ଆସୁଛି ବାତ୍ୟା ! ସମୁଦ୍ରରେ ରହିବ, ବଳ ପାଇବ ! ପଢନ୍ତୁ ପୁରା ଖବର

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ କି ବର୍ତ୍ତମାନ କିଛି ଦିନ ହେବ ଲଘୁଚାପ ଏବଂ ବାତ୍ୟା ବନ୍ୟା ଲଗାତାର ହେବାକୁ ଲାଗୁଛି । ସେପଟେ ସରକାର ଙ୍କ କଟକଣା ପାଇଁ ପୂଜାରେ ଉତ୍ସବର ପରିବେଶ ନାହିଁ । ଏପଟେ ସେହି ସମୟରେ ପ୍ରାୟ ୧୫ ତାରିଖ ଆଡ଼କୁ ବାତ୍ୟା ଆଶଙ୍କା ଦେଖାଦେଇଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ଆସନ୍ତା ୧୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପକ୍ଷେତ୍ର ସୃଷ୍ଟି ହେବ, ଏବଂ ୪ରୁ ୫ଦିନ ଧରି ଏହା ସମୁଦ୍ରରେ ରହିବ ।

ଏହା ପରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ତେବେ ଦୁର୍ଗା ପୂଜା ବେଳେ ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ହେବ ଶକ୍ତିଶାଳୀ ! ଅକ୍ଟୋବରରେ ଓଡିଶାକୁ ବତ୍ୟା ଭୟ । ଏହା ପୂର୍ବରୁ ମହାବାତ୍ୟା ହୁଡହୁଡ, ଫାଇଲିନ, ତିତିଲି ବାତ୍ୟା ଅକ୍ଟୋବରରେ ଓଡିଶା ଆସି ବ୍ୟାପକ କ୍ଷୟକ୍ଷତି କରିଛି । ପୁଣି ଚଳିତ ମାସ ୧୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଅନ୍ୟପଟେ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରୁଛନ୍ତି ଏହି ଲଘୁଚାପ ସମୁଦ୍ରରେ ବାତ୍ୟାର ରୂପ ନେଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ଅନ୍ତର୍ଜାତୀୟ ପାଣିପାଗ ମଡେଲର ଆକଳନ ଅନୁସାରେ ଆସନ୍ତା ୧୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇ କ୍ରମେ ଅବପାତର ରୂପ ନେବ ।

ଏହାପରେ ସମୁଦ୍ରରେ ୪ରୁ ୫ ଦିନ ରହିବାର ସମ୍ଭାବନା ରହିଛି ।  ତେଣୁ ଏହି ବାତ୍ୟା ସମୁଦ୍ର ରେ ବଳ ଗୋଟାଇ ସ୍ଥଳ ଭାବକୁ ପ୍ରବେଶ କରିବାର ଆଶଙ୍କା କରାଯାଉଛି । ଏହା ପୂର୍ବରୁ ଓଡିଶାରେ ବ୍ୟାପକ ଧନଜୀବନ ନଷ୍ଟ କରିଥିବା ଅମ୍ଫାନ ବାତ୍ୟା ମଧ୍ୟ ସମୁଦ୍ରରେ ୫ ଦିନ ରହିବା ପରେ ସ୍ଥଳଭାଗ ମୁହାଁ ହୋଇଥିଲା । ତେଣୁ ଅକ୍ଟୋବରରେ ହେବାକୁ ଥିବା ଏହି ଲଘୁଚାପ ଶକ୍ତିଶାଳୀ ହୋଇ ଉପକୂଳକୁ ଆସିବା ଅନୁମାନ କରାଯାଉଛି ।

ଯଦିଓ ଅନ୍ତର୍ଜାତୀୟ ପାଣିପାଗ ମଡେଲ ବାତ୍ୟା ହେବା ନେଇ ଆକଳନ କରୁଛନ୍ତି । କିନ୍ତୁ ଏହି ବାତ୍ୟା କେତେ ଶକ୍ତିଶାଳୀ ହେବ? ଏହାର ପ୍ରଭାବ ଓଡିଶା ଉପରେ କେମିତି ରହିବ ? କେତେ କ୍ଷୟକ୍ଷତି କରିପାରେ ? ସେ ସମ୍ପର୍କରେ ପୂର୍ବାନୁମାନ ଏବେ ଆସିନାହିଁ । ଅନ୍ୟପଟେ ବିଶେଷଜ୍ଞଙ୍କ ଅନୁସାରେ ବାତ୍ୟା ସୃଷ୍ଟି ବେଳେ ଯଦି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରାଯାଇଥାଏ, ତେବେ ବାୟୁମଣ୍ଡଳରେ ତଳ ଉପର ଭାଗର ବାୟୁ ପ୍ରବାହ ଆସୁଥିବା ବାତ୍ୟାକୁ ଶକ୍ତିଶାଳୀ କରିବାକୁ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *