ତିନୋଟି ମାଗଣା ସିଂଲିଣ୍ଡର ନେବା ପାଇଁ ରଖିବାକୁ ପଡିବ ଏହି ବଡ କଥାର ଧ୍ୟାନ, ନହେଲେ

ମହାମାରୀ ଭୂତାଣୁର ସଂକ୍ରମଣ କାରଣରୁ ପୁରା ଦେଶରେ ଲକଡାଉନର ସ୍ଥିତି ଅଛି । କିନ୍ତୁ ଲକଡାଉନ କାରଣରୁ ସବୁଠୁ ଅଧିକ ସମସ୍ୟା ଗରିବମାନଙ୍କୁ ହେଉଛି । ଦୁଇ ବେଳର ଖାଦ୍ୟ ପାଇଁ ଲୋକମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି । କିନ୍ତୁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେତେକ ନୂତନ ଯୋଜନା ମଧ୍ୟ ତିଆରି କରିଛନ୍ତି । ଯେଉଁଥିରେ ଗରିବମାନଙ୍କୁ ମାଗଣା ଖାଦ୍ୟ ଓ ତାଙ୍କୁ କିଛି ଧନ ରାଶି ବି ଦିଆଯାଉଛି । ଏହିଭଳି ଯୋଜନାର ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନାର ଲାଭାର୍ଥିକୁ ଏପ୍ରିଲ, ମେ ଓ ଜୁନ ତିନି ମାସ ପାଇଁ ତିନୋଟି ୧୪.୨ କିଲୋ ସିଲିଣ୍ଡର ମାଗଣାରେ ଦିଆ ଯିବା ପାଇଁ ନିଷ୍ପତି ନିଆ ଯାଇଛି ।

ଲାଭାର୍ଥି ନଗଦ କ୍ରୟ କରିବେ ସିଲିଣ୍ଡର

ସରକାରଙ୍କ ଠାରୁ ଉଜ୍ଜଲା କନେକ୍ସନ ନେଇଥିବା ଲୋକମାନଙ୍କୁ ମାଗଣା ସିଲିଣ୍ଡର ମିଳୁଛି । ସରକାର ଏଲପିଜି ସିଲିଣ୍ଡର ଧନରାଶି ଉଜ୍ଜଲା ଗ୍ରାହକଙ୍କ ବ୍ୟାଙ୍କ ଖାତାକୁ ପଠାଇବା ଆରମ୍ଭ କରି ଦେଇଛନ୍ତି । ବ୍ୟାଙ୍କ ଖାତାରେ ସିଲିଣ୍ଡର ଧନରାଶି ମିଳିବା ପରେ ଗ୍ରାହକ ନିଜର ସିଲିଣ୍ଡର ବୁକ କରି ପାରିବେ କିମ୍ବା ପୂର୍ବରୁ ଯଦି ବୁକ ଅଛି ତେବେ ସେହି ସିଲିଣ୍ଡରକୁ ନେଇ ପାରିବେ । ସେମାନଙ୍କ ଖାତାରେ ଆସିଥିବା ଧନରାଶି ଦ୍ଵାରା ସେ ସେହି ସିଲିଣ୍ଡରର ଦାମ ଦେଇ ପାରିବେ । ଏହା ଦ୍ଵାରା ଉଜ୍ଜଲା ଲାଭାର୍ଥିମାନଙ୍କୁ ନିଜ ପକେଟରୁ ଟଙ୍କା ଦେବାକୁ ପଡିବ ନାହିଁ ।

ଯଦି ନେବେ ନାହିଁ ସିଲିଣ୍ଡର ତେବେ ଆସନ୍ତା କିସ୍ତି ବି ମିଳିବ ନାହିଁ

ଲାଭାର୍ଥୀଙ୍କ ଖାତାକୁ ଟଙ୍କା ଯିବା ପରେ ସେ ସିଲିଣ୍ଡର କ୍ରୟ କରିବା ପାଇଁ ବାଧ୍ୟ ଅଟନ୍ତି । ସେ ବୁକ କରିଥିବା ଗ୍ୟାସକୁ ସେହି ଟଙ୍କା ଦେଇ ନେଇ ପାରିବ । ଯଦି ଲାଭାର୍ଥୀ ପ୍ରଥମ ସିଲିଣ୍ଡର ନେବେ ନାହିଁ ତେବେ ତାଙ୍କୁ ଦ୍ଵିତୀୟ ଓ ତୃତୀୟ ସିଲିଣ୍ଡର ଟଙ୍କା ବି ମିଳିବ ନାହିଁ ।

ପ୍ରଥମ ସିଲିଣ୍ଡର ନେଇ ଯାଇଛନ୍ତି ତ ୧୫ ଦିନ ମଧ୍ୟରେ ଦ୍ଵିତୀୟ କିସ୍ତି ବି ମିଳିବ

ଉଜ୍ଜଲାରେ ତିନୋଟି ମାଗଣା ସିଲିଣ୍ଡରରେ ଯଦି ପ୍ରଥମ ସିଲିଣ୍ଡର ଲାଭାର୍ଥୀ ନେଇ ଯାଇଛନ୍ତି ତେବେ ୧୫ ଦିନ ପରେ ସେ ଦ୍ଵିତୀୟ ସିଲିଣ୍ଡର ବୁକ କରି ପାରିବେ ଓ ତାହାର ଧନରାଶି ବି ତାଙ୍କ ଖାତାକୁ ଆସିଯିବ । ଏହାକୁ ଶେୟାର କରି ଅନ୍ୟମାନଙ୍କ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *