ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସେଫ ଅଲି ଖାନ ।
ଆପଣ ମାନେ ସମସ୍ତେ ସେଫ ଅଲି ଖାନଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ସେଫ ହେଉଛନ୍ତି ଟୌଦିର ନଓ୍ବାବ ଏବଂ ତାଙ୍କୁ ବଲିଉଡର ନବାବ ମଧ୍ୟ କୁହାଯାଏ ।ସେ ରାଜକୀୟ ପରିବାରରୁ ଆସିଛନ୍ତି । ସେଫ ବର୍ଷରେ ଅନେକ ଚଳଚ୍ଚିତ୍ର ଏବଂ ବିଜ୍ଞାପନ କରି ବହୁତ ଟଙ୍କା ଅର୍ଜନ କରନ୍ତି ଏହା ବ୍ୟତୀତ ତାଙ୍କ ପାଖରେ ପୂର୍ବଜଙ୍କ ସମ୍ପତ୍ତି ମଧ୍ୟ ଅଛି ।
ଖବର ଅନୁଯାୟୀ, ହରିୟାଣା ସ୍ଥିତ ପଟୌଦି ପ୍ୟାଲେସ୍ ଏବଂ ଭୋପାଳରେ ପୈତୃକ ସମ୍ପତ୍ତି ସମେତ ଏହି ଅଭିନେତାଙ୍କର ୫୦୦୦ କୋଟି ମୂଲ୍ୟର ସମ୍ପତ୍ତି ରହିଛି । କିନ୍ତୁ ଏଥିରେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏତେ ବଡ ସମ୍ପତ୍ତିର ମାଲିକ ହେବା ପରେ ମଧ୍ୟ ସେଫ ଏହାକୁ ନିଜ ପିଲାମାନଙ୍କୁ ଦେଇ ପାରିବେ ନାହିଁ । ଏହାର କାରଣ କଣ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବ୍ରିଟିଶ ସମୟରେ ସେଫ ଅଲି ଖାନଙ୍କ ଜେଜେବାପା ହମିଦୁଲ୍ଲା ଖାନ ନବାବ ଥିଲେ କିନ୍ତୁ ସେ ତାଙ୍କ ସମ୍ପତ୍ତିର କୌଣସି ଇଚ୍ଛା କରିନଥିଲେ । ସେଫ ପ୍ରଥମେ ଅମୃତା ସିଂଙ୍କୁ ବିବାହ କରିଥିଲେ ହେଲେ ପରେ ସେମାନଙ୍କ ଛାଡପତ୍ର ହୋଇଥିଲେ । ଏହି ବିବାହରୁ ତାଙ୍କର ସାରା ଅଲି ଖାନ ଏବଂ ଇବ୍ରାହିମ ଅଲି ଖାନ ନାମକ ଦୁଇଟି ସନ୍ତାନ ଅଛନ୍ତି । ଏହା ବ୍ୟତୀତ ସେ ଦ୍ୱିତୀୟ ଥର ପାଇଁ କରୀନା କପୁର ଖାନଙ୍କୁ ବିବାହ କରିଥିଲେ ।
ଏହା ସହିତ ସେମାନଙ୍କର ତୈମୁର ଏବଂ ଜେହ ନାମକ ଦୁଇଟି ପୁତ୍ର ଅଛନ୍ତି ।ସେଫଙ୍କର ସମସ୍ତ ପୈତୃକ ସମ୍ପତ୍ତି ଭାରତ ସରକାରଙ୍କ ଏନିମି ପ୍ରପର୍ଟି ଆକ୍ଟ ଅଧୀନରେ ଆସିଛି । ଏହି ଆକ୍ଟ ଅନୁଯାୟୀ, କୌଣସି ବ୍ୟକ୍ତି ସମ୍ପତ୍ତି ଉପରେ ନିଜର ଅଧିକାର ଜତାଇ ପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ଏହାକୁ ବିରୋଧ କରନ୍ତି ଏବଂ ଏହାକୁ ତାଙ୍କର ସମ୍ପତ୍ତି ବୋଲି ବିବେଚନା କରନ୍ତି, ତେବେ ସେମାନଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ପଡ଼ିବ ।
ଯଦି ହାଇକୋର୍ଟରେ ମଧ୍ୟ ଏହି ମାମଲା ସମାଧାନ ହେବନାହିଁ, ତେବେ ବ୍ୟକ୍ତି ସୁପ୍ରିମକୋର୍ଟ ଯାଇପାରିବେ । କିନ୍ତୁ ଯଦି ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ କାମ ନକରେ, ତେବେ କେବଳ ରାଷ୍ଟ୍ରପତିଙ୍କ ଉପରେ ଏହାର ନିଷ୍ପତ୍ତି ଘୋଷଣା କରିବାର ଅଧିକାର ଅଛି । ବନ୍ଧୁଗଣ ଏହି କାରଣ ପାଇଁ ସେଫ ତାଙ୍କ ସମ୍ପତ୍ତିକୁ ତାଙ୍କ ପିଲା ମାନଙ୍କ ନାମରେ କରିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା ସେଫ ଅଲି ଖାନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।