ଭାରତରେ ବିସ୍ଫୋରଣ ଘଟାଇବ Omicron,14 ଲକ୍ଷ ଛୁଇଁବ ଦୈନିକ ସଂକ୍ରମଣ, ଦେଖନ୍ତୁ କଣ କହୁଛନ୍ତି ବିଶେଷଜ୍ଞ ମାନେ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଭାରତରେ କରୋନ ର ନୂଆ ଭାରିଆଣ୍ଟ OMICRON ର ଦୈନିକ ସଂକ୍ରମଣ ୧୪ ଲକ୍ଷ ହୋଇପାରେ । କେନ୍ଦ୍ର ସରକାର ଙ୍କ ପକ୍ଷରୁ ଗଠିତ କୋଭିଡ଼-୧୯ ଟାକ୍ସପୋର୍ସ ର ମୁଖ୍ୟ ତଥା ନୀତିଆୟୋଗ ର ସଦସ୍ୟ ଡାକ୍ତର VK ପୌଲ ଏହା ଆକଳନ କରିଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ବ୍ରିଟେନ ରେ ଏହାର ଭୟାବହତ କୁ ଲକ୍ଷ କରି ଏପରି ଆକଳନ କରୁଛନ୍ତି ଡାକ୍ତର VK ପୌଲ । ସେ କହିଛନ୍ତି ଯେ, ଏହି ଦୁଇ ଦେଶର ଲୋକ ସଂଖ୍ୟା ହିସାବରେ ଭାରତର ଜନସଂଖ୍ୟା ବହୁତ ଅଧିକ ।

ଏଣୁ ଦୈନିକ ୧୪ ଲକ୍ଷ ପର୍ଯ୍ୟନ୍ତ ଲୋକ ସଂକ୍ରମିତ ହୋଇପାରନ୍ତି । ଗତ ଏପ୍ରିଲ ତଥା ମଇ ରେ ଆସିଥିବା କରୋନା ର ଅନ୍ୟତମ ଭାରିଆଣ୍ଟ ଡେଲ୍ଟା ଯୋଗୁଁ ସ୍ୱାସ୍ଥ୍ୟ ସେବା ଗଭୀର ଭାବରେ ପ୍ରଭାବିତ ହୋଇଥିଲା । ଦୈନିକ ୪ ଲକ୍ଷରୁ ଅଧିକ ଲୋକ ସେହି ସମୟରେ ସଂକ୍ରମିତ ହୋଇଥିଲେ । ଏଣୁ OMICRON ମଧ୍ୟ ଆଗକୁ ସେହିଭଳି ଭୟ ଆଣିପାରେ ବୋଲି ସେ ସତର୍କ କରାଇଛନ୍ତି ।

ଏଥିପାଇଁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଦେଶରେ ଏବେ, ଆର ଭାଲ୍ୟୁ ସ୍ତିର ରହିଛି । ଗତ ୨୦ ଦିନ ହେବ ଦୈନିକ ସଂକ୍ରମଣ ୧୦ ହଜାର ତଳେ ଅଛି । ଦେଶରେ OMICRON ସଂକ୍ରମଣ ଆରମ୍ଭ ହୋଇଥିଲେ ମଧ୍ୟ ଦୈନିକ ସଂକ୍ରମଣ ରେ ସେହିଭଳି ବୃଦ୍ଧି ହୋଇନାହିଁ । ଭାରତର ଜୋକିଆ ହିତାଧିକାରୀ ଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ରୁ ଅଧିକ ଟୀକା ନେଇ ସାରିଲେଣି ।

ଏଣୁ OMICRON ପ୍ରଭାବ କମ ରହିବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀ ଏହି ବାବଦରେ କହିଛନ୍ତି ଯେ OMICRON ର ସଂକ୍ରମଣ ପ୍ରକ୍ରିୟା ୭୦ ଭାଗ ରହିଅଛି ମାତ୍ର ମାରଣ ପ୍ରକ୍ରିୟା ୧୦ ଭାଗରୁ ଭାଗେ ରହିଅଛି ଡେଲ୍ଟା ଠାରୁ । ମାତ୍ର ଡାକ୍ତର VK ପୌଲ ଯେଉଁ କଥା କହିଛନ୍ତି ଯେ ୧୪ ପ୍ରତିଶତ ଲୋକେ ପ୍ରତିଦିନ ସଂକ୍ରମିତ ହୋଇପାରନ୍ତି ।

ଡେଲ୍ଟା ରେ ଆମ୍ଭେ ୧୪ ଲକ୍ଷ ରୁ ସାଡେ ୪ ଲକ୍ଷ ସଂକ୍ରମିତ ହେବାର ଦେଖିଥିଲେ, କିଭଳି ହା ହା କାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଯଦି ୧୪ ଲକ୍ଷ ଲୋକ OMICRON ରେ ଆକ୍ରାନ୍ତ ହୁଅନ୍ତି ତେବେ ପରିସ୍ଥିତି ସଂପୂର୍ଣ୍ଣ ଭାବରେ ବିଗିଡିଯିବ । ଏଣୁ ଆପଣ ମାନଙ୍କୁ ବିନୀତ ଅନୁରୋଧ କି ସତର୍କତା ର ସହିତ ସୁରକ୍ଷା ର ନିୟମ ଅବଲମ୍ବନ କରି ଜୀବନ ଜାପନ କରନ୍ତୁ ।

ବନ୍ଧୁଗଣ ଏହି ବିବରଣୀ ସମ୍ପର୍କରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *