ପିତାଙ୍କ କଟା ହାତ ଦେଖି ପୁଅ ବନ୍ଦ କରିଦେଲା ଟିଭି, ଯାହାଫଳରେକି ମା ନଦେଖୁ, ଆଉ ତା ପରେ

କରୋନା ଭାଇରସ ମହାମାରୀ ସହ ପୁରା ଭାରତବାସୀ ଲଢୁଛନ୍ତି । କିନ୍ତୁ ଏହା ମଧ୍ୟରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଅତି ଗମ୍ଭୀରତାର ସହ ନେଉ ନାହାନ୍ତି । ଏହି ସମୟରେ ଡାକ୍ତର, ପୋଲିସକର୍ମୀ, ସଫେଇ କର୍ମୀ ଲୋକମାନେ ନିଜର ଦାୟିତ୍ଵକୁ ପୁରା କରୁଛନ୍ତି । ଏହା ସହିତ ପୋଲିସ ଲକଡାଉନ ସମୟରେ ନିୟମକୁ ପାଳନ କରୁ ନ ଥିବା ଲୋକମାନଙ୍କୁ ଅଟକାଇ ତାଙ୍କୁ ସଚେତନ କରାଉଛନ୍ତି । କିନ୍ତୁ କିଛି ଲୋକ ଏମିତି ଅଛନ୍ତି, ଯେଉଁମାନଙ୍କୁ ଅଟକାଇଲେ ତାଙ୍କର ସମ୍ମାନକୁ ଆଘାତ ଲାଗି ଯାଉଛି ଓ ଏହା ପରେ ସେମାନେ ପୋଲିସକର୍ମୀଙ୍କ ଉପରେ ହିଁ ଆକ୍ରମଣ କରି ଦେଉଛନ୍ତି ।

କହିବାକୁ ଗଲେ ପଟିୟାଲାର ଏକ ଆସିସ୍ଟେଂଟ ସବ-ଇଂସ୍ପେକ୍ଟର (ASI) ହରଜୀତ ସିଂହଙ୍କ ଏକ ହାତକୁ ନିହଂଗୋଂର ଏକ ସମୂହ କାଟି ଦେଇଛନ୍ତି । କିନ୍ତୁ ଖୁସିର ଖବର ଏହା ଅଟେ କି ପୋସ୍ଟ ଗ୍ରାଜୁଏଟ ଇଂସ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚର ଡାକ୍ତରମାନେ ସର୍ଜରୀ କରି ହରଜୀତ ସିଂହଙ୍କ ହାତକୁ ଯୋଡି ଦେଇଛନ୍ତି ।

Google

କହିବାକୁ ଗଲେ ହରଜୀତ ସିଂହଙ୍କ ପରିବାରରେ ତାଙ୍କର ପୁଅ, ପତ୍ନୀ, ମାତା, ପିତା ଓ ଛୋଟ ଭାଇ ରୁହନ୍ତି । ଏହି ଘଟଣାରେ ଛୋଟ ଭାଇ ଗୁରଜୀତ ସିଂହ କୁହନ୍ତି କି, ମୋର ବଡ ଭାଇ ହରଜିତ ସିଂହ ପଟିୟାଲାର ସଦର ପୋଲିସ ଷ୍ଟେସନରେ ଅଛନ୍ତି ଓ ସେଠୁ ୨୦ କିଲୋମିଟର ଦୂରରେ ମୁଁ ରାଜପୁରା ସହରରେ ରହିଥାଏ । ଏହା ପରେ ସେ କହିଲେ କି, ସକାଳୁ ସକାଳୁ ମୋର ଏକ ବନ୍ଧୁର ଫୋନ ଆସିଲା ।

Google

ସେ କହିଲେ କି, ହରଜିତ ସିଂହଙ୍କ ହାତ କାଟି ଦିଆ ଯାଇଛି । ଏହା ଶୁଣି ମୋର ହୋସ ଉଡିଗଲା ଓ ଏହା ପରେ ମୁଁ ହସ୍ପିଟାଲରେ ପହଞ୍ଚିଗଲି । କିନ୍ତୁ ଖୁସିର କଥା ଏହା ଥିଲା କି ମୋ ଭାଇଙ୍କ ଭଲ ଭାବରେ ଚିକିତ୍ସା କରାଯାଉଥିଲା ।

Google

ଗୁରଜୀତ ସିଂହ ଆଗକୁ କୁହନ୍ତି କି, ଏହି ଘଟଣାର ସୂଚନା ଆମ ପରିବାରରେ କାହାକୁ ବି ନ ଥିଲା । ମୋତେ ଡର ଥିଲା ମୋର ଭାଉଜ (ହରଜୀତ ସିଂହଙ୍କ ପତ୍ନୀ)ଙ୍କୁ ଯଦି ଏହି କଥା ଜଣା ପଡିଯିବ ତେବେ ସେ ଭାଙ୍ଗି ପଡିବେ । କିନ୍ତୁ ମୋର ପୁତୁରା (ହରଜୀତ ସିଂହଙ୍କ ପୁଅ) ଅର୍ଶପ୍ରୀତ ସବୁ କିଛି ଟିଭିରେ ଦେଖି ସାରିଥିଲା ଓ ସେ ମୋତେ ଫୋନ କରି କହିଲା କି, ଦାଦା ମୋତେ ସବୁ ଜଣା ଅଛି । କିନ୍ତୁ ମୁଁ ଟିଭିର କନେକ୍ସନ କାଟି ଦେଇଛି ।

ଯାହା ଦ୍ଵାରା ଘରେ କେହି କିଛି ଜାଣି ପାରିବେ ନାହିଁ । ଏହା ପରେ ମୁଁ ସନ୍ଧ୍ୟା ସମୟରେ ନିଜର ମାତା ପିତାଙ୍କୁ ସବୁ କଥା କହିଲି । କହିବାକୁ ଗଲେ ବର୍ତ୍ତମାନ ହରଜୀତ ସିଂହ ସୁସ୍ଥ ଅଛନ୍ତି ଓ ଗୁରଜିତ ସିଂହ ଡାକ୍ତରମାନଙ୍କୁ ଧନ୍ୟବାଦ ବି ଦେଇଛନ୍ତି, ଯେଉଁମାନେ ତାଙ୍କ ଭାଇର ହାତକୁ ଯୋଡି ଦେଇଛନ୍ତି । ଦେଶ ଦୁନିଆରା ସବୁ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *