ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଅଡ଼ୁଆ ରେ ବିଜେଡ଼ି ମୁଖିଆ । ଭୁବନେଶ୍ୱର ମେୟର ପଦବୀ ପ୍ରାର୍ଥୀ ଚୟନ ପାଇଁ ଏବେ ବଢ଼ିଛି ଅଡ଼ୁଆ । ରେସ ରେ ରହିଛନ୍ତି ଏକ ରୁ ଏକ ବଢ଼ିକରି ମହିଳା । ଯାହାକୁ ବି ଦେଖିବେ ସଭି ଙ୍କ ପଲା ରହିଛି ଭାରି । କେହିବି କାହାଠାରୁ କମ ନୁହନ୍ତି । ତେବେ ମୋଟ ପାଞ୍ଚ ଜଣ ମହିଳା ନେତ୍ରୀ ଙ୍କ ନାଁ ରେ ଏବେ ରାଜନୀତିକ ଚର୍ଚ୍ଚା । ଚର୍ଚ୍ଚା ରେ ଆଗ ଧାଡ଼ି ରେ ରହିଛନ୍ତି ଶ୍ରୀମୟୀ ମିଶ୍ର ।

ଯିଏ କି ଏବେ ଓଟିଟିସି ର ଚେୟାରମ୍ୟାନ ପଦବୀ ରେ ଅବସ୍ଥାପିତ ଅଛନ୍ତି ଏବଂ ଅନ୍ୟ ପଟେ ଲୋପାମୁଦ୍ରା ବକ୍ସିପାତ୍ର ମିଶନ ଶକ୍ତି ପରାମର୍ଶ ଦାତା ତଥା ବିଜେଡି ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ସେହିଭଳି ସମାଜସେବୀ ତଥା ବିଜେଡ଼ି ନେତ୍ରୀ ମୀରା ପରିଡ଼ା ମଧ୍ୟ ବିଜେଡ଼ି ତରଫ ରୁ ମେୟର ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ ଚଳଚ୍ଚିତ୍ର ଜଗତର ଆଗ ଧାଡ଼ି ର ଅଭିନେତ୍ରୀ ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ନାଁ ମଧ୍ୟ ଟପ୍ ୫ ଲିଷ୍ଟ ରେ ଥିବା ଆଲୋଚନା ହେଉଛି ।
ଏହା ସହିତ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ଭଉଣୀ ଇତି ସାମନ୍ତ ଙ୍କ ନାଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛି । ତେବେ ଏହି ସବୁ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ କିଏ କଡ଼ା ଟକ୍କର ଦେଇ ପାରିବ ଏବଂ ବିଜେଡ଼ି ର ଲେଡି ହିଟଲର୍ ହୋଇ ଅପରାଜିତା କୁ ସାମ୍ନା କରି ପାରିବ ତାହାକୁ ନେଇ ବର୍ତ୍ତମାନ ଚିନ୍ତା ରେ ବିଜେଡି ସରକାର । ତେବେ ଯିଏ ବି ପ୍ରାର୍ଥୀ ହୁଅନ୍ତୁ ନା କାହିଁକି ଆଶାୟୀ ଙ୍କ ନିରାଶା ରେ ବିଜେଡି ରେ ସୃଷ୍ଟି ହେବ ଫାଟ । କଣ ରହିବ ଦଳ ର ଅଥବା ବିଜେଡ଼ି କ୍ୟାପଟେନ ନବୀନ ପଟ୍ଟନାୟକ ଙ୍କ ନିଷ୍ପତ୍ତି ।

ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟ ପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ମାତ୍ ଦେଲା ଭଳି ପ୍ରାର୍ଥୀ ଖୋଜୁଖୋଜୁ ଦଳ କେଉଁ ନୂଆ ଚେହେରା କୁ ଦେବ ନାହିଁ ତ ସୁଯୋଗ, ତାହା ଏବେ ବଡ଼ ପ୍ରଶ୍ନବାଚୀ । ଯଦି ଦଳ ନୂଆ ଚେହେରା କୁ ସୁଯୋଗ ଦିଏ ତେବେବି ବଢ଼ିବ ଅଡ଼ୁଆ । ଦୀର୍ଘ ଦିନ ହେବ ଦଳ ପାଇଁ କାର୍ଯ୍ୟ କରି ଆସୁଥିବା ବା ବିରୋଧୀ ସାମ୍ନା କରି ସରକାର ଙ୍କ ପାଇଁ ନେତୃତ୍ୱ ନେଉଥିବା

ଏହି ପାଞ୍ଚ ମହିଳା ହୋଇ ପାରନ୍ତି ଅଶାନ୍ତି । ଯାହାକୁ ନେଇ ଏବେ ଦ୍ୱନ୍ଦ ଓ ପ୍ରତିଦ୍ୱନ୍ଦ ଲାଗି ରହିଥିବା ବେଳେ ଏଥର କିନ୍ତୁ ଭୁବନେଶ୍ୱର ମହାନଗର ନିଗମ ପାଇବାକୁ ଯାଉଛି ପ୍ରଥମ ମହିଳା ମେୟର । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ତେବେ କିଏ ହେବ ଭୁବନେଶ୍ୱର ମୁନ୍ସୀପାଲଟି ଇଲେକ୍ସନ ର ବିଜେଡ଼ି ପ୍ରାର୍ଥୀ ବର୍ତ୍ତମାନ ତାକୁ ହିଁ ଅପେକ୍ଷା ରହିଛି । ତେବେ ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

