ନମସ୍କାର ବନ୍ଧୁଗଣ ତେବେ ଆପଣ ଙ୍କୁ ୨୦୧୩ ର ଆଇଏନଏସ ସିନ୍ଧୁ ରକ୍ଷକ ଡିଜେଲ ପାୱାର୍ଡ ୱାର୍ଲଡ଼ କ୍ଳାସ ପଣ୍ଡୁବି ରେ ବି-ସ୍ପୋ-ଟ ବିଷୟ ରେ ଜଣା ଥିବ । ତେବେ ଏଥିରେ ଅନେକ ଯବାନ ସହିଦ ହୋଇ ଯାଇଥିଲେ । ତେବେ ଲୋକମାନେ ସେତେବେଳେ ଜଳ ତଳେ ରହୁଥିବା ପଣ୍ଡୁବି ରେ କିପରି ଅବସ୍ଥା ଥିବ ସେ ବିଷୟରେ ଚିନ୍ତା କରୁଥିଲେ । ତେବେ ଆଜି ଆମେ ଆପଣ ଙ୍କୁ ସେହି ପଣ୍ଡୁବି ରେ କିପରି ନାବି ମାନେ ରୁହନ୍ତି, ଖାଆନ୍ତି ଏବଂ କଣ କରନ୍ତି ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।
ନୌସେନା ଙ୍କ ଜୀଵନ ସରଳ ହୋଇ ନଥାଏ ତାଙ୍କ ଘର ଲୋକ କୁହନ୍ତି କି ସେମାନେ ଯଦି କୌଣସି ଏକ ମିଶନ ପାଇଁ ଯାଆନ୍ତି ତେବେ ସେ କେବେ ଆସିବେ ତାର କୌଣସି ଠିକଣା ନଥାଏ ଏବଂ ହୁଏତ କିଛି ଦିନ ନହେଲେ କିଛି ମାସ ମଧ୍ୟ ଲାଗିଯିବ । ତେବେ ସେମାନେ କେଉଁଠି ରୁହନ୍ତି ଏବଂ କାହା ସହ ରହୁଛନ୍ତି କେମିତି ରହୁଛନ୍ତି ତାହା ତାଙ୍କ ପରିବାର ଲୋକ ମଧ୍ୟ ଜାଣି ନଥିବେ । ଏହା କେବଳ ସେମାନେ ଏବଂ ସିନିୟର ଅଫିସର ମାନେ ଜାଣିଥାନ୍ତି ।
ତେବେ ନୌସେନା ନିଜ ପରିବାର ଠାରୁ ଦୂରରେ ପାଣି ଭିତରେ ରହିଥାନ୍ତି ଏବଂ ସେମାନେ ଯେତେବେଳେ ପଣ୍ଡୁବି ରେ ରୁହନ୍ତି ସେତେବେଳେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯେପରି ସେଠାରେ ପାଣି ବହୁତ କମ ଥାଏ ତେଣୁ ସେମାନେ ଦୁଇ ତିନି ଦିନ ଗାଧାନ୍ତି ନାହିଁ । ସେମାନେ ସେଠାରେ କୌଣସି ଧାରୁଆ ଜିନିଷ ରଖି ପାରିବେ ନାହିଁ ତେଣୁ ସେମାନେ ଦାଢ଼ି ମଧ୍ୟ କରି ପାରନ୍ତି ନାହିଁ ।
ଏହା ଛଡା ସେଠାରେ ବିନା ତଡକା ରେ ଡାଲି ,ସାଧା ଖାଇବା ଏହା ଛଡ଼ା ସେମାନେ ତେଲ ଜାତୀୟ ଜିନିଷ ଖାଇ ପାରିବେ ନାହିଁ । ସେଠି ଦୁଇଟି ରୁମ ଥାଏ ଶୋଇବା ପାଇଁ କିନ୍ତୁ ତାହା ବହୁତ ଗରମ ଥାଏ ତେଣୁ ବେଳେବେଳେ ସୌନ୍ୟ ମାନେ ଅସ୍ତ୍ର ଏବଂ ମିସାଇଲ ଥିବା ଘରେ ଶୋଇ ପଡନ୍ତି ।
ସେହି ପଣ୍ଡୁବି ରେ ଖରା ପଡେନି ଏହା ଛଡା ପଣ୍ଡୁବି ଭିତରେ ରହିବା ସମୟରେ କାନର ବହୁତ କ୍ଷତି ମଧ୍ୟ ହୋଇଯାଇଥାଏ ତେଣୁ ନିଜ କାନର ଅଧିକ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ତେବେ ସୈନ୍ୟ ମାନଙ୍କ ପାଇଁ ଇଜ୍ଜତ ଏବଂ ସମ୍ମାନ ଆହୁରି ବଢ଼ିଗଲା । କାରଣ ସେମାନେ ନିଜେ କଷ୍ଟ ରେ ରହି ଆମ ଜୀଵନ କୁ ସୁରକ୍ଷିତ ରଖୁଛନ୍ତି । ତେବେ ଏହି ସୈନିକ ମାନଙ୍କ ପାଇଁ ଥରେ ଜୟ ହିନ୍ଦ ବୋଲି ଲେଖି ଦିଅନ୍ତୁ । ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ