ମୃତ୍ୟୁର ଗନ୍ତାଘର ପାଲଟିଛି କି କୋଭିଡ ହସ୍ପିଟାଲ, ଥରେ ଦେଖନ୍ତୁ ଏହି ଭିଡିଓ, ହୋସ ଉଡିଯିବ ଆପଣଙ୍କର

ଆଜି କାଲି ଦେଶର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ ଆଜି ଆମେ ମୟୁରଭଞ୍ଜ ଜିଲ୍ଲାରେ କରୋନା ମହାମାରୀ ର ଭୟଙ୍କର ରୂପ ଏବଂ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବୁ ତେବେ ଆସନ୍ତୁ ଜାଣିନେବା ମୟୁରଭଞ୍ଜ ର ଭୟଙ୍କର ରୁପ ।

ରାଜ୍ୟ ସରକାର କରୋନା ରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ମୟୁରଭଞ୍ଜ ଜିଲ୍ଲାର ବାଙ୍କୀଷୋଳ ଠାରେ ଥିବା କୋଭିଡ ହସ୍ପିଟାଲରୁ ଏଭଳି କିଛି ଦୃଶ୍ୟ ଆସିଛି ଯେ ଯାହାକୁ ଦେଖି ଆପଣ ମାନେ ମଧ୍ୟ ବିଚଳିତ ହୋଇଯିବେ । ଏହି ହସ୍ପିଟାଲରୁ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ସେହି ଭିଡିଓ ଦେଖୁଥିବା ଲୋକମାନେ ସ୍ତବ୍ଧ ହୋଇ ଯାଉଛନ୍ତି । ଏହି ଭିଡିଓ ରେ ରୋଗୀ ମାନଂକୁ ବହୁତ ଖରାପ ଭାବରେ ରଖା ଯାଇଛି ।

ସେମାନଙ୍କ ପାଇଁ ରହିବାର ଏବଂ ଠିକ ଭାବେ ବିଶ୍ରାମ ନେବାର କୌଣସି ବ୍ୟବସ୍ଥା ନାହିଁ । ରୋଗୀ ମାନେ ଚଟାଣ ଉପରେ ଶୋଉଛନ୍ତି । ସେଠାରେ ସେମାନଂକୁ ଉପଯୁକ୍ତ ଖାଦ୍ୟ ର ମଧ୍ୟ ବ୍ୟବସ୍ଥା ନାହିଁ । ସେହି ହସ୍ପିଟାଲରେ ଅମ୍ଳଜାନ ର ମଧ୍ୟ କୌଣସି ସୁବିଧା ନାହିଁ ଏବଂ ସେହି କାରଣ ଯୋଗୁଁ ଅନେକ ଲୋକଙ୍କ ମୃ-ତ୍ୟୁ ମଧ୍ୟ ଘଟିଛି ।

ଏହା ଛଡା ରୋଗୀ ମାନଙ୍କ ପାଇଁ ଆସୁଥିବା ଟଙ୍କା ଆଦି କୁ ମଧ୍ୟ ତାଙ୍କ ସହାୟତା ରେ ଲଗା ଯାଉ ନାହିଁ । ତେବେ ମୟୁରଭଞ୍ଜ ଜିଲ୍ଲାରେ ଗୋଟିଏ ଦିନରେ ୬ ରୁ ଅଧିକ ଲୋକଙ୍କ ମୃ-ତ୍ୟୁ ଘଟୁଛି କିନ୍ତୁ ଏହାର ଠିକ ଭାବେ ତଦନ୍ତ ମଧ୍ୟ ହେଉ ନାହିଁ । ଏଠାରେ ଅନେକ ରୋଗୀ ସେ ପୁରୁଷ ହେଉ କିମ୍ବା ମହିଳା ଉ-ଲ-ଗ-ନ ଅବସ୍ଥାରେ ପଡି ରହୁଛନ୍ତି ।

କିଛି ରୋଗୀ ବାଥରୁମ ବାହାରେ ପଡିଛନ୍ତି । ଅକ୍ସୀଜେନ ମଧ୍ୟ ଠିକ ଭାବରେ ମୁହଁରେ ଲଗାଉ ନାହାନ୍ତି । ଏହା ଛଡା ରୋଗୀ ମାନଙ୍କ ଖାଦ୍ୟ ତାଙ୍କ ପାଖରେ ଫିଙ୍ଗି ଦେଇ ଯାଉଛନ୍ତି । ତେବେ ସେହି ହସ୍ପିଟାଲରେ ରୋଗୀ ମାନଙ୍କ ସେବା ପାଇଁ କେହି ସେଠାରେ ରହୁ ନାହାନ୍ତି ସେଠାକର କର୍ମଚାରୀ ମାନେ ମଧ୍ୟ ନିଜର କର୍ତ୍ତବ୍ୟ କୁ ଠିକ ଭାବରେ କରୁ ନାହାନ୍ତି ।

ତେବେ ମୟୁରଭଞ୍ଜ ଜିଲ୍ଲାର ହସ୍ପିଟାଲର ଏପରି ଦୟନୀୟ ଏବଂ ଭୟଙ୍କର ଦୃଶ୍ୟ ଲୋକମାନଙ୍କ ମନ କୁ ବିଚଳିତ କରି ଦେଉଛି । ତେବେ ସୂଚନା ଅନୁସାରେ ଏହି ଭିଡିଓ ଟି ସେହି ହସ୍ପିଟାଲରେ ମୃ-ତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ପୁତ୍ର କରିଛନ୍ତି ଏବଂ ସେ ଏହି ଭିଡିଓ ଯୋଗେ ଲୋକ ମାନଂକୁ ସେହି ହସ୍ପିଟାଲରେ ଚାଲୁଥିବା ଅବ୍ୟବସ୍ଥା ବିଷୟରେ ସୂଚନା ମଧ୍ୟ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *