ବନ୍ଧୁଗଣ ବର୍ତ୍ତମାନ ଏହି ଦୁନିଆରେ ବହୁତ ଦୁର୍ନୀତି ଓ ଅନ୍ୟାୟ ଚାଲିଛି । ଏକ ନୂଆ ଦୁର୍ନୀତିର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଲୋକ ମାନେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ହେଲେ ଏହା ସତ । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ବାସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
୧୦୮ ଆମ୍ବୁଲାନ୍ସ ମହା ଦୁର୍ନୀତିର ଆଉ ଏକ ଖବର ସାମ୍ନାକୁ ଆସିଛି । ଭିଡିଓରେ ବିନା ରୋଗୀରେ ଗଡୁଛି ଆମ୍ବୁଲାନ୍ସ । ଜୁଲାଇ ୨ ତାରିଖରେ କ୍ୟାମେରା ଆଗରେ ଧରା ପଡିଛି ଏହି ଚୋରୀ । ଜୁଲାଇ ୨ କଟକ ଶିଶୁ ଭବନରେ ସନ୍ଧ୍ୟା ୬ଟା ୩୦ ରୁ ୯ଟା ୩୦ ମଧ୍ୟରେ ଜଗି ରହିଥିଲେ ମିଡିଆ । ପ୍ରଥମ ଆମ୍ବୁଲାନ୍ସ OD05AT3955 ତଥା ଜଗତ ସିଂହ ପୁର ସିଏଚସିର ଗାଡିରେ ଥିବା ଜିପିଏସ ସୂଚାଉଛି ହସ୍ପିଟାଲ ଇନ ଅର୍ଥାତ ଆମ୍ବୁଲାନ୍ସ ରୋଗୀକୁ ନେଇ ହସ୍ପିଟାଲ ଆସୁଛି । ହେଲେ ବାସ୍ତବରେ ହସ୍ପିଟାଲ ବାହାରେ ଛିଡା ହେଉଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଡ୍ରାଇଭର କହୁଛନ୍ତି, କିଛି କହିବି ନାହିଁ ଆପଣ ଅଫିସରେ ପଚରାନ୍ତୁ ।
ଠିକ ସେମିତି ବାଲିପାଟଣା ସିଏଚସିର ଆଉ ଗୋଟେ ଆମ୍ବୁଲାନ୍ସ ନମ୍ବର OD02BG0189 ଗାଡିର ବି ଜିପିଏସ ସୂଚନା ହସ୍ପିଟାଲ ଇନରେ ଅଛି । ହେଲେ ଏହି ଗାଡି ମଧ୍ୟ ଗୋଟିଏ ସ୍ଥାନରେ ଛିଡା ହୋଇଥିଲା । ଏମିତି କେତେକ ଅନୁସନ୍ଧାନରେ ଏମିତି ୪ଟି ଗାଡି ଧରା ପଡିଥିଲା । ଅନ୍ୟ ଦୁଇଟି ଗାଡି ହେଉଛି ଟିଗିରିଆ ଓ କାନପୁର ଆମ୍ବୁଲାନ୍ସ ।
ଏହି ଦୁଇଟି ଗାଡିର ଜିପେଶ ମଧ୍ୟ ହସ୍ପିଟାଲ ଇନ ସୂଚାଉଛି । ହେଲେ ଅସଲରେ ଗାଡି ମେଡିକାଲରୁ ୧୦୦ ମିଟର ଦୂରରେ ଛିଡା ହୋଇଛି । ୩ ଘଣ୍ଟାରେ ଯଦି ୪ଟି ଆମ୍ବୁଲାନ୍ସର ଏପରି ସ୍ଥିତି ତା ହେଲେ ସଂପୂର୍ଣ୍ଣ ରାଜ୍ୟରେ କେତୋଟି ଓ ସମୁର୍ଣ୍ଣ ଦିନରେ କେତୋଟି ଏମିତି ଆମ୍ବୁଲାନ୍ସ ଥିବ ଆପଣ ଚିନ୍ତା କରନ୍ତୁ । ଜୁଲାଇ ୩ ତାରିଖରେ ମିଡିଆ OD05AV0345 ନମ୍ବରର ଆମ୍ବୁଲାନ୍ସକୁ ଫାଲୋ କରିଥିଲା ।
କଟକ ଓଏମପି ଛକରୁ ମିଡିଆ ଏହି ଗାଡିର ପିଛା କରିଥିଲେ । ଆମ୍ବୁଲାନ୍ସଟି ପ୍ରଥମେ ଏସିବି ଆଡେ ଯାଉଥିଲା ହେଲେ ଏସିବି ପାଖରୁ ରାଣୀଘାଟରେ ସ୍ଲୋ କରି ବାଦାମବାଡ଼ି ଆଡକୁ ଯାଇଥିଲା ଓ ଏକ ମେଡ଼ିସିନ ଷ୍ଟୋର ପାଖରେ ଅଟକି ଥିଲା । ବନ୍ଧୁଗଣ ଏହିପରି ଅନେକ ଆମ୍ବୁଲାନ୍ସ ସରକାର ଓ ଜନସାଧାରଣ ମାନଙ୍କୁ ଠକୁ ଛନ୍ତି ।
ଏପଟେ ରୋଗୀ କଷ୍ଟରେ ଆଉଟ ପାଉଟ ହେଉଥିବା ବେଳେ ଆମ୍ବୁଲାନ୍ସ ନିଜ ସମୟ ନଷ୍ଟ କରୁଛି ହେଲେ ହସ୍ପିଟାଲ ଇନରେ ଜିପିଏସକୁ ରଖୁଛି । ତା ହେଲେ ବନ୍ଧୁଗଣ ଏହି ପରିକା ଦୁର୍ନୀତି ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଜଣ ସାଧାରଣଙ୍କୁ ସଜାଗ କରିବା ପାଇଁ ଏହାକୁ ଲାଇକ ଓ ଶେୟାର କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ ।