ବନ୍ଧୁଗଣ, ସୁମିତଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ତପସ୍ଵିନୀ । ଏବଂ ପ୍ରଶ୍ନ କରି କହିଥିଲେ ଆଜି ପର୍ଯ୍ୟନ୍ତ କେଉଁଠି ଥିଲେ ସୁମିତ ? କାଲି କୋର୍ଟରେ ଶୁଣାଣି ଥିବାରୁ ଆଜି ଅଡିଓ ଜାରି କରିଛନ୍ତି । ଟିକେ ପଛ କଥା ମନେ ପକେଇଲେ ଆପଣ ଜାଣିପାରିବେ କିଏ ଠିକ କରିଛି କିଏ ଭୁଲ କରିଛି ? ଭଲ ପାଇବାର ମାନେ କଣ ? ଡ଼ାକ୍ତର ସୁମିତ ଜାଣିନାହାନ୍ତି ବୋଲି ମାମଲା ଅଭିଯୋଗ କରିଛନ୍ତି ତପସ୍ଵିନୀ ।
ତପସ୍ଵିନୀ ପ୍ରତିକ୍ରିୟା କରି କହିଛନ୍ତି,- ଏତେ ଦିନ ହେବ କେଉଁଠି ଥିଲେ ସୁମିତ ? କୁଆଡେ ଯାଇଥିଲେ କାଲି ଯେହେତୁ କୋର୍ଟର ଶୁଣାଣି ଆଜି ଅଡିଓ ଜାରି କରି ପଠାଇଦେଲେ । ଲୋକ କ’ଣ ଭାବିବେ କ’ଣ କହିବେ ସେଥିପାଇଁ ଆଜି ଅଡିଓ ଜାରି କରିଦେଲେ ? ଯଦି ମୋତେ ଫୋନ କଲେ ନାହିଁ ଠିକ ଅଛି ଏମିତି ଅଡିଓ ଜାରି କରି ମୁଁ ଅପପ୍ରଚାର କରୁଛି ବୋଲି କହୁଛନ୍ତି, ଯଦି ମୁଁ ଅପପ୍ରଚାର କରୁଛି ବୋଲି ସେ ଭାବୁଛନ୍ତି ତେବେ ପ୍ରଥମ ଦିନରୁ ହିଁ ମୋ ବିଷୟରେ ନ୍ୟୁଜ ଚାଲିଛି ।
ସବୁ ଜାଗାରେ ମୋ ବିଷୟରେ ହିଁ ନ୍ୟୁଜ ଚାଲିଛି, ସେ କ’ଣ ପ୍ରଥମ ରୁ ନ୍ୟୁଜ ଦେଖୁନଥିଲେ ? ହଠାତ ଆଜି ଦେଖିକି ଅପପ୍ରଚାର କହି ଅଡିଓ ଛାଡ଼ିଦେଲେ ତାଙ୍କ ମନ ଇଚ୍ଛାରେ । ତାଙ୍କ ଭାବନା ହେଉଛି ଝିଅ ମାନେ ହେଉଛନ୍ତି ଖେଳଘର । ତାଙ୍କର କିଛି ଇଜ୍ଜତ ନାହିଁ । କେବଳ ପୁଅ ମାନଙ୍କର ଇଜ୍ଜତ ଅଛି । ପୁଅମାନେ ସବୁକିଛି କରିପାରିବେ । ଝିଅମାନେ କିଛି ପାରିବେନି ଏମିତି ଖାଲି ବସିଥିବେ ।
ତପସ୍ଵିନୀ କାନ୍ଦି କାନ୍ଦି ମି-ଡ଼ି-ଆ ଆଗରେ କହୁଛନ୍ତି ଆମର କ’ଣ ମାନ ସମ୍ମାନ କିଛି ନାହିଁ ? ଲୋକମାନେ ଆମକୁ ଖାଲି ଛି ଛି କହୁଥିବେ, ଏମିତି କ’ଣ ପାଇଁ କରୁଛନ୍ତି ସୁମିତ ? ସେ ଜାଣିବା କଥା ଯେ ମୁଁ ଗୋଟେ ଝିଅ । ମୁଁ କଣ ଖରାପ କରିଥିଲି ? ତାଙ୍କର କଣ କିଛି ଭୁଲ ନାହିଁ ? ତାଙ୍କର ଜାଣିବା କଥା ସେ ବୋଧେ ପଛ କଥା ସବୁ ଭୁଲି ଯାଉଛନ୍ତି, ତାଙ୍କୁ ପଛ କଥା ଟିକେ ମନେ ପକେଇବା ଦରକାର ।
ସେ ନିଜେ ଜାଣିପାରିବେ ତାଙ୍କ ଭୁଲ କେଉଁଠି ଆଉ ସେ କଣ ଭୁଲ କରିଛନ୍ତି ? ଏବଂ ମୁଁ କଣ କରୁଛି ? ଯେତେବେଳେ ମୁଁ ଶୁଣିବାକୁ ପାଇଲି ଗଣମାଧ୍ୟମ ଜରିଆରେ ତାଙ୍କ ଦରମା କାଟିଦେଲେ । ଏହାପରେ ବି ମୁଁ କହୁଛି ମୁଁ ତାଙ୍କ ସହ ରହିବା ପାଇଁ, କାରଣ ସେ ମୋ ସ୍ଵାମୀ ଏବଂ ମୁଁ ତାଙ୍କ ସ୍ତ୍ରୀ । ସେ କିଛି ବି ଚାକିରି ନ କରନ୍ତୁ, ଯାହା ବି କରନ୍ତୁ, ଯେମିତି କରନ୍ତୁ, ମୁଁ ତାଙ୍କ ସହ ରହିବାକୁ ଚାହୁଁଛି ।
ସୁମିତ କହୁଛନ୍ତି ମୋତେ ବର୍ବାଦ କଲା ପରେ କାହିଁକି ମୋ ସହ ରହିବାକୁ ଚାହୁଁଛୁ ? କାରଣ ତୁମେ ଭଲ ପାଇବାର ମୂଲ୍ୟ କଣ ଜାଣିନ, ବାହାଘର ର ମୂଲ୍ୟ କଣ ଜାଣିନ, ଯଦି ସେ ଭଲ ପାଇବାର ମୂଲ୍ୟ କ’ଣ ଜଣିଥାନ୍ତେ, ମୋ ସହ ଏହିଭଳି ଖେଳ ଖେଳି ନ ଥାନ୍ତେ । ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ତପସ୍ଵିନୀ । ବନ୍ଧୁଗଣ ଏହି ବିଷୟ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।