ବୁଧବାରର ରାଶିଫଳ 27 ମେ 2020, ଭଗବାନ ଗଣେଶ ଏହି 4ଟି ରାଶି ଉପରେ କଲେ କୃପା, ଅଧା ରହିଥିବା ସବୁ କାମ ଆଜି ହେବ ପୁରା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 27 ମେ 2020 ବୁଧବାରର ରାଶିଫଳ ।

ମେଷ

ଆଜିର ଦିନଟି ଏହି ରାଶି ପାଇଁ ସାମାନ୍ୟ ରହିବ । ପାର୍ଟନରଙ୍କ ଭାବନାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ତ ଅନୁଭବ କରିବେ । କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ । ପରିବାରରେ କାହାର ଦେହ ଖରାପ ହେବା କାରଣରୁ ଚିନ୍ତା ବଢିବ ଏବଂ କିଛି ଜରୁରୀ କାମ ପୁରା ହୋଇ ପାରିବ ନାହିଁ । ଧନ ପ୍ରାପ୍ତି ପାଇଁ କୌଣସି ନୂଆ ସୂତ୍ର ମିଳିପାରେ ।

ବୃଷ

ଆଜି ଆପଣଙ୍କର ଅଟକି ଥିବା କାମ ପୁରା ହେବ । ବିପଦପୂର୍ଣ କାମରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହେବ । ପାରିବାରିକ କାର୍ଯ୍ୟରେ ମିଳିମିଶି ଚାଲିବା ଲାଭଦାୟକ ହେବ । ସମାଜରେ ମାନ ସଂମ୍ମାନ ମିଳିବ । ଘରୋଇ କାର୍ଯ୍ୟରେ ଅଧିକ ସକ୍ରିୟ ରହିବେ କଥା ହେବା ସମୟରେ ନରମ ରୁହନ୍ତୁ । ବ୍ୟବସାୟ କ୍ଷେତ୍ରରେ ଆପଣ ଖ୍ୟାତି ଅର୍ଜନ କରିବେ । ନୂଆ ବସ୍ତ୍ର ଏବଂ ଅଭୂଷଣ ପଛରେ ଅଧିକ ଖର୍ଚ କରି ପାରନ୍ତି, ଆଜି ସବୁ ଲୋକ ଆପଣଙ୍କ ଠାରୁ ବହୁତ ଆଶା ରଖିବେ ।

ମିଥୁନ

ବନ୍ଧୁ ଏବଂ ପରିବାର ସହିତ ଖୁସିର ସମୟ କାଟିବେ । ଜୀବନସାଥୀଙ୍କୁ ଆଜି ଆପଣଙ୍କ ଠାରେ କିଛି ଅଭିଯୋଗ ରହିବ ଯାହାର ସମାଧାନ କରିବା ଆପଣଙ୍କୁ ବହୁତ କଷ୍ଟ ହେବ କିନ୍ତୁ ଧୀରେ ଧୀରେ ସବୁ ଠିକ ହୋଇଯିବ । ବ୍ୟବସାୟୀ ମାନଙ୍କୁ ବ୍ୟବସାୟରେ ଲାଭ ହେବ । ଅବିବାହିତା ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଅଯୋଥା ଖର୍ଚ ହୋଇ ପାରେ । ଆପଣ ଆଜି ଯାତ୍ରା କରି ପାରନ୍ତି । ମୌସମ ଅନୁସାରେ ଖାଇବା ପିଇବାର ଧ୍ୟାନ ରଖନ୍ତୁ ।

କର୍କଟ

ଆଜି ଆପଣ ନିଜ ଜୀବନରେ ଅପାର ସଫଳତା ହାସଲ କରିବା ସହିତ ଆପଣଙ୍କର ପ୍ରେମକୁ ମଧ୍ୟ ହାସଲ କରିବାରେ ସଫଳତା ହାସଲ କରିବେ । ଘରଏ ସାଜସଜାରେ ମଧ୍ୟ ପରିବର୍ତ୍ତନ କରିବେ ଏହାଦ୍ଵାରା ମାନସିକ ଶାନ୍ତି ମିଳିବ । ପ୍ରପୋର୍ଟି ସହିତ ଯୋଡି ହୋଇଥିବା କାର୍ଯ୍ୟରୁ ମଧ୍ୟ ଲାଭ ମିଳିବ । ଅଫିସ କିମ୍ବା ବ୍ୟବସାୟରେ କେହି ନୂତନ ପଦକ୍ଷେପ ନେଇ ପାରେ । ବିବାଦୀୟ ମାମଲା ରାଜ୍ୟ ସପକ୍ଷରେ ସମାଧାନ ହେବ । ଜୀବନସାଥିଙ୍କ ସହିତ କୌଣସି ବିଷୟ ପାଇଁ ଝଗଡା ହୋଇ ପାରେ ।

ସିଂହ

ଆଜି ଆପଣଙ୍କୁ ବହୁତ ଧନ ଲାଭ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ଲଗାତାର ଦୃଢ ରହିବ । କିନ୍ତୁ ଘରୋଇ ସୁଖ ସୁବିଧା ପାଇଁ ଜିନିଷ କିଣିବାରେ ଦରକାର ଠାରୁ ଅଧିକ ଖର୍ଚ କରନ୍ତୁ ନାହିଁ । କୌଣସି ପ୍ରିୟ ବନ୍ଧୁଏନକେ ସହିତ ଭେଟ ହୋଇ ପାରେ । ବାପା ମାଆ ଙ୍କ ସହିତ ସମୟ ଅତିବାହିତ କରିବେ । ଯେଉଁ କାରଣରୁ ଆପଣ ଘରେ ଖୁଶିର ବାତାବରଣ ସୃଷ୍ଟି କରି ପାରିବେ । ଜୀବନରେ ଶୀଘ୍ର ପ୍ରଗତି କରିବା ପାଇଁ ଆପଣଙ୍କୁ ପରିବାର ଏବଂ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡିପାରେ ।

କନ୍ୟା

ଆଜି ଆପଣଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ଏବଂ ଆଧାତ୍ମିକ ବହି ପଢିବା ପାଇଁ ଇଛା କରିବେ । ଆସ୍ଥା ଏବଂ ବିଶ୍ଵାସର ସହିତ କାମ କରନ୍ତୁ । ପରିବାର ଲୋକଙ୍କର ସହଯୋଗ ମିଳିବ । ପଡୋଶୀଙ୍କ ଠାରୁ ସତର୍କ ରୁହନ୍ତୁ । ଅନ୍ୟର ସାହାଯ୍ୟ କରିବା ପାଇଁ ଆପଣ ନିଜର ସମୟ ଏବଂ ଶକ୍ତି ଲଗାନ୍ତୁ, ଏମିତି ମାମଲାରେ ପଡନ୍ତୁ ନାହିଁ ଯାହା ସହିତ ଆପଣଙ୍କର କିଛି ସମ୍ପର୍କ ନାହିଁ । ହଠାତ ଧନ ଲାଭ ହେବା ସହିତ ସନ୍ତାନର ଲାଭ ହେବ ।

ତୁଳା

ଆଜି ଆପଣ ସବୁ ପଦକ୍ଷେପ ଭାବିଚିନ୍ତି ଉଠାନ୍ତୁ । କିଛି ଏମିତି ବି ପରିସ୍ଥିତି ଆପଣଙ୍କ ସାମନାକୁ ଆସିବ ଯାହାଦ୍ୱାରା ଆପଣଙ୍କର ଭାବନା ବଦଳି ଯିବ । ଆପଣଙ୍କୁ ମାନସିକ ଚିନ୍ତାର ସାମନା କରିବାକୁ ପଡିପାରେ । ଆଜି ଆପଣଙ୍କର ରୋଜଗାର ବଢିପାରେ । କାହା କଥା ଶୁଣନ୍ତୁ ନାହିଁ କି ଫାଲତୁ ବିଚାରରେ ନିଜର ସମୟ ବର୍ବାଦ କରନ୍ତୁ ନାହିଁ । ବିଦ୍ୟାର୍ଥୀ ମାନଙ୍କର ମନ ପଠା ପଢିବାରେ ଲାଗିବ ନାହିଁ । କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ଖୁସି ରହିବ ।

ବିଛା

ଆଜି ଆପଣଙ୍କୁ ଧନ ପ୍ରାପ୍ତି ହେବ । କାହାର ଆଲୋଚନା ପଛରେ ଆପଣଙ୍କର ଲାଭର କଥା ଲୁଚି ରହିଛି ଏଥିପାଇଁ ସବୁ କଥାକୁ ବିନମ୍ରତାର ସହିତ ବୁଝିବା ଜରୁରୀ ଅଟେ । ପୁରୁଣା ସମସ୍ୟା ଶେଷ ହୋଇ ପାରେ । କିଛି ମାମଲାରେ ଆପଣ ଜିଦି କରି ପାରନ୍ତି । କୌଣସି ପ୍ରକାରର ନୂଆ ନିବେଶ କରିବା ପାଇଁ ଦିନଟି ଭଲ ନୁହେଁ । ପୁରୁଣା ସମ୍ପର୍କକୁ ପୁଣି ଠାରେ ଆପଣାଇବା ପାଇଁ ଆଜିର ଦିନଟି ଭଲ ଅଛି ।

ଧନୁ

ଆଜି ଆପଣ ନିଜର ଦୃଷ୍ଟିକୋଣ ସକାରାତ୍ମକ ରଖନ୍ତୁ । ଆଜି କିଛି ସମସ୍ୟା ଆପଣଙ୍କୁ ଚିନ୍ତିତ କରି ପାରେ । ପୁରୁଣା କର୍ଜ ଫେରାଇବାରେ ମଧ୍ୟ ଆପଣଙ୍କୁ କିଛି ଅସୁବିଧା ହୋଇ ପାରେ । ଶତ୍ରୁ ଆପଣଙ୍କ କାମରେ ବାଧା ଦେବାରେ ସଫଳ ହୋଇ ପାରିବେ ନାହିଁ । ଆଜି ଆପଣ ନିଜର କାର୍ଯ୍ୟ ଜୀବନରେ ସଫଳ ରହିବେ । ପୁରୁଣା ଚିନ୍ତା ଆଜି ଶେଷ ହୋଇ ପାରେ । ବନ୍ଧୁଏନକେ ଠାରୁ ସହଯୋଗ ମିଳିପାରେ । ବଜରଙ୍ଗବାଲି ଙ୍କ କୃପାରୁ ଏହି ରାଶି ଲୋକଙ୍କର ବହୁତ ଦିନ ଧରି ଅଟକି ଥିବା କାମ ପୁରା ହେବ ।

ମକର

ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରର ପ୍ରଗତି ପାଇଁ ଅଲଗା ଲଗା କ୍ଷେତ୍ରରେ ଭାଗ୍ୟକୁ ଆପଣାଇବା ପାଇଁ ସୁଯୋଗ ପାଇବେ । ଆପଣଙ୍କର ଆର୍ଥିକ ପରିସ୍ଥିତିରୁ ବାହାରିବା ପାଇଁ କୌଣସି ଆର୍ଥିକ ପରାମର୍ଶଦାତାଙ୍କ ଆବଶ୍ୟକତା ପଡିବ । ଏହି ରାଶିର ଲୋକଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିପାରେ । ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଆଜି ଅଧିକ କାମ ରହିବ ସେଥିପାଇଁ ଧର୍ଯ୍ୟ ରଖନ୍ତୁ । କରିଥିବା କାମର ଭଲ ଫଳ ଆପଣଙ୍କୁ ମିଳିବ । କାର୍ଯ୍ୟପ୍ରଣାଳୀରେ ସୁଧାର କରିବା ଆବଶ୍ୟକ ଅଟେ ।

କୁମ୍ଭ

ଆଜି ଆପଣ ନିଜ ପାଇଁ କିଛି ସମୟ ବାହାର କରିବେ ଏବଂ ମନକୁ ଶାନ୍ତ ରାଖୀ ନିଜ ଯୋଜନା ଅନୁସାରେ କାମ କରିବେ । ସହକର୍ମୀଙ୍କର ସହଯୋଗ ମିଳିବ ନାହିଁ । ସନ୍ତାନ ମାନଙ୍କର ଚିନ୍ତା ରହିବ । ଆଗାମୀ ସମୟରେ ଧନ ଲାଭ ହୋଇ ପାରେ ଏବଂ ଯେଉଁ ବ୍ୟକ୍ତି କଳା କିମ୍ବା ଲେଖନରେ ଯୋଡି ହୋଇଥିବେ ସେମାନଙ୍କ ପାଇଁ ଆଗାମୀ ସମୟ ବହୁତ ଲାଭଦାୟକ ହେବ । ଆପଣଙ୍କର ଛୋଟ କାମ ସେମାନଙ୍କର ଉତ୍ସାହ ବଢାଇବ । ଅଟକି ଥିବା ସରକାରୀ କାମକୁ ପୁରା କରିବା ପାଇଁ ଚେଷ୍ଟା କରି ପାରନ୍ତି ।

ମୀନ

ଆଜି ଆପଣ ଯାତ୍ରା କରି ପାରନ୍ତି । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ଆଜି ଆପଣଙ୍କୁ ନିଜର ଭାବନା ଉପରେ ନିୟାତ୍ରଣ ରଖିବାକୁ ପଡିବ । ଜୀବନସାଥି ଏବଂ ପିଲାଙ୍କ ଠାରୁ ବହୁତ ସ୍ନେହ ଏବଂ ସହଯୋଗ ମିଳିବ । ଉପହାର ଏବଂ ମାନ ସଂମ୍ମାନ ଦ୍ଵାରା ମନ ଖୁସି ରହିବ । ଆପଣଙ୍କ ବେପାରରେ ବୃଦ୍ଧି ହେବ । ନିଜର ଲକ୍ଷ ଉପରେ ଧ୍ୟାନ ରଖିଥାନ୍ତୁ । ଯେଉଁ କାମରେ ଯୋଡି ହୋଇ ରହିଛନ୍ତି ସେଥିରେ ଭରସା ରଖିବା ଜରୁରୀ ଅଟେ ।  ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *