ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚଳିତ ମାସ ୨୩ ତାରିଖ ଦିନ ଜାପାନ ଦେଶର ଟୋକିୟୋ ରେ ଆରମ୍ଭ ହୋଇଛି ସମର ଅଲମ୍ପିକ ୨୦୨୧ । ଏହି ସ୍ଥାନରେ ଖେଳ ଆରମ୍ଭ ହେବା ପୂର୍ବରୁ ନିଜର ପ୍ରସ୍ତୁତି ଏବଂ ଆୟୋଜନ କୁ ନେଇ ବିବାଦ ର ଘେର କୁ ଆସିଥିଲା ଜାପାନ ।
ଜଣେ କର୍ତ୍ତୃପକ୍ଷ ବିଗତ କିଛି ଦିନ ପୂର୍ବରୁ ଚଳିତ ଅଲମ୍ପିକ ରେ ଏକ ଲକ୍ଷ ଷାଠିଏ ହଜାର କଣ୍ଡୋମ ବିତରଣ କରିବାକୁ ଲକ୍ଷ୍ୟ ରହିଥିବା କହିବା ପର ଠାରୁ ଏହି ବିବାଦ ସୃଷ୍ଟି ହୋଇଛି ।ଗୋଟିଏ ପକ୍ଷରେ କୋରନା ମହାମାରୀ କୁ ଦୃଷ୍ଟି ରେ ରଖି ଏହି ଅଲମ୍ପିକ ଗେମ୍ ଆରମ୍ଭ ହେଉଥିବା ବେଳେ ଏଭଳି ପରିସ୍ଥିତି ରେ ଏତେ ମାତ୍ରାରେ କଣ୍ଡୋମ କଣ ପାଇଁ ବିତରଣ କରାଯିବ ବୋଲି ସେହି ସମ୍ବନ୍ଧରେ ପ୍ରଶ୍ନ ଉଠିଥିଲା ।
ଅବଶ୍ୟ ଅଲମ୍ପିକ ଗେମ ର ଖେଳାଳୀ ମାନଙ୍କ ମଧ୍ୟରେ ବ୍ୟାପକ ଯୌନ ସମ୍ପର୍କ ରହୁଥିବା ବୋଲି କାହାକୁ ବି ଅଛପା ନାହିଁ । କିନ୍ତୁ ଚଳିତ ବର୍ଷ ଏପରି ହେଲେ ଏହା କୋରନା କୁ ନିମନ୍ତ୍ରଣ କରିବ ବୋଲି ଅନେକ ଆଶଙ୍କା କରିଛନ୍ତି ।
ଗୋଟିଏ ପକ୍ଷରେ କର୍ତ୍ତୃପକ୍ଷ ଏତେ ମାତ୍ରାରେ କଣ୍ଡୋମ ବିକ୍ରି କରିବାର ଯୋଜନା କରୁଥିବା ବେଳେ ଅନ୍ୟ ପକ୍ଷରେ କ୍ରୀଡ଼ା ଗ୍ରାମରେ ଖେଳାଳି ମାନଙ୍କ ବେଡ଼ କୁ ନେଇ ନୂତନ ବିବାଦ ସୃଷ୍ଟି ହୋଇଛି । ଆୟୋଜକ ଙ୍କ ଦ୍ଵାରା ଏହି ବେଡ଼ ର ଏକ ଫଟୋ ସେୟାର କରାଯାଇଥିଲା । ଯାହାକୁ ଦେଖି ଖେଳାଳୀ ମାନେ ଏହ ବିରୋଧ କରିଛନ୍ତି ।
ଏହି ବେଡ଼ କୁ ‘ଆଣ୍ଟି ସେକ୍ସ ବେଡ଼’ ର ନାଁ ଦିଆଯାଇଛି । କାରଣ ଏହା ଏପରି ଏକ ବେଡ଼ ଯେଉଁଥିରେ ସେକ୍ସ କରିହେବ ନାହିଁ । ପ୍ରକୃତ ରେ ଏହି ବେଡ଼ କୁ କାର୍ଡ ବୋର୍ଡ ଦ୍ଵାରା ତିଆରି କରାଯାଇଛି । ଯାହା କେବଳ ଗୋଟିଏ ମନୁଷ୍ୟ ର ହିଁ ଓଜନ ସମ୍ଭାଳି ପାରିବ । ଯଦି ଜଣେ ରୁ ଅଧିକ ବ୍ୟକ୍ତି ଏହି ବେଡ଼ ଉପରେ ବସନ୍ତି ଅଥବା କୌଣସି କାର୍ଯ୍ୟ କରନ୍ତି ତେବେ ଏହା ତୁରନ୍ତ ଭାଂଗି ଯିବ ।
ଏହି ବେଡ଼ କୁ ଦେଖିବା ପରେ ଖେଳାଳୀ ମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କେତେ ଜଣ ଖେଳାଳି କହିଛନ୍ତି ଯେ, ଏହି କାର୍ଡବୋର୍ଡ ରେ ତିଆରି ବେଡ଼ ଜଣେ ମନୁଷ୍ୟ ର ମଧ୍ୟ ଓଜନ ସମ୍ଭାଳି ପାରିବ ନାହିଁ ଏବଂ ଭାଙ୍ଗିଯିବ ବୋଲି କହିଛନ୍ତି । କେତେକ ଖେଳାଳୀ ଙ୍କ ଅନୁସାରେ ଯଦି ଆଣ୍ଟି ସେକ୍ସ ବେଡ଼ ଦେବାର ଥିଲା ତେବେ କଣ୍ଡୋମ କଣ ପାଇଁ ବଣ୍ଟାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ।