ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ତୃତୀୟ ଲହର ଚାଲିଛି ଓ ଏହି ଜଟିଳ ସମୟରେ ମଧ୍ୟ ରାଜ୍ୟରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସୁଛି । କରୋନା ମହାମାରୀର ତୃତୀୟ ଭେରୀଏଣ୍ଟ ଓମିକ୍ରନ ଲୋକ ମାନଙ୍କ ଚିନ୍ତା ବଢାଇବାରେ ଲାଗିଛି ଓ ଅନ୍ୟ ପକ୍ଷରେ ସରକାର କରୋନା କଟକଣା ପୁଣି ଲାଗୁ କରିଛନ୍ତି । ସମସ୍ତ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଓ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ଲୋକ ମାନେ ଏହି କଟକଣାକୁ ମାନିବେ ନାହିଁ ସେମାନଙ୍କୁ ପୋଲିସ ପ୍ରଶାସନ ଦ୍ଵାରା ଚାଲାଣ କାଟିବାକୁ ପଡିବ । ତେବେ ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପୋଲିସ ଲୋକ ମାନଙ୍କର ମାସ୍କ ଚେକିଂ କରୁଛି ଯେଉଁ ଲୋକମାନେ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି । ହେଲେ ବନ୍ଧୁଗଣ ଥରେ ଭାବନ୍ତୁ ଯିଏ ମାସ୍କ ଚେକିଂ କରି ଟଙ୍କା ନେଉଛି ଯଦି ସେ ମାସ୍କ ନପିନ୍ଧିବ ତା ହେଲେ ଆପଣ କଣ କରିବେ ।
ଏଭଳି ଏକ ଘଟଣାର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଘଟଣାଟି ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ରାଜଧାନୀ ଭୁବନେଶ୍ଵରରେ କିଛି ପୋଲିସ କର୍ମୀ ଲୋକ ମାନଙ୍କର ମାସ୍କ ଚେକିଂ କରୁଥିଲେ ହେଲେ ଯିଏ ଚାଲାଣ କାଟୁଥିଲେ ସେହି ପୋଲିସ ଜଣକ ନିଜେ ମାସ୍କ ପିନ୍ଧି ନଥିଲେ । ପୋଲିସ ବାବୁ ଜଣକ ମାସ୍କ ନପିନ୍ଧି ଚାଲାଣ କାଟୁ ଥିବାରୁ ଜନସାଧାରଣଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା । ସେହି ସ୍ଥାନରେ ଥିବା ଲୋକମାନେ ପୋଲିସ କର୍ମଚାରୀଙ୍କୁ ‘ଆପଣ କାହିଁକି ମାସ୍କ ପିନ୍ଧି ନାହାନ୍ତି’ ବୋଲି ପ୍ରଶ୍ନ କରିଥିଲେ ।

ଲୋକମାନେ ତାଙ୍କୁ ରାସ୍ତା କଡକୁ ଟାଣି ନେଇ ଥିଲେ ଓ ମାସ୍କ ନପିନ୍ଧିବାର କାରଣ ବିଷୟରେ ପଚାରିଥିଲେ । ପୋଲିସ ବାବୁ କେବଳ ଗୋଟିଏ କଥା କହୁଥିଲେ ଯେ, ମାସ୍କ ତାଙ୍କ ଗାଡିରେ ଅଛି । ପରିସ୍ଥିତି ଅଣାୟତ ହେବାରୁ ସେହି ସ୍ଥାନରୁ ଚମ୍ପଟ ମାରିଥିଲେ ପୁରା ପୋଲିସ ଟିମ । ଏହି ଘଟଣାକୁ ନେଇ ସବୁ ଆଡେ ଚର୍ଚା ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

