ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ମୋଟାପଣ ସମସ୍ୟା ଦେଖିବାକୁ ମିଳିଥାନ୍ତି । ଏହି ମୋଟାପଣ କୁ ଦୂର କରିବା ନିମନ୍ତେ ସେମାନେ ଅନେକ ଉପାୟ ର ପ୍ରୟୋଗ ମଧ୍ୟ କରିଥାନ୍ତି ।
କିନ୍ତୁ କୌଣସି ଲାଭ ପ୍ରାପ୍ତ ହୋଇ ନଥାଏ । ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଟିପ୍ସ ସମ୍ବନ୍ଧରେ କହିବୁ ଯାହାକୁ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କ ମୋଟାପଣ ତୁରନ୍ତ ଦୂର ହେବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ଏହି ଅଭ୍ୟାସ ଗୁଡ଼ିକୁ ବଦଳାଇ ଦିଅନ୍ତୁ-:
୧. ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରି ନିଅନ୍ତୁ । ଯଦି ଆପଣ ନିଜ ଓଜନ ଘଟାଇବାକୁ ଚାହୁଁଛନ୍ତି ତେବେ ନିୟମିତ ରୂପରେ ଏଭଳି କରନ୍ତୁ । ଯେଉଁ ବ୍ୟକ୍ତି ରାତିରେ ଭୋଜନ କରିବା ପରେ ତୁରନ୍ତ ଶୋଇ ପଡ଼ନ୍ତି ସେମାନଙ୍କ ଓଜନ କେବେବି କମି ନଥାଏ ।
୨. ଡାଏଟ୍ ଏକ୍ସପର୍ଟ ଡାକ୍ତର ରଂଜନା ସିଂ କୁହନ୍ତି ଯେ ଓଜନ ଘଟାଇବା ନିମନ୍ତେ ଅଧିକ ରୁ ଅଧିକ ମାତ୍ରାରେ ପାଣି ପିଇବା ନିହାତି ଆବଶ୍ୟକ । ପାଣି ପିଇବା ଦ୍ୱାରା ଏହା କେବଳ ଆମ ଶରୀର କୁ ହାଇଡ୍ରେଟ୍ ରଖି ନଥାଏ ବରଂ ଏହା ଆମ ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ଖାଇବାର ଅଧ ଘଣ୍ଟା ପୂର୍ବରୁ ୧ ଗ୍ଲାସ ପାଣି ଅବଶ୍ୟ ପିଅନ୍ତୁ ।
୩. ଅନେକ ରିସର୍ଚ୍ଚ ରୁ ଜଣା ପଡ଼ିଛି ଯେ, ସକାଳ ସମୟ ରେ ଖାଲି ପେଟରେ ଚା ବା କଫି ପିଇବା ଦ୍ୱାରା ଏହା ଆମ ଶରୀର ରେ କୁପ୍ରଭାବ ପକାଇଥାଏ । ଏହା ବଦଳ ରେ ଯଦି ଆମେ ଉଷୁମ ପାଣି ପିଇବା ତେବେ ଏହା ଆମ ପାଚନ କ୍ରିୟା କୁ ମଜବୁତ କରିଥାଏ ଏବଂ ଓଜନ ଘଟାଇବାରେ ମଧ୍ୟ ସହାୟକ ହୋଇଥାଏ ।
୪. ଡାକ୍ତର ରଂଜନା ସିଂ କୁହନ୍ତି ଯେ, ଯଦି ଆପଣ ଖାଦ୍ୟ ବନାଇବା ସମୟ ରେ ଅଧିକ ତେଲ ର ବ୍ୟବହାର କରନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ତେଲ ରେ ବହୁତ ଅଧିକ ମାତ୍ରାରେ କ୍ୟାଲୋରୀ ରହିଥାଏ । ଏହାଦ୍ବାରା ଆପଣଙ୍କ ଓଜନ କେବେବି କମି ନଥାଏ । ଆପଣଙ୍କ ଖାଦ୍ୟ ରେ ତେଲ ର ପରିମାଣ କମ ରହିବା ଆବଶ୍ୟକ । ଏହାଦ୍ବାରା ହିଁ ଆପଣଙ୍କ ଓଜନ କମିବ । ନଚେତ ଏହାର ବିପରୀତ ଆପଣଙ୍କ ଓଜନ ବଢ଼ିଥାଏ । ତେଣୁ ଏଥିପ୍ରତି ଧ୍ୟାନ ଅବଶ୍ୟ ରଖନ୍ତୁ ।
ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ