ବନ୍ଧୁଗଣ ବର୍ତ୍ତମାନ ରାଜ୍ୟରେ ଝଡ ବାତ୍ୟା ‘ୟଶ’ ନିଜର ଭୟଙ୍କର ରୂପ ଦେଖାଇଛି । ଦେଶ କରୋନା ମହାମାରୀ ସହ କେତେକ ଝଡ ବାତ୍ୟାର ମଧ୍ୟ ସମ୍ମୁଖୀନ ହେଉଛି ।
ଗତ କିଛି ଦିନ ତଳେ ଦେଶରେ ‘ତାଉତେ’ ନାମକ ଏକ ଝଡ ବାତ୍ୟା ଆସିଥିଲା । ଏହି ବାତ୍ୟାଟି ଅନେକ କ୍ଷୟ କ୍ଷତି କରେଇଥିଲା ଓ ବର୍ତ୍ତମାନ ଦେଶରେ ଅନ୍ୟ ଏକ ବାତ୍ୟା ନିଜର କୋପ ବର୍ଷାଇଛି । ବାତ୍ୟା ‘ୟଶ’ ବର୍ତ୍ତମାନ ଓଡିଶାର କିଛି ଜିଲ୍ଲାର ଉପକୂଳ ଦେଇ କ୍ରଶ କରିଛି ।ଏହାର ପ୍ରଭାବ ବିଶେଷ କିଛି ଜିଲ୍ଲାରେ ଦେଖିବାକୁ ମିଳିଛି ।
ଗତ କିଛି ସମୟ ପୂର୍ବରୁ ଏହି ବାତ୍ୟା ବାଲେଶ୍ଵର ରେ ଅଧିକ ପ୍ରଭାବ ପକାଇଛି । ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ଓ ସାଧାରଣ ପବନ ହେଉଛି ହେଲେ କିଛି ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ବାତ୍ୟା କାରଣରୁ ରାଉରକେଲାରରେ ବ୍ଯାଙ୍କ ଅଫ ବରୋଦାର ଏକ ପୁରୁଣା କଲୋନୀରେ ଥିବା ଏକ ତିନି ମହଲା ବିଲଡିଙ୍ଗ ଭାଙ୍ଗି ଯାଇଛି । ଏଠାରେ ଥିବା ଏକ ତିନି ମହଲା ବଡ ବିଲଡିଙ୍ଗ ଏକ ପାର୍ଶ୍ଵ ଆଡୁ ଭୁସୁଡି ପଡିଛି ।
ବାତ୍ୟାର ପ୍ରଭାବରେ ଏହି ବିଲଡିଙ୍ଗ ଭାଙ୍ଗି ଯାଇଥିବାରୁ ସୂଚନା ମୁତାବକ ସେହି ସ୍ଥାନରେ ପୋ-ଲି-ସ ଯାଇ ପହଞ୍ଚିଛି । ସୁରକ୍ଷା କାରୀ ଟିମ ସେହି ସ୍ଥାନରେ ପହଞ୍ଚି ଉଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୋ-ଲି-ସ ମତରେ ଉଦ୍ଧାର କାର୍ଯ୍ୟ ସଠିକ ଭାବରେ ଚାଲିଥିବାର ସୂଚନା ମିଳିଛି । ପୋ-ଲି-ସ ଟିମ ସହିତ ଅଗ୍ନିସମ ବିଭାଗ ଟିମ ଏବଂ ରେସକ୍ୟୁ ଟିମ ସେହି ସ୍ଥାନରେ ପହଞ୍ଚି ଛନ୍ତି ।
ମିଡିଆ ରିପୋର୍ଟସ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ପ୍ରାଣ ହରାଇ ନଥିବାର ସୂଚନା ମିଳିଛି । ଓଡିଶାରେ ବାତ୍ୟା ୟଶର ପ୍ରଭାବ ବହୁତ ତୀବ୍ର ହୋଇଥିବା ବେଳେ ଏହି ପରିକା ଘଟଣା ସମସ୍ତଙ୍କୁ ଭୟବିତ କରିଛି । ପ୍ରଥମେ ଏହି ତିନି ମହଲା ବିଲଡିଙ୍ଗଟି ଭୁସୁଡି ପଡିଥିଲା ।
ଭୁସୁଡିବା ପରେ ସ୍ଥାନୀୟ ଲୋକେ ପୋ-ଲି-ସ-କୁ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ । ହେଲେ ପୋ-ଲି-ସ ମତରେ, ଏହି ବିଲଡିଙ୍ଗଟି କିପରି ଭୁଷୁଡିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ହେଲେ ଅଧିକାଂଶ ଲୋକ ଏହାକୁ ବାତ୍ୟାର ପ୍ରଭାବ ହେତୁ ହୋଇଥିବାର କହୁଛନ୍ତି । ଉକ୍ତ ଘଟଣାର ତଦନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି । ଅଧିକ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ