Saif ଙ୍କ ୫୦୦୦ କୋଟି ସମ୍ପତ୍ତି ମଧ୍ୟରୁ Taimur ଙ୍କୁ ଗୋଟେ ପଇସା ବି ମିଳିବ ନାହିଁ, ଏହା ପଛରେ ରହିଛି ବହୁତ ବଡ କାରଣ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସେଫ ଅଲି ଖାନ ।

ଆପଣ ମାନେ ସମସ୍ତେ ସେଫ ଅଲି ଖାନଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ସେଫ ହେଉଛନ୍ତି ଟୌଦିର ନଓ୍ବାବ ଏବଂ ତାଙ୍କୁ ବଲିଉଡର ନବାବ ମଧ୍ୟ କୁହାଯାଏ ।ସେ ରାଜକୀୟ ପରିବାରରୁ ଆସିଛନ୍ତି । ସେଫ ବର୍ଷରେ ଅନେକ ଚଳଚ୍ଚିତ୍ର ଏବଂ ବିଜ୍ଞାପନ କରି ବହୁତ ଟଙ୍କା ଅର୍ଜନ କରନ୍ତି ଏହା ବ୍ୟତୀତ  ତାଙ୍କ ପାଖରେ ପୂର୍ବଜଙ୍କ ସମ୍ପତ୍ତି ମଧ୍ୟ ଅଛି ।

ଖବର ଅନୁଯାୟୀ, ହରିୟାଣା ସ୍ଥିତ ପଟୌଦି ପ୍ୟାଲେସ୍ ଏବଂ ଭୋପାଳରେ ପୈତୃକ ସମ୍ପତ୍ତି ସମେତ ଏହି ଅଭିନେତାଙ୍କର ୫୦୦୦ କୋଟି ମୂଲ୍ୟର ସମ୍ପତ୍ତି ରହିଛି । କିନ୍ତୁ ଏଥିରେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏତେ ବଡ ସମ୍ପତ୍ତିର ମାଲିକ ହେବା ପରେ ମଧ୍ୟ ସେଫ ଏହାକୁ ନିଜ ପିଲାମାନଙ୍କୁ ଦେଇ ପାରିବେ ନାହିଁ । ଏହାର କାରଣ କଣ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବ୍ରିଟିଶ ସମୟରେ ସେଫ  ଅଲି ଖାନଙ୍କ ଜେଜେବାପା ହମିଦୁଲ୍ଲା ଖାନ ନବାବ ଥିଲେ  କିନ୍ତୁ ସେ ତାଙ୍କ ସମ୍ପତ୍ତିର କୌଣସି ଇଚ୍ଛା କରିନଥିଲେ । ସେଫ  ପ୍ରଥମେ ଅମୃତା ସିଂଙ୍କୁ ବିବାହ କରିଥିଲେ ହେଲେ ପରେ ସେମାନଙ୍କ ଛାଡପତ୍ର ହୋଇଥିଲେ । ଏହି ବିବାହରୁ ତାଙ୍କର ସାରା ଅଲି ଖାନ ଏବଂ ଇବ୍ରାହିମ ଅଲି ଖାନ ନାମକ ଦୁଇଟି ସନ୍ତାନ ଅଛନ୍ତି । ଏହା ବ୍ୟତୀତ ସେ ଦ୍ୱିତୀୟ ଥର ପାଇଁ କରୀନା କପୁର ଖାନଙ୍କୁ ବିବାହ କରିଥିଲେ ।

ଏହା ସହିତ ସେମାନଙ୍କର ତୈମୁର ଏବଂ ଜେହ ନାମକ ଦୁଇଟି ପୁତ୍ର ଅଛନ୍ତି ।ସେଫଙ୍କର  ସମସ୍ତ ପୈତୃକ ସମ୍ପତ୍ତି ଭାରତ ସରକାରଙ୍କ ଏନିମି ପ୍ରପର୍ଟି ଆକ୍ଟ ଅଧୀନରେ ଆସିଛି । ଏହି ଆକ୍ଟ ଅନୁଯାୟୀ, କୌଣସି ବ୍ୟକ୍ତି ସମ୍ପତ୍ତି ଉପରେ ନିଜର ଅଧିକାର ଜତାଇ ପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ଏହାକୁ ବିରୋଧ କରନ୍ତି ଏବଂ ଏହାକୁ ତାଙ୍କର ସମ୍ପତ୍ତି ବୋଲି ବିବେଚନା କରନ୍ତି, ତେବେ ସେମାନଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ପଡ଼ିବ ।

ଯଦି ହାଇକୋର୍ଟରେ ମଧ୍ୟ ଏହି ମାମଲା ସମାଧାନ ହେବନାହିଁ, ତେବେ ବ୍ୟକ୍ତି ସୁପ୍ରିମକୋର୍ଟ ଯାଇପାରିବେ । କିନ୍ତୁ ଯଦି ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ କାମ ନକରେ, ତେବେ କେବଳ ରାଷ୍ଟ୍ରପତିଙ୍କ ଉପରେ ଏହାର ନିଷ୍ପତ୍ତି ଘୋଷଣା କରିବାର ଅଧିକାର ଅଛି । ବନ୍ଧୁଗଣ ଏହି କାରଣ ପାଇଁ ସେଫ ତାଙ୍କ ସମ୍ପତ୍ତିକୁ ତାଙ୍କ ପିଲା ମାନଙ୍କ ନାମରେ କରିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା ସେଫ ଅଲି ଖାନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *