ନମସ୍କାର ବନ୍ଧୁଗଣ,ବନ୍ଧୁଗଣ କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି । ଅନେକ ଲୋକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ବଲିଉଡ ର ସୁପରଷ୍ଟାର ସୋନୁ ସୁଦ ସହଯୋଗ ର ହାତ ବଢ଼ାଇଥିଲେ ।
ସେ ଏହି ମହାମାରୀ ସମୟ ରେ ଅନେକ ଲୋକଙ୍କୁ ଆଣି ତାଙ୍କ ଘରେ ପହଞ୍ଚାଇ ଥିଲେ । ବନ୍ଧୁଗଣ କରୋନା ମହାମାରୀ ସମୟ ରେ କେବଳ ଜଣେ ହିଁ ଲୋକ ଘରୁ ବାହାରକୁ ବାହାରି ଅନେକ ଲୋକ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଥିଲେ । ଅନେକ ଲୋକ ଙ୍କୁ ସେ ଖାଦ୍ୟ ଯୋଗାଇ ଥିଲେ ଓ ଅନେକ ଲୋକଙ୍କୁ ସେ ଘରେ ପହଞ୍ଚାଇ ଥିଲେ । ତେବେ ବନ୍ଧୁଗଣ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଆମର ପ୍ରିୟ ତଥା ହୃଦୟ ର ହିରୋ ଅଭିନେତା ସୋନୁ ସୁଦ ।
ସବୁବେଳେ ସମସ୍ତ ଙ୍କୁ ସାହାଯ୍ୟ କରିବା ପାଇଁ ସେ ଆଗଭର ହୋଇ ପଡ଼ିଥାନ୍ତି । ଏବେ ମଧ୍ୟ ଅନେକ ଲୋକ ତାଙ୍କୁ ସାହାଯ୍ୟ ମାଗୁଥିବା ବେଳେ ଏହି ଲିଷ୍ଟ ରେ ସାମିଲ ହୋଇଛନ୍ତି ଜଣେ ପ୍ରେମିକ । ଏହି ପରି ସମୟ ରେ ସୋନୁ ଙ୍କୁ ଜଣେ ଯୁବକ ଟ୍ୱିଟ କରି କହିଥିଲେ ମୋ ଗାର୍ଲଫ୍ରେଣ୍ଡ ମୋତେ ଆଇ ଫୋନ ମାଗୁଛି ଆପଣ କିଛି ସାହାଯ୍ୟ କରି ପାରିବେ କି ?
ଏହି ଟ୍ୱିଟ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି । ଇଂଜିନିୟର ଲଡ଼କା ନାମକ ଏକ ଟ୍ୱିଟର ପେଜ ରୁ ସୋନୁ ଙ୍କୁ ଟ୍ୟାଗ କରି ଏହି ଟ୍ୱିଟ କରିଛନ୍ତି । ଏହି ଟ୍ୱିଟ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ଏହା ର ଉତ୍ତର ଦେଇଛନ୍ତି ହୃଦୟ ର ହିରୋ ।
ମଜାଳିଆ ଉତ୍ତର ଦେଇ ସୋନୁ ଲେଖିଛନ୍ତି “ତାଙ୍କ କଥା କହିହେବନି କିନ୍ତୁ ଯଦି ଆଇ ଫୋନ ଦେବି ତେବେ ତୁମର କିଛି ରହିବ ନାହିଁ” । ଏହା ସହିତ ଏକ ହସୁଥିବା ଇମୋଜି ଦେଇ ସେୟାର କରିଛନ୍ତି ସୋନୁ । ଏହି ଟ୍ୱିଟ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ସାଉଁଟୁଛି । ଆପଣ ଜାଣି କରି ଆଶ୍ଚର୍ଯ୍ୟ ହେବେ ପ୍ରତିଦିନ ସହାୟତା ପାଇଁ ସୋନୁ ଙ୍କୁ ପ୍ରାୟ ୫୦ ହଜାର କଲ ଆସୁଛି ।
କେଉଁଠି ବେଡ଼ ପାଇଁ ତ କେଉଁଠି ଅକ୍ସୀଜେନ ପାଇଁ ଆଉ କେଉଁଠି ମେଡ଼ିସିନ ପାଇଁ ସହାୟତା କରିବା ପାଇଁ ସୋନୁ ଙ୍କୁ କଲ ଆସୁଛି । ଭାରତ ର କୋଣ ଅନୁକୋଣ ରୁ ସହାୟତା ପାଇଁ ସୋନୁ ଙ୍କ ସହିତ ଯୋଗାଯୋଗ କରୁଛନ୍ତି । ଏହି ସମୟ ରେ ହୃଦୟ ର ହିରୋ ସୋନୁ ବିପଦ ର ବନ୍ଧୁ ସାଜି ସମସ୍ତ ଙ୍କ ନିକଟ ରେ ପହଂଚୁଛନ୍ତି । ଏଥିରେ ଆପଣଙ୍କ ମତାମତ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ ଓ କରୋନା କାଳରେ ସୋନୁ ଙ୍କର ଏମିତି ମହାନ କାର୍ଯ୍ୟ ପାଇଁ ହୃଦୟରୁ ଗୋଟେ ଲାଇକ ଓ ସେୟାର କରିବେ । ଧନ୍ୟବାଦ