ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ସେ ସର୍ବଦା ଅନ୍ୟ ର ସାହାଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ଥାଆନ୍ତି ଏବଂ ମିଡିଆ ଆଗରେ ନିଜ ମନ କଥା ଖୋଲିକରି କହି ଦିଅନ୍ତି ।
ତେବେ ବର୍ତ୍ତମାନ କଂଗ୍ରେସ ଏମ୍ ଏଲ ଏ ସୁର ରାଉତରାୟ ଙ୍କ ନୂଆ ଗୀତ ମାର୍କେଟ କୁ ଆସିଛି । ଯାହା ସରକାରୀ ଓ ପ୍ରାଇଭେଟ ବିଦ୍ୟାଳୟ ଉପରେ ଆଧାରିତ ହୋଇଛି । ଏହି ଗୀତ ରେ ସୁର ରାଉତରାୟ ମଧ୍ୟ ନିଜର କଣ୍ଠଦାନ କରିଛନ୍ତି । ଏହି ଗୀତ ଗାଇବା ସମୟ ରେ ସୁର ରାଉତରାୟ ବେଶ ଉତ୍ସାହ ର ସହିତ ଗୀତ ଗାଉଛନ୍ତି ଏବଂ ସେ ଗୀତ ଗାଇବା ସମୟରେ ଉତ୍କଣ୍ଠା ର ସହିତ ଡ୍ୟାନ୍ସ ମଧ୍ୟ କରିଛନ୍ତି ।
କଂଗ୍ରେସ ନେତା କହିଛନ୍ତି ଯେ, ଏହି ଗୀତ ରପ୍ରକୃତ ମୁରବି ହେଉଛନ୍ତି କଣ୍ଠଶିଳ୍ପୀ ମୋନାଲି । ସେ ଏତେ ସୁନ୍ଦର ଗୀତ ଗାଇବେ ବୋଲି ଆଶା କରି ନଥିଲି । ଏହା ସହିତ ଏହି ସଙ୍ଗୀତ ର ମ୍ୟୁଜିକ ଡାଇରେକ୍ଟର ରଶ୍ମି ପଣ୍ଡା ଓ ସଙ୍ଗୀତ ର ଲେଖକ ବିଭୁତି ସ୍ୱାଇଁ ସମସ୍ତେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।
ଏହି ଗୀତ ଟି ସରକାରୀ ସ୍କୁଲ ଓ ପ୍ରାଇଭେଟ ସ୍କୁଲ ଉପରେ ନିର୍ଦେଶୀତ ହୋଇଛି । ଏହି ଗୀତ ରେ ଖୁବ ଭଲ ଆରେଞ୍ଜମେଣ୍ଟ ହୋଇଛି ଏବଂ ବହୁତ ସୁନ୍ଦର ମ୍ୟୁଜିକ ଦିଆଯାଇଛି । ଏହା ଆଶା ଯେ, ଏହି ଗୀତ ଟି ସୁପରହିଟ ହେବ ।
ଯେତେବେଳେ ସୁର ରାଉତରାୟ ଙ୍କୁ ପଚରାଗଲା ଯେ, ସରକାରୀ ଓ ପ୍ରାଇଭେଟ ସ୍କୁଲ ମଧ୍ୟରେ କଣ ତଫାତ ରହିଛି । ସେ ଉତ୍ତର ରେ କହିଲେ ଯେ, ଦୁଇ ସ୍କୁଲ ମଧ୍ୟରେ କୌଣସି ଫରକ ନାହିଁ । ଯେଉଁ ସ୍କୁଲ ରେ ପଢ଼ିଲେ ମଧ୍ୟ ଏହା ନିର୍ଭର କରିଥାଏ ଛାତ୍ରଛାତ୍ରୀ ମାନଙ୍କ ଉପରେ ଯେ, ସେମାନେ ଶିକ୍ଷା ଲାଭ କରି ଉପଯୁକ୍ତ ନାଗରିକ ସାବ୍ୟସ୍ତ ହେବେ ।
ଏହି ସଙ୍ଗୀତ ର କଣ୍ଠଶିଳ୍ପୀ ମଧ୍ୟ ସେହି କଥା କହିଛନ୍ତି ଏବଂ ସେ କହିଛନ୍ତି ଯେ ଏହି ଗୀତ ଖୁବ ସୁନ୍ଦର ହୋଇଛି । ଏହା ଉଭୟ ସରକାରୀ ଓ ପ୍ରାଇଭେଟ ସ୍କୁଲ ପିଲା ଙ୍କୁ ପସନ୍ଦ ଆସିବ । ସବୁଠାରୁ ଖାସ କଥା ଏହା ଯେ, ଏହି ସଙ୍ଗୀତ ରେ ସୁର ରାଉତରାୟ ଅଛନ୍ତି ଯାହା ଗୀତ ରେ ଟ୍ଵିଷ୍ଟ୍ ଆଣିବ । ତେଣୁ ଏହି ଗୀତ କୁ ନିଶ୍ଚିତ ଭାବରେ ଦେଖିବେ ଏବଂ ଖୁବ ସାରା ଭଲ ପାଇବା ଦେବେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ