ବନ୍ଧୁଗଣ ବାତ୍ୟା ର ରୂପ ଧାରଣ କରିଛି ୟସ । ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁସାରେ ବର୍ତ୍ତମାନ ଏହା ସମୁଦ୍ର ମଧ୍ୟରେ ସାମୁଦ୍ରିକ ଝଡ଼ ଅଥବା ବାତ୍ୟା ରେ ପରିଣତ ହୋଇଛି ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟା ର ରୂପ ନେବ । ତେବେ ବର୍ତ୍ତମାନ ପ୍ରଶ୍ନ ଏହା ଉଠିଛି ଯେ, ଏହି ବାତ୍ୟା ୟସ କେଉଁ ସ୍ଥାନରେ ଲ୍ୟାଣ୍ଡ ଫଲ କରିବ । ଏହି ସମ୍ବନ୍ଧରେ ଭାରତୀୟ ପାଣିପାଗ ବିଭାଗ କୌଣସି ପ୍ରକାର ସୂଚନା ବର୍ତ୍ତମାନ ସୁଦ୍ଧା ପ୍ରକାଶ କରି ନାହାନ୍ତି । କିନ୍ତୁ ପାଣିପାଗ ବିଶେଷଜ୍ଞ ମାନଙ୍କ ଦ୍ଵାରା ଆକଳନ କରାଯାଇଥିବା ମଡେଲ ଅନୁସାରେ ଜଣାପଡୁଛି ଯେ ଏହି ବାତ୍ୟା ୟଶ ୨୬ ତାରିଖ ଦିନ ସ୍ଥଳ ଭାଗ ଛୁଇଁବ ।
ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟ ଦେଇ ପାରାଦ୍ୱୀପ ରୁ ସାଗର ଦ୍ବୀପ ମଧ୍ୟ ଭିତରେ ସ୍ଥଳ ଭାଗ ଅତିକ୍ରମ କରିବ ଏହି ବାତ୍ୟା ୟଶ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛନ୍ତି । ସ୍ଥଳ ଭାଗ ଅତିକ୍ରମ କରିବା ସମୟ ରେ ଭୀଷଣ ରୂପ ଧାରଣ କରିଥିବ ବାତ୍ୟା । ପାଣିପାଗ ବିଶେଷଜ୍ଞ ଙ୍କ କହିବା ଅନୁଯାୟୀ ବାତ୍ୟା ୟଶ ସ୍ଥଳ ଭାଗ ଅତିକ୍ରମ କରିବା ସମୟ ରେ ସିଭିୟର ସାଇକ୍ଲୋନ ର ରୂପ ନେଇ ସାରିଥିବ ।
ଅମ୍ଫନ ଓ ତାଉତି ଭଳି ନିଜର ତାକତ ଦେଖାଇବ ବାତ୍ୟା ୟଶ । ଲ୍ୟାଣ୍ଡଫଲ କରିବା ସମୟ ରେ ବହୁତ ବେଗ ରେ ବହିବ ପବନ । ଘଣ୍ଟା ପ୍ରତି ୧୫୫ ରୁ ୧୬୫ କିଲୋମିଟର ବେଗ ରେ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି । ସ୍ଥଳ ବିଶେଷ ରେ ବଢି ସାରିବା ପରେ ୧୮୫ କିଲୋମିଟର ବେଗ ରେ ପବନ ବୋହିବ ବୋଲି ଅନୁମାନ କରାଯାଉଛି । ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ର ରୁପ ନେଇଛି ଓ ଆସନ୍ତା କାଲି ସାଇକ୍ଲୋନ ର ରୂପ ଧାରଣ କରିବ ।
ପରବର୍ତ୍ତୀ ୨୪ ଘଂଟା ରେ ଆହୁରି ସାଂଘାତିକ ହେବ ଏହି ବାତ୍ୟା । ୨୬ ତାରିଖ ଦିନ ସନ୍ଧ୍ୟା ସମୟ ରେ ପାରାଦୀପ ଓ ସାଗର ଦ୍ବୀପ ମଧ୍ୟ ଦେଇ ବାତ୍ୟା ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ଏହା ତିନି ଦିନ ପୂର୍ବ ରୁ ଅନୁମାନ କରାଯାଇଥିବାରୁ ଏଥିରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ରାଜ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି ।
ତେବେ ବର୍ତ୍ତମାନ ଚିନ୍ତା ର ବିଷୟ ଏହା ଯେ ବାତ୍ୟା ୟସ ସ୍ଥଳ ପଥ କୁ ଛୁଇଁବା ପରେ ଏହାର ପ୍ରଭାବ କିପରି ରହିବ ଓ ଏହା କିପରି ଭୟଭୀୟତା ସୃଷ୍ଟି କରିବ । ଅଧିକ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ