ବର୍ତ୍ତମାନ କରୋନା ରେ ବହୁତ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ବହୁତ ଲୋକ କରୋନା ରେ ଆକ୍ରାନ୍ତ ହେଉଛନ୍ତି । ଅନେକ ଲୋକଙ୍କର ଜୀବନ ମଧ୍ୟ ଚାଲି ଯାଉଛି । ବର୍ତ୍ତମାନ ସମୟରେ କରୋନା ରେ ଗୁରୁତର ଭାବରେ ଆକ୍ରାନ୍ତ ହୋଇଥିବା ଅଭିଷେକ ଙ୍କ କଥା ତ ଆପଣ ମାନେ ନିଶ୍ଚୟ ଜାଣିଥିବେ ।
ସୋସିଆଲ ମିଡିଆରେ ତାଙ୍କର ନବ ବିବାହିତା ପତ୍ନୀ ଅଭିଷେକ ଙ୍କ ସାହାର୍ଯ୍ୟ ମାଗିଛନ୍ତି । ପୂର୍ବ ରୁ ସେ ଅଭିଷେକ ଙ୍କ ଚିକିତ୍ସା ପାଇଁ ନିଜ ପାଖରେ ଥିବା ସମସ୍ତ ଟଙ୍କା କୁ ଖର୍ଚ୍ଚ କରିସାରିଛନ୍ତି । ଏବେ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ କୋଲକାତା କୁ ସ୍ଥାନାନ୍ତର କରିବାକୁ ପଡିବ ବୋଲି ଡାକ୍ତର ମାନେ କହିଛନ୍ତି । ଅଭିଷେକ ଙ୍କୁ ବାୟୁ ମାର୍ଗ ରେ କୋଲକାତା ନେବା ପାଇଁ ପ୍ରାୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ସହିତ ସେ କୋଲକାତା ରେ ଯେଉଁ ହସ୍ପିଟାଲରେ ଚିକିତ୍ସା ହେବେ ସେହି ହସ୍ପିଟାଲରେ ମଧ୍ୟ ଏକ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।
ଏହି ସମୟ ରେ ତାଙ୍କ ପତ୍ନୀ କହିଛନ୍ତି ଯଦି ସାଢ଼େ ୪କୋଟି ଓଡିଶା ବାସୀ ତାଙ୍କୁ ଟଙ୍କାଟିଏ ଲେଖାଏଁ ମଧ୍ୟ ସାହାଯ୍ୟ କରିବେ ତେବେ ତାଙ୍କ ପତି ବଂଚିଯିବେ ବୋଲି ସମସ୍ତ ଙ୍କୁ ପାର୍ଥନା କରି କହିଛନ୍ତି । ତାଙ୍କ ପାଖରେ ବର୍ତ୍ତମାନ ସୁଧା କିଛି ମାତ୍ରାରେ ସହାୟତା ରାଶି ତାଙ୍କ ପାଖରେ ପହଞ୍ଚି ସାରିଛି ।
ଆପଣଙ୍କୁ କହିବାକୁ ଯାଉଛି ଜଲିଉଡ ଆକ୍ଟ୍ରେସ ରାଣୀ ପଣ୍ଡା ତାଙ୍କୁ ସାହାର୍ଯ୍ୟର ହାତ ବଢେଇଛନ୍ତି । ସେମାନେ ଭଡାରେ ରହି ଅଭିଷେକ ଙ୍କ କଥା ବୁଝୁଥିବାରୁ ତାଙ୍କୁ ରାଣୀ ନିଜ ଘରେ ଆସି ରହିବାକୁ କହିଛନ୍ତି । ସେମାନେ ମନା କରିବାରୁ ସେ ନିଜ ନମ୍ବର ଦେଇଛନ୍ତି ଓ କହିଛନ୍ତି କି ଯେତେବେଳେ କି ଯେ କୌଣସି ପ୍ରକାରର ସାହାର୍ଯ୍ୟ ଦରକାର ମତେ ତୁରନ୍ତ କଣ୍ଟାକ୍ଟ କରିବ ।
ସେ ଅଭିଷେକ ଙ୍କ ମା’ ଓ ସ୍ତ୍ରୀ ଙ୍କୁ ସାନ୍ତ୍ଵନା ଦେଇଛନ୍ତି ଓ ଯେତେବେଳେ ଦରକାର ପଡିବ ସାହାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହା ସହିତ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଅଭିଷେକ ଙ୍କୁ ସାହାର୍ଯ୍ୟ କରିବା ପାଇଁ । ତେବେ ଦେଖନ୍ତୁ ଭିଡିଓ ସେ କଣ କହୁଛନ୍ତି । ତେବେ ଆପଣ ମାନେ ଯଦି ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଚାହାଁନ୍ତି ତାଙ୍କର ବ୍ଯାଙ୍କ ଆକାଉଣ୍ଟ ରେ କିମ୍ବା ଫୋନ ପେ ନମ୍ବର ରେ ସାହାର୍ଯ୍ୟ କରିବେ ।
ଏହା ସହିତ ପୋସ୍ଟ ଟି କୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯାହା ଦ୍ଵାରା ଏହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଓ ଅଭିଷେକ ଙ୍କ ପରିବାରକୁ କିଛି ସାହାର୍ଯ୍ୟ ମିଳି ପାରିବ । ଆଶା କରୁଛୁ ଆପଣ ମାନେ ଏଥିରେ ନିଜ ଯୋଗଦାନ ଦେବେ । ଧନ୍ୟବାଦ