା ପୀଡିତାଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଥିଲା । ତେବେ ସ୍ୱାତି ମଲିୱାଲ ଅପରାଧୀ ଙ୍କୁ ଗିରଫ ଏବଂ ସେହି ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା କୁ ନିର୍ଦେଶ ଦେଇଛନ୍ତି । ଏହି ଅପରାଧ ସଂପର୍କରେ ସେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିବା ଡିସିଡବ୍ଲୁ ମୁଖ୍ୟ କହିଛନ୍ତି । ଏହି ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

ପୀଡିତା ଓ ତାଙ୍କ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି ଦାବି କରିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟୁଇଟ୍ କରି କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଦିଲ୍ଲୀର ଏଲଜି, ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ଉଚିତ୍ । ଏହି ଅପରାଧ ଘଟଣାରେ ଚାରିଜଣ ମହିଳାଙ୍କୁ ଗିରଫ କରାଯାଇଛି ଏବଂ ଦୁଇ ଜଣ ପୁରୁଷଙ୍କ ସମେତ ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ଦିଲ୍ଲୀ ପୋଲିସ କହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *