ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଟୋକିଓ ଅଲମ୍ପିକରେ ଦୁତି ଚାନ୍ଦ ଙ୍କ ପଦକ ଆଶା ବିଷୟ ରେ ଆଲୋଚନା ଚାଲିଛି । ଏଭଳି ପରିସ୍ଥିତି ରେ ସାତ ଘଂଟା ମଧ୍ୟରେ ପୁରୀରୁ ଭୁବନେଶ୍ୱର ଦୌଡ଼ି ସାରା ବିଶ୍ୱରେ ଲୋକଲୋଚନଙ୍କ ନଜରକୁ ଆସିଥିବା ବୁଦ୍ଧିଆ ସିଂ ଙ୍କ କଥା ସମସ୍ତ ଙ୍କର ମନ ପଡୁଛି ।
ହେଲେ ସେ ସେବେ କେଉଁଠି ସେ କଣ ଦୌଡା ଛାଡି ଦେଇଛନ୍ତି ନା ନିଜର ଉଦ୍ୟମ ଜାରି ରଖିଛନ୍ତି । ୨୦୦୬ ରେ ବୁଦ୍ଧିଆ ସିଂ ମାତ୍ର ୪ ବର୍ଷ ବୟସରେ ଭୁବନେଶ୍ୱର ରୁ ପୁରୀ କୁ ୬୫ କିମି ରାସ୍ତାକୁ ସାତ ଘଂଟା ଭିତରେ ଅତିକ୍ରମ କରିଥିଲେ ଏବଂ ଲିମକା ବୁକ ଅଫ ରେକର୍ଡ ରେ ସାମିଲ ମଧ୍ୟ ହୋଇଥିଲେ । ଏହା ପରେ ସେ ବହୁ ମାରାଥନ ରେ ମଧ୍ୟ ଦୌଡ଼ି ଥିଲେ ଏବଂ ପୁରସ୍କୃତ ମଧ୍ୟ ହୋଇଥିଲେ ।
ବୁଦ୍ଧିଆ ଙ୍କ ର ଏହି ଗୁଣ କୁ ଦେଖି ସମସ୍ତେ ଆଶା କରିଥିଲେ କି ଏ ଆମ ଦେଶ ପାଇଁ ଅଲମ୍ପିକ ରେ ସ୍ୱର୍ଣ୍ଣ ପଦକ ଆଣିବ ଏବଂ କିଛି ଲୋକ ବୁଦ୍ଧିଆ କୁ ଦ୍ଵିତୀୟ ମିଲଖା ସିଂ ବୋଲି ମଧ୍ୟ କହୁଥିଲେ । ଭୁବନେଶ୍ୱର ର ଭରତ ପୁର ବସ୍ତିରେ ବୁଦ୍ଧିଆ ଙ୍କ ମାଆ ସୁକାନ୍ତି ଏବଂ ଦୁଇ ଭଉଣୀ ରୁହନ୍ତି । ଗତ କିଛି ବର୍ଷ ରେ ବୁଦ୍ଧିଆ ଙ୍କୁ ଦୌଡ଼ିବାର କେହି ଦେଖି ନାହାନ୍ତି ।
ଏନେଇ ତାଙ୍କ ପରିବାର କୁ କିଛି ପଚାରିଲେ ସେ ରାଜ୍ୟ ସରକାର ଏବଂ ବିରଞ୍ଚି ଦାସ କିପରି ପ୍ରତାରିତ କରିଛନ୍ତି ସେ ବିଷୟରେ କହିଥାନ୍ତି କିନ୍ତୁ ବୁଦ୍ଧିଆ ଙ୍କ ଦୌଡ ସ-ମ୍ବ-ନ୍ଧ-ରେ କୌଣସି କଥା କୁହନ୍ତି ନାହିଁ । ତାଙ୍କ ବଡ଼ ଭଉଣୀ ରଶ୍ମି ଙ୍କ ଅନୁସାରେ ବୁଦ୍ଧିଆ ନିଜର ସ୍ନାତକ ହାସଲ ପାଇଁ ଦିଲ୍ଲୀ କୁ ଯାଇଛନ୍ତି ଏବଂ ସରକାର ଏବଂ ତାଙ୍କ କୋଚ ବିରଞ୍ଚି ଦାସ ତାଙ୍କୁ ଶୋ-ଷ-ଣ କରୁଥିବାରୁ ସେ ଏଠାରେ ରହିବାକୁ ପସନ୍ଦ କଲେ ନାହିଁ ।
ସରକାର ତାଙ୍କୁ ସବୁକିଛି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ଘର ମଧ୍ୟ କରି ଦେଇ ନାହାନ୍ତି । ବୁଦ୍ଧିଆ ଙ୍କୁ ଫୋନ ଯୋଗେ ପ୍ରଶ୍ନ କରିବାରୁ ସେ ନିଜ ଅତୀତ ସମ୍ପର୍କରେ କୌଣସି କଥା ହେବାକୁ ଚାହୁଁ ନାହାନ୍ତି ଏବଂ ନିଜର ଠିକଣା ମଧ୍ୟ ଦେଉ ନାହାନ୍ତି । ୨୦୦୨ ରେ ଜନ୍ମ ହୋଇଥିବା ବୁଦ୍ଧିଆ ଙ୍କ ପିତା ଙ୍କୁ ମୃ-ତ୍ୟୁ ପରେ ତାଙ୍କ ମାଆ ଘରେ ଘରେ ବାସନ ମାଜୁଥିଲେ ।
ସାଲିଆ ସାହି ବସ୍ତି ର ବାସିନ୍ଦା ସଙ୍ଘ ର ତତ୍କାଳୀନ ସଭାପତି ବିରଞ୍ଚି ଦାସ ବୁଦ୍ଧିଆ ଙ୍କ ବିଷୟରେ ଜାଣିବା ପରେ ତାଙ୍କୁ ପୌଷ୍ୟ ପୁତ୍ର ରୂପରେ ଗ୍ରହଣ କରିଥିଲେ । ସେ ବୁଦ୍ଧିଆ କୁ ଦୌଡ଼ିବା ନିମନ୍ତେ ଉତ୍ସାହିତ କରିଥିଲେ । ବୁଦ୍ଧିଆ ୪୮ ଟି ମାରାଥନ ଦୌଡ଼ି ଥିଲେ । ଏହାପରେ ବୁଦ୍ଧିଆ ଦୌଡ଼ିବାକୁ ଆଉ ପସନ୍ଦ କରି ନଥିଲେ ।
କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର କହିଛନ୍ତି, ଆମେ ବୁଦ୍ଧିଆ ଙ୍କୁ କେବେବି ଧୁତି ଚାନ୍ଦ ଙ୍କ ସହିତ ତୁଳନା କରି ପାରିବା ନାହିଁ । ଧୁତି ନିଜ ଜୀବନ ରେ ବହୁତ ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିଛନ୍ତି । ଯାହା ବୁଧିଆ କରି ନାହାନ୍ତି । ସେ ଏବେ କଣ ହାସଲ କରିବେ ତାହା କେବଳ ତାଙ୍କୁ ଜଣା ବୋଲି ମହାପାତ୍ର କହିଛନ୍ତି ।
ବୁଦ୍ଧିଆ ଙ୍କ ନାମ ରେ ଏକ ଟ୍ୱିଟର ଆକାଉଣ୍ଟ ରହିଛି । ସେଥିରେ ତାଙ୍କର ମାରାଥନ ରେ ଅଂଶ ଗ୍ରହଣ କରିଥିବା ଫଟୋ ପୋଷ୍ଟ କରାଯାଇଛି । ସେଥିରୁ ପାଣ୍ଠି ମଧ୍ୟ ସଂଗ୍ରହ କରାଯାଉଛି । ଏଥିରେ ତାଙ୍କ ଅଲମ୍ପିକ ସ୍ୱପ୍ନ କୁ ପୂର୍ଣ୍ଣ କରିବା ପାଇଁ ଆର୍ଥିକ ସହାୟତା ନିମନ୍ତେ ଅନୁରୋଧ କରାଯାଇଛି । ୧୫ ଲକ୍ଷ ଟଙ୍କା ଟାର୍ଗେଟ ରଖା ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୪୬୭୪ ଟଙ୍କା ସଂଗ୍ରହ କରାଯାଇଛି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ