ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଜୀବନ ରେ କେତେବେଳେ ରୋଗ ଆସିଥାଏ ସେ ସ୍ୱୟଂ ମଧ୍ୟ ଜାଣିପାରି ନଥାଏ । ଏହାର ମୁଖ୍ୟ କାରଣ ହେଉଛି ନିୟମିତ ଖାଦ୍ୟପେୟ ନ କରିବା ଏବଂ ନିଜ ସ୍ୱାସ୍ଥ୍ୟ ର ସଠିକ ଭାବରେ ଯତ୍ନ ନ ନେବା ।
ଶରୀରରେ ପ୍ରତ୍ୟେକ ଅଙ୍ଗର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେହିପରି କିଡ୍ନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । କିଡ୍ନୀ ରେ କୌଣସି ସମସ୍ୟା ଦେଖା ଯାଇଥିଲେ ଭବିଷ୍ୟତ ରେ ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ଯଦି ଆପଣଙ୍କ ମଧ୍ୟ କିଡ୍ନୀ ଜନିତ କୌଣସି ସମସ୍ୟା ରହିଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଡ୍ନୀ ଖରାପ ହେବା ପୂର୍ବରୁ ଦେଖା ଦେଇଥିବା କିଛି ସଂକେତ ସମ୍ବନ୍ଧରେ କହିବୁ ।
କିଡ୍ନୀ ଖରାପ ହେବାର ବହୁତ ଗୁଡ଼ିଏ ସଂକେତ ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ସଂକେତ ବିଷୟରେ କହିବୁ ଯାହା ଆପଣ ସହଜରେ ଜାଣି ପାରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ପ୍ରଥମତଃ, ଯଦି ଆପଣଙ୍କ କିଡ୍ନୀ ଖରାପ ହେବାକୁ ଲାଗିଥାଏ ତେବେ ଆପଣଙ୍କ ପାଟି ରୁ ଦୁର୍ଗନ୍ଧ ବାହାରି ଥାଏ । ଏହା ସହିତ ପାଟି ର ସ୍ୱାଦ ମଧ୍ୟ ଖରାପ ହୋଇଯାଇଥାଏ । କିଡ୍ନୀ ଖରାପ ହେବା ଦ୍ୱାରା ରକ୍ତ ରେ ୟୁରିଆ ର ପରିମାଣ ଅଧିକ ହୋଇଯାଏ । ଯାହାଦ୍ୱାରା ପାଟି ରୁ ଦୁର୍ଗନ୍ଧ ବାହାରି ଥାଏ । ଏହା ସ୍ପଷ୍ଟ ଲକ୍ଷଣ ଅଟେ । ଯଦି ଏଭଳି ଲକ୍ଷଣ ଆପଣଙ୍କ ମଧ୍ୟରେ ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ।
୨. ଦ୍ବିତୀୟତଃ, କିଡ୍ନୀ ଖରାପ ହେବା ଦ୍ୱାରା ପରିସ୍ରା ରେ ଫେଣ ପଡ଼ିଥାଏ । ଯଦି ଆପଣଙ୍କ ପରିସ୍ରା ରେ ମଧ୍ୟ ଫେଣ ପଡ଼ୁଛି ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ । ନଚେତ ଆପଣଙ୍କୁ ଏହାର ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ।
୩. ତୃତୀୟତଃ, କିଡ୍ନୀ ଖରାପ ହେବା ଦ୍ବାରା ସର୍ଵ ପ୍ରଥମେ ଶରୀରରେ ରକ୍ତ ଖରାପ ହୋଇଯାଏ ଯାହା ଫଳରେ ଶରୀର ଫୁଲିବାକୁ ଲାଗିଯାଏ । ତେବେ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ।
୪. ଚତୁର୍ଥତଃ, ଯଦି ଆପଣ କୌଣସି କାମ ନକରି ମଧ୍ୟ ବହୁତ ଶୀଘ୍ର ଥକି ଯାଉଛନ୍ତି ତେବେ ଏହାର ଅର୍ଥ ଆପଣ କୌଣସି ଏକ ବଡ଼ ରୋଗର ଶିକାର ହେଉଛନ୍ତି । ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ।
୫. ପଞ୍ଚମତଃ, କିଡ୍ନୀ ଖରାପ ହେବା ପରେ ଯେଉଁ ଏନିମିଆ ରୋଗ ହୋଇଥାଏ ତାହା ଯୋଗୁଁ ଗରମ ପରିବେଶରେ ମଧ୍ୟ ଥଣ୍ଡା ଲାଗିଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ମଧ୍ୟ ଏହି ସମସ୍ୟା ରେ ଅଛନ୍ତି ତେବେ ତୁରନ୍ତ ଏହାର ଚିକିତ୍ସା କରନ୍ତୁ ।
୬. ଷଷ୍ଠତଃ, ପରିସ୍ରା ରେ କୌଣସି ପ୍ରକାର ପରିବର୍ତ୍ତନ କିଡ୍ନୀ ଖରାପ ହେବାର ଲକ୍ଷଣ ଅଟେ । ଯଦି ଆପଣଙ୍କ ପରିସ୍ରା ରେ ରକ୍ତ ପଡୁଛି ତେବେ ଏହାର ଅର୍ଥ ଆପଣଙ୍କ କିଡ୍ନୀ ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇ ସାରିଛି । ତେଣୁ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ଏହାର ଚିକିତ୍ସା କରନ୍ତୁ । ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ