ଦେଖନ୍ତୁ Video: ପୁଣି ତେଜିଲା Varsha-Anubhav ବିବାଦ, ବର୍ଷାଙ୍କ ପାଇଁ ମିଡିଆ ସାମ୍ନାରେ କିଛି ଏମିତି କହିଲେ Sura Routray, ଶୁଣିଲେ ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଓଲିଉଡ ର କିଙ୍ଗ ଅନୁଭବ ଓ ଓଲିଉଡ ର କ୍ୱିନ ବର୍ଷା ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ । ଏହି ଦୁଇ ଜଣଙ୍କ ଯୋଡି କୁ ଲୋକ ମାନେ ବହୁତ ଭଲ ପାଇବା ଦେଇଥିଲେ ।

ଏପରିକି ଏହି ଦୁଇ ଯୋଡି ନିଜ ବାସ୍ତବ ଜୀବନ ରେ ମଧ୍ୟ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । କିନ୍ତୁ ଏ ବିବାହ ବେଶୀ ବର୍ଷ ଯାଏ ତିଷ୍ଠି ପାରି ନ ଥିଲା ଦୁହିଁଙ୍କ ମଧ୍ୟରେ କିଛି କଳହ ଯୋଗୁ ସେମାନେ ଦୁହେଁ ଅଲଗା ହୋଇଯାଇଥିଲେ । କିନ୍ତୁ ସେମାନେ ବର୍ତ୍ତମାନ ସୁଦ୍ଧା ଆଇନ ଅନୁଯାୟୀ ଅଲଗା ହୋଇ ନାହାନ୍ତି । ତେବେ ବର୍ଷା ଅନୁଭବ ଙ୍କ ବିଷୟ ରେ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜର ମତ ଦେଇ ତାଙ୍କୁ ଏପରି ନ କରିବା ପାଇଁ କହିଛନ୍ତି ।

ସୁର ରାଉତରାୟ କହିଛନ୍ତି ହେ ବର୍ଷା ନାତୁଣୀ ତୁମେ ଆଉ ଇଆଡ଼େ ସିଆଡେ ନ ହୋଇ ଦୁଇ ଜଣ ପୁଣି ଏକାଠି ହୋଇଯାଅ । ତୁମେ ଦୁଇଜଣ ଗାଁ ଦାଣ୍ଡ ରେ ଆଉ ଏମିତିଆ ଅବାଗିଆ କାର୍ଯ୍ୟ କର ନାହିଁ କି ବଦଲାମ ହୁଅ ନାହିଁ । ତୁମେ କିଛି କାହା କଥା ଶୁଣ ନାହିଁ ତୁମେ ଦୁଇ ଜଣ ଏକ ହୋଇଗଲେ ସବୁ କିଛି ଠିକ ହୋଇଯିବ ।

ସେ ଆହୁରି ମଧ୍ୟ କହିଥିଲେ କାଲି କୋର୍ଟ କୁ ବର୍ଷା ଯାଇ ନ ଥିଲେ । ବର୍ଷା ଜଣେ ଉଚ୍ଚ ପରିବାର ରେ ଜନ୍ମ ଗ୍ରହଣ କରିଛନ୍ତି । ସେ ଜଣେ ବହୁତ ଭଲ କଳାକାର ମଧ୍ୟ ଅଟନ୍ତି । ସେ ଜଣେ ସିନେମା ଷ୍ଟାର ତଥା ସମାଜ ସେବୀକା ମଧ୍ୟ ଅଟନ୍ତି ।

ସେ କହିଥିଲେ ସେ ନିଜେ ଦେଖିଛନ୍ତି ଏହି କରୋନା ମହାମାରୀ ସମୟ ରେ ବର୍ଷା ଗରିବ ଲୋକ ମାନଂକୁ ମାସ୍କ ଦେବା,ଖାଦ୍ୟ ଦେବା ସହିତ ବହୁତ ସେବା ମଧ୍ୟ କରିଛନ୍ତି । ତୁମେ ଦୁଇ ଜଣ ବହୁତ ବଡ଼ ଫିଲ୍ମ ଷ୍ଟାର ଅଟ । ତୁମେ ଦୁଇ ଜଣ ଏକ ଆଭିଜାତ୍ୟ ପରିବାର ରେ ଜନ୍ମ ଗ୍ରହଣ କରିଛ ।

ଆଉ ବିଲକୁଲ ବି ଏମିତି ହୁଅନି । ଦୁଇ ଜଣ ଏକାଠି ହୋଇ ଯାଅ ଓ ଏକ ଆଦର୍ଶ ଜୀବନ ବିତାଅ । ଆଉ ରାସ୍ତା ମଝି ରେ ଏପରି କାମ କର ନାହିଁ । ଶେଷ ରେ ସେ କହିଥିଲେ ମୁଁ ଆଶା କରୁଛି ଦୁଇ ଜଣ ପୁଣି ଏକାଠି ହୋଇଯିବେ । ଦୁଇ ଜଣଙ୍କ ମଧ୍ୟରେ ପୁଣି ପୂର୍ବ ପରି ଭାବ ଫେରି ଆସିବ ଓ ଦୁଇ ଜଣଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଆହୁରି ବଢିବ ଏବଂ ଖୁବ ଭଲ ହେବ ।

ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣ ମାନଙ୍କ ମତାମତ କଣ ? କଣ ବର୍ଷା ଅନୁଭବ ଏକାଠି ହେବା ଉଚିତ ? କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *