ବଡ ଖବର ! ଖୋଲିବ School ଓ ହଟିବ ମାସ୍କ, ଦେଖନ୍ତୁ କେଉଁଠି ଓ କେବେ ଠାରୁ ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ବର୍ତ୍ତମାନ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି କରୋନା ପରେ ଓମିକ୍ରମ ର ଭୁତାଣୁ ଲୋକ ମାନଂକୁ ସଂକ୍ରମିତ କରୁଛି ଯାହା ଯୋଗୁଁ ସମସ୍ତ ରାଜ୍ୟ ରେ ସ୍କୁଲ,କଲେଜ ସବୁ ବନ୍ଦ ରହିଥିଲା ଏବଂ ଅନଲାଇନ ମାଧ୍ୟମରେ ପାଠ ପଢ଼ା ଯାଉଥିଲା । ତେବେ ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ମହାରାଷ୍ଟ୍ରରେ ଏବେ ଏହା ଖସିବାରେ ଲାଗିଛି ।

ଦୈନିକ ସଂକ୍ରମଣ ମାମଲା କମ୍‌ ରହୁଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ପୁଣି ସ୍କୁଲ ଖୋଲିବା ପାଇଁ ଯୋଜନା କରିଛନ୍ତି । ଆସନ୍ତା ୨୪ ତାରିଖରୁ ପ୍ରଥମ ଶ୍ରଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପୁଣି ସ୍କୁଲ ଖୋଲିବ । ଏନେଇ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡ ସୂଚନା ଦେଇଛନ୍ତି । ତେବେ ଜାନୁଆରୀ ୨୪ରୁ ଅଫ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହେବ । ମୁମ୍ବାଇରେ ମଧ୍ୟ ଜାନୁଆରୀ ୨୪ରୁ ହିଁ ପିଲାମାନେ ସ୍କୁଲ ଯିବେ ।

ନିକଟରେ ପୂର୍ବରୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ ଆଗାମୀ ୧୦ରୁ ୧୫ ଦିନ ଭିତରେ ପୁଣିଥରେ ସ୍କୁଲ ଖୋଲିବା ପାଇଁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନା ମୁତାବକ କରୋନା ମାମଲା ବୃଦ୍ଧି ପାଇବା ଯୋଗୁଁ ଜାନିଆରୀ ୮ରେ ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ସ୍କୁଲ ବନ୍ଦ ରଖିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଥିଲା ।


ସେପଟେ ବୃହାନମୁମ୍ବାଇ ନଗର ନିଗମ ମୁମ୍ବାଇରେ ଜାନୁଆରୀ ୩୧ ଯାଏଁ ସ୍କୁଲ ବନ୍ଦ ରଖିବାକୁ କହିଥିଲା । ଏବେ କିନ୍ତୁ ରାଜ୍ୟରେ କରୋନା ମାମଲା କମିବାରେ ଲାଗିଛି । ଏଥିଯୋଗୁଁ ସ୍କୁଲଗୁଡିକୁ ପୁଣି ଥରେ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ୍ରରେ ବୁଧବାର ୪୩,୬୯୭ କରୋନା ମାମଲା ସାମ୍ନାକୁ ଆସିଥିଲା । ସେହିପରି ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୬୦୩୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମୁମ୍ବାଇରେ ବର୍ତ୍ତମାନ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୧,୮୫୬ ରହିଛି ।


ତେବେ ଆପଣ ମାନେ ଘରେ ରୁହନ୍ତୁ ମାସ୍କ ବ୍ୟବହାର କରନ୍ତୁ, ହାତକୁ ଭଲ ଭାବରେ ସଫା କରନ୍ତୁ ଏବଂ ସାନିଟାଇଜର ମଧ୍ୟ ପାଖରେ ରଖନ୍ତୁ । ତେବେ ନିଜେ ସୁରକ୍ଷିତ ରୁହନ୍ତୁ ସାଵଧାନ ରୁହନ୍ତୁ ଏବଂ କୋଭିଡ ର ଅନ୍ୟ ସମସ୍ତ ନିୟମ କୁ ମାନି ରୁହନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *