ହିନ୍ଦୁ ଧର୍ମ ରେ ସାବିତ୍ରୀ ବ୍ରତ ର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେକ ଓଡ଼ିଆ ସଧବା ନାରୀ ଙ୍କ ପାଇଁ ଏହା ଏକ ମୁଖ୍ୟ ପର୍ବ ଅଟେ । ପ୍ରତି ବର୍ଷ ଜ୍ୟୋଷ୍ଠ ମାସରେ ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ ।
ଏହି ବର୍ଷ ଜୁନ ମାସ ୧୦ ତାରିଖ ଦିନ ସାବିତ୍ରୀ ବ୍ରତ ପଡୁଛି । ଏହି ଦିନ ସଧବା ନାରୀ ମାନେ ନିଜର ପତି ଙ୍କ ଦୀର୍ଘାୟୁ ନିମନ୍ତେ ବ୍ରତ ରଖିଥାନ୍ତି । ଏହି ଶୁଭ ଅବସର ରେ ସ୍ତ୍ରୀ ଲୋକ ମାନେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା ନିମନ୍ତେ ସାବିତ୍ରୀ ମାଆ ଙ୍କ ମନ୍ଦିର ଯାଇଥାନ୍ତି ଏବଂ ସାବିତ୍ରୀ ମାତା ଙ୍କୁ ନୂଆ ଶାଢ଼ୀ, ସିନ୍ଦୁର, ଅଳତା ଓ ଭୋଗ ଅର୍ପଣ କରି ନିଜ ପତି ଙ୍କ ଦୀର୍ଘ ଆୟୁଷ ନିମନ୍ତେ ପ୍ରାର୍ଥନା କରିଥାନ୍ତି ଓ ସାବିତ୍ରୀ ଉପାଖ୍ୟାନ ମଧ୍ୟ ପାଠ କରିଥାନ୍ତି ।
ଏହି ଉପାଖ୍ୟାନ ରେ ସାବିତ୍ରୀ ମାତା କିପରି ଜମରାଜ ଙ୍କ କବଳ ରୁ ନିଜ ପତି ଙ୍କ ଜୀବନ କୁ ଫେରାଇ ଆଣିଥିଲେ ସେହି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । କିମ୍ବଦନ୍ତୀ ଅନୁସାରେ ସାବିତ୍ରୀ ଦେବୀ ଙ୍କୁ କନ୍ୟା ରୂପରେ ପାଇବା ପାଇଁ ପଶୁପତି ନାମକ ରାଜା ଏକ ଯଜ୍ଞ ଆୟୋଜନ କରିଥିଲେ । ଏହାପରେ ରାଜା ଙ୍କ ଘରେ ଜନ୍ମ ନେଇଥିଲା ଏକ ସୁନ୍ଦର କନ୍ୟା ଯାହାର ନାମ ରଖାଗଲା ସାବିତ୍ରୀ ।
ସାବିତ୍ରୀ ଯେତେବେଳେ ଯୌବନ ଅବସ୍ଥା ରେ ଗତି କରୁଥିଲେ ସେତେବେଳେ ସେ ନିଜ ପିତା ଙ୍କ ଅନୁମତି କ୍ରମେ ନିଜ ପାଇଁ ପତି ଖୋଜିବାକୁ ସହଚର ମାନଙ୍କ ସହିତ ବନ ରେ ଗମନ କରିବା ନିମନ୍ତେ ବାହାରି ପଡ଼ିଲେ । ସତ୍ୟବାନ ବନ ରେ ଫଳ ଓ ମୂଳ ସେବନ କରି ନିଜ ମାତାପିତାଙ୍କ ସେବା କରୁଥିଲେ । ବନ ଗମନ ସମୟ ରେ ସାବିତ୍ରୀ ସତ୍ୟବାନ ଙ୍କୁ ଭେଟିଥିଲେ ।
ସତ୍ୟବାନ ଙ୍କ ପିତୃ ପରାୟଣତା ରେ ମୁଗ୍ଧ ହୋଇ ସାବିତ୍ରୀ ସତ୍ୟବାନ ଙ୍କୁ ବିବାହ କରିବା ନିମନ୍ତେ ସ୍ଥିର କରିଥିଲେ । ନିଜ ପିତା ଙ୍କୁ ସାବିତ୍ରୀ ସମସ୍ତ କଥା କହିଥିଲେ ଏବଂ ସତ୍ୟବାନ ଙ୍କୁ ଜୀବନସାଥୀ ରୂପରେ ଗ୍ରହଣ କରିବେ ବୋଲି ମନସ୍ଥ କରିଥିଲେ । କିନ୍ତୁ ନାରଦ ମୁନି ସାବିତ୍ରୀ ଙ୍କୁ ସତ୍ୟବାନ ଙ୍କ ଆୟୁଷ ମାତ୍ର ୧ ବର୍ଷ ପର୍ଯ୍ୟନ୍ତ ବୋଲି କହିଥିଲେ କିନ୍ତୁ ସାବିତ୍ରୀ ଏହାକୁ ପ୍ରତ୍ୟାଖ୍ୟାନ କରି ସତ୍ୟବାନ ଙ୍କୁ ବିବାହ କରିଥିଲେ ଏବଂ ବିଳାସପୂର୍ଣ୍ଣ ଜୀବନ କୁ ତ୍ୟାଗ କରି ବନ ରେ ରହି ନିଜ ଶାଶୁ ଓ ଶଶୁର ଙ୍କ ସେବା କରିଥିଲେ ।
ବିବାହ ର ଏକ ବର୍ଷ ପୁରିବା ର ୩ ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର ବ୍ରତ ପାଳନ କରିଥିଲେ । ବିବାହ ର ଏକ ବର୍ଷ ପୁରିବା ଦିନ ବନରେ ଫୁଲ ଫଳ ସଂଗ୍ରହ କରିବା ନିମନ୍ତେ ସାବିତ୍ରୀ ସତ୍ୟବାନ ଙ୍କ ସହିତ ଯାଇଥିଲେ । କିନ୍ତୁ ସେଠାରେ ସତ୍ୟବାନ ମୂର୍ଛିତ ହୋଇ ସାବିତ୍ରୀ ଙ୍କ କୋଳ ରେ ପଡ଼ି ଯାଇଥିଲେ ଏବଂ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଯେତେବେଳେ ସତ୍ୟବାନ ଙ୍କୁ ନେବା ନିମନ୍ତେ ଯମଦୂତ ଆସିଥିଲେ ସେତେବେଳେ ଅସଫଳ ହୋଇଥିଲେ ।
ଶେଷରେ ସ୍ୱୟଂ ଜମରାଜ ଉପସ୍ଥିତ ହୋଇଥିଲେ । କିନ୍ତୁ ସାବିତ୍ରୀ ଜମରାଜ ଙ୍କୁ ସତ୍ୟବାନ ଙ୍କ ଜୀବନ ବଦଳ ରେ ପୁତ୍ର ସନ୍ତାନ ଙ୍କ କାମନା କରିଥିଲେ । ଜମରାଜ ତଥାସ୍ତୁ କହିଥିଲେ । କିନ୍ତୁ ବିନା ପତି ରେ ସେ କିପରି ସନ୍ତାନ ଲାଭ କରିବେ ବୋଲି ପଚାରି ଥିଲେ । ଶେଷରେ ଜମରାଜ ଉପାୟ ଶୂନ୍ୟ ହୋଇ ସତ୍ୟବାନ ଙ୍କୁ ଜୀବନ ଦାନ ଦେଇଥିଲେ । ପତି ସତ୍ୟବାନ ଙ୍କ ପାଇଁ ସାବିତ୍ରୀ ଙ୍କ ନିଷ୍ଠା ଦେଖି ଜମରାଜ ପ୍ରସନ୍ନ ହୋଇଥିଲେ । ସେହି ଦିନ ଠାରୁ ହିନ୍ଦୁ ଧର୍ମ ରେ ଏହି ସାବିତ୍ରୀ ବ୍ରତ ର ବିଶେଷ ଗୁରୁତ୍ୱ ରହିଛି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ