ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ସ୍ଥିତି ବହୁତ ଜଟିଳ ହୋଇଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସା ନେଇଛନ୍ତି ।
ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଏହି କରୋନା କାଳରେ ଆମକୁ ନିଜ ଶରୀରର ସଠିକ ଭାବରେ ଧ୍ୟାନ ରଖିବା ଉଚିତ । ଯେଉଁ ଲୋକ ମାନଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି ଅଧିକ ରହିଛି ସେମାନଙ୍କୁ ଅତି ସହଜରେ କରୋନା ଆକ୍ରାନ୍ତ କରିପାରୁ ନାହିଁ । ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସରେ କୋପ ବହୁତ ଅଧିକ ବଢିଯାଇଛି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ କାଢା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଏହି କରୋନା କାଳ ସମୟରେ ସେବନ କରିବା ନିହାତି ଆବଶ୍ୟକ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ଆପଣଙ୍କୁ ଅତି ସହଜରେ କରୋନା ଆକ୍ରାନ୍ତ କରିପାରିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କାଢା ବିଷୟରେ ।
ବନ୍ଧୁଗଣ ଏହି କାଢାକୁ ବନେଇବା ପାଇଁ ଆପଣ ମାନଙ୍କୁ ପ୍ରଥମେ ଅର୍ଜୁନ ଗଛ ଛାଲର ଆବଶ୍ୟକତା ରହିଛି । ଅର୍ଜୁନ ଗଛ ହେଉଛି ଏକ ଆୟୁର୍ବେଦିକ ଗଛ । ଏହା ଆମ ଶରୀରର ଅନେକ ରୋଗକୁ ଦୂର କରିବା ସହ ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢେଇବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହି କରୋନା କାଳ ସମୟରେ ଆପଣ ମାନଙ୍କୁ ଅର୍ଜୁନ ଗଛ ଛାଲର କାଢା ନିଶ୍ଚୟ ପିଇବା ଉଚିତ । ତେଣୁ ଆମର ଏହି କାଢା ପାଇଁ ଆପଣ ମାନେ ୨୦୦ ଗ୍ରାମ ଅର୍ଜୁନ ଗଛ ଛାଲର ପାଉଡର ନିଅନ୍ତୁ ।
ସର୍ବ ପ୍ରଥମେ ଆପଣ ଏକ ଲିଟର ପାଣିକୁ ଗ୍ଯାସରେ ଗରମ କରିବା ପାଇଁ ରଖିଦିଅନ୍ତୁ । ଏହାକୁ କିଛି ସମୟ ଗରମ କରିବା ପରେ ଆପଣ ଏଥିରେ ଅର୍ଜୁନ ଗଛ ଛାଲର ପାଉଡର ପକାଇ ଦିଅନ୍ତୁ । ଏହାପରେ ଏଥିରେ ଦୁଇଟି କଳା ଲଙ୍କା, ଏକ ଚାମଚ ଜୁଆଣୀ, ଏକ ଚାମଚ ଲବଙ୍ଗ ଓ ଏକ ଖଣ୍ଡ ଡାଲଚିନି ପକାଇ ଦିଅନ୍ତୁ । ଏହାପରେ ଆପଣ ଏହି ମିଶ୍ରଣକୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଗରମ କରିବା ପରେ ଆପଣ ଏହି ପାଣିକୁ ଛାଣି ଦିଅନ୍ତୁ । ଆପଣ ଚାହିଁଲେ ଅଳ୍ପ ମିଠା ପାଇଁ ଗୁଡ ପକାଇ ପାରିବେ ।
ଆପଣ ମାନେ ଦିନକୁ ଦୁଇ ଥର ଏହି କାଢାର ସେବନ ନିଶ୍ଚୟ କରନ୍ତୁ । ହେଲେ ଏହା ଧ୍ୟାନରେ ରଖନ୍ତୁ ଯେ ଅଧ କପ୍ ରୁ ଅଧିକ ଏହି କାଢାର ସେବନ ଆପଣ କରିବେ ନାହିଁ । କାରଣ ଏହି କାଢାର ଅତ୍ୟଧିକ ସେବନ ଦ୍ଵାରା ପେଟରେ ଜ୍ଵଳନ ହୋଇପାରେ । ଏହା ଆମ ଶରୀରର ଅସ୍କିଜେନ ସ୍ତରକୁ ଠିକ ରଖିଥାଏ ଓ ଆମ ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇ ଥାଏ ।
ଏହା ସହିତ ଏହା ଦୁର୍ବଳତା, ପେଟ ସମସ୍ୟା ଓ ବ୍ଲଡ଼ ପ୍ରେସର ଆଦି ସମସ୍ୟାକୁ ଦୂର କରିଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି କାଢାର ସେବନ ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ, ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ