ନମସ୍କାର ବନ୍ଧୁଗଣ ଇତିହାସ ରେ ଲୋକମାନେ କରିଥିବା ଛୋଟ ଭୁଲ ଯୋଗୁଁ ଚାରି କୋଟି ଲୋକଙ୍କ ଜୀଵନ ଚାଲିଯାଇଥିଲା ଏବଂ ଏହାର ମୁଖ୍ୟ କାରଣ ଚଢେଇ ଥିଲା । ଇତିହାସ ରେ ଚାଇନା ର ଏକ ଛୋଟ ଭୁଲ ପାଇଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ତେବେ ଆସନ୍ତୁ ସେପରି କିଛି ଛୋଟ ଭୁଲ ଯୋଗୁଁ ଆମକୁ ବହୁତ ବଡ଼ କ୍ଷତି ସହିବାକୁ ପଡିଥିବା ଇତିହାସ ଉପରେ ଆଲୋଚନା କରିନେବା । ମଣିଷ ଯେତେବେଳେ ପ୍ରକୃତି କୁ ନିଜ ଆୟତ ରେ ରଖିବାକୁ ଚାହେଁ ସେତେବେଳେ ପ୍ରକୃତି ନିଜର ଭୟଙ୍କର ରୁପ ଦେଖାଇ ଥାଏ ଏହା ୧୯୫୮ ମସିହା ଚାଇନା ରେ ଦେଖିବାକୁ ମିଳିଥିଲା । ଚାଇନା ରେ ଏକ ଅଭିଯାନ ଆରମ୍ଭ ହୋଇଥିଲା ଯାହାର ନାମ ହେଉଛି ଦ ଗ୍ରେଟ ସ୍ପାରୋ କାମ୍ପିୟାନ ।
ଏହି ଅଭିଯାନ ରେ ଚାରୋଟି କିଟ କୁ ମାରିବାକୁ କୁହାଗଲା । ମଶା, ମୂଷା, ମାଛି ଏବଂ ଘର ଚଟିଆ । ସେମାନେ ଏହାକୁ ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ ଏବଂ ସେମାନଙ୍କ ବିନା ମନୁଷ୍ୟ ବଂଚି ପାରିବ ବୋଲି କହିଥିଲେ । ଏହି ମାନଙ୍କ ଯୋଗୁଁ ମନୁଷ୍ୟ କୁ ବିଭିନ୍ନ ରୋଗ ହୋଇଥାଏ ଏବଂ ଘର ଚଟିଆ ବହୁତ ଅଧିକ ଚାଉଳ ଖାଇଦିଏ ଏବଂ ଫଳ କୁ ନଷ୍ଟ ମଧ୍ୟ କରିଦିଏ ତେଣୁ ମନୁଷ୍ୟ ର ଉନ୍ନତି ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା ।
ତେବେ ଏହି ଅଭିଯାନ କୁ ଆଗେଇ ନେବା ପାଇଁ ଚାଇନା ର ଅନେକ ଲୋକ ଏକାଠି ହୋଇ ନିରୀହ ଚଢେଇ କୁ ମା-ରି-ବା ଆରମ୍ଭ କରିଦେଲେ । ଏହି ଅଭିଯାନ ର ପ୍ରଥମ ଦିନରେ ହିଁ ଦୁଇ ଲକ୍ଷ ରୁ ଅଧିକ ଘର ଚଟିଆ କୁ ମା-ରି-ଦି-ଆ ଗଲା । ଦୁଇ ବର୍ଷ ପରେ ସେମାନେ ସେହି ପକ୍ଷୀର ପ୍ରଜାତି କୁ ଅନ୍ତ କରିଦେଲେ ଏହା ପରେ ସେମାନେ ବାକି ପକ୍ଷୀ ମାନଂକୁ ମଧ୍ୟ ମା-ରି-ବା ଆରମ୍ଭ କରି ସେମାନଙ୍କ ପ୍ରଜାତି କୁ ମଧ୍ୟ ଲୋପ କରେଇ ବସିଲେ ।
ଏହା ପରେ ଏକ ବଡ଼ ବିପଦ ଚାଇନା ଆଡ଼କୁ ମାଡି ଆସିଲା ଏବଂ ତାହା ହେଉଛି ପ୍ରକୃତି ର ସନ୍ତୁଳନ ବିଗିଡି ଯିବା । ଘର ଚଟିଆ କେବଳ ଧାନ ଚାଉଳ ଖାଆନ୍ତି ନାହିଁ ବରଂ ଅନେକ କୀଟ ପୋକ କୁ ମଧ୍ୟ ଖାଇଥାନ୍ତି ଯାହା ଦ୍ୱାରା ପୋକ ଜୋକ ଙ୍କ ସଂଖ୍ୟା ନିୟନ୍ତ୍ରଣ ରେ ରହିଥାଏ । କିନ୍ତୁ ପକ୍ଷୀ ମାନଂକୁ ମା-ରି-ବା ଦ୍ୱାରା ଏହି ପୋକ ଜୋକ ଅଧିକ ବଢିବାକୁ ଆରମ୍ଭ କଲେ ଏବଂ ଅଟକିବାର ପ୍ରଶ୍ନ ମଧ୍ୟ ଉଠୁ ନଥିଲା । ଏହା ଏକ ଭୟଙ୍କର ପରିସ୍ଥିତି ହୋଇ ଗଲା ।
ସବୁଠାରୁ ଅଧିକ ବୃଦ୍ଧି ପାଇଲେ ପଙ୍ଗପାଳ ମାନେ । ଚାଇନା ରେ ପଙ୍ଗପାଳ ଙ୍କ ସଂଖ୍ୟା ବଢିବାକୁ ଲାଗିଲେ । ସେମାନେ ଏକାଠି ହୋଇ ଆସନ୍ତି ଏବଂ କିଛି ମୁହୂର୍ତ୍ତରେ ହିଁ ସେମାନେ ଫସଲ କୁ ନଷ୍ଟ କରି ଦିଅନ୍ତି । ଏହାକୁ ଅଟକାଇବା ପାଇଁ ଅନେକ ପଦକ୍ଷେପ ଏବଂ ଔଷଧ ଯୋଗୁଁ ଫସଲ ଆହୁରି ନଷ୍ଟ ହୋଇଗଲା ।
ଚାଇନା ର ଲୋକ ମାନଂକୁ ଠିକ ଭାବେ ଖାଦ୍ୟ ମିଳିଲା ନାହିଁ କିଛି ଦିନ ପରେ ଖାଦ୍ୟ ର ଘୋର ଅଭାବ ଦେଖା ଗଲା ଯାହାଦ୍ୱାରା ଚାଇନାର ପ୍ରାୟ ୪ କୋଟି ଲୋକଙ୍କ ଭୋକରେ ଛଟ ପଟ ହୋଇ ମୃ-ତ୍ୟୁ ହୋଇଥିଲା । ତେବେ ଇତିହାସ ରେ ଏହାକୁ କାଳରାତ୍ରି ବୋଲି ମଧ୍ୟ କୁହାଯାଏ । ତେବେ ପ୍ରକୃତି କୁ ନିଜ ନିୟନ୍ତ୍ରଣ ରେ ରଖିବା ପାଇଁ ଚେଷ୍ଟା କରିବା ମନୁଷ୍ୟର ସବୁଠାରୁ ବଡ଼ ମୂର୍ଖାମୀ ଅଟେ ।