ଲକଡାଉନ ସମୟରେ ଘରଭଡା ଦେଇ ନପାରିବାରୁ ୧୮୦୦ କି.ମି ଯାତ୍ରା କରି ଘରେ ପହଞ୍ଚିଲେ ଏହି ଯୁବକ, ଆଉ ତା ପରେ

ଯେତେବେଳେ ମାର୍ଚ୍ଚ ୨୫ରୁ ଦେଶକୁ ଲୋକଡାଉନ କରାଗଲା ଅନେକ ଲୋକ ନିଜ ଘର ଠାରୁ ଦୂରରେ ରହିଥିଲେ । କିଛି ଦିନ ତଳେ ହିଁ ଏକ ଖବର ଆସିଥିଲା କି ମା ନିଜ ପୁଅକୁ ହାଇଦ୍ରାବାଦରୁ ଆଣିବା ପାଇଁ ୧୪୦୦ km ଯାତ୍ରା କରିଥିଲେ । ସେହିପରି ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ଅନ୍ୟ ଏକ ଘଟଣା ଘଟିଛି କି ଏହି ଲକ ଡାଉନ ସମୟରେ ଗୋଟିଏ ଯୁବକ ମୁମ୍ବାଇରୁ ୧୮୦୦ km ସାଇକେଲରେ ଯାତ୍ରା କରି ଯାଜପୁର ଜିଲ୍ଲା ସ୍ଥିତ ତାଙ୍କ ଘରେ ଆସି ପହଞ୍ଚିଛନ୍ତି ।

ରିପୋର୍ଟ ଆନୁସାରେ ଯାଜପୁର ଜିଲ୍ଲାର ବାଦରସୁର ଗ୍ରାମର ମହେଶ ଜେନା ମୁମ୍ବାଇରେ ରାଜମିସ୍ତ୍ରୀ କାମ କରୁଥିଲେ । ଲକଡାଉନ ହେବା ଫଳରେ କାମ ବନ୍ଦ ହେଇ ଯାଇଥିଲା । ସେଥି ପାଇଁ ଏହି ୨୪ ବର୍ଷର ଯୁବକଙ୍କ ପାଖରେ ଘରଭଡା ଦେବା ପାଇଁ ବି ଟଙ୍କା ନଥିଲା । ଏହି କାରଣରୁ ମହେଶ ଓଡିଶା ଫେରି ଆସିବାକୁ ଏପ୍ରିଲ ୨ ରେ ନିସ୍ପତି ନେଲେ । ଆସିବା ବେଳକୁ କେବଳ କେଇ ଶହ ଟଙ୍କା ଧରି ମହେଶ ବାହାରିଥିଲେ । ଟ୍ରେନ ଓ ବସ ଚଳାଚଳ ବନ୍ଦ ଥିବାରୁ ଗୋଟିଏ ହିଁ ବାଟ ତାଙ୍କ ପାଖରେ ଥିଲା, ସେ ନିଜ ସାଇକେଲ ଧରି ବାହାରି ପଡିଲେ ।

ସେ ପ୍ରତିଦିନ ୧୦-୧୨ ଘଣ୍ଟା ସାଇକ୍ଲିଙ୍ଗ କରି ୨୩୦ km ଅତିକ୍ରମ କରୁଥିଲେ । ସାମ୍ବାଦିକଙ୍କ ସହିତ କଥା ହୋଇ ସେ କହିଛନ୍ତି କି ରାସ୍ତାରେ ସ୍ଥାନୀୟ ଲୋକ ଓ ପୋଲିସ ତାଙ୍କୁ ସାହାର୍ଯ୍ୟ କରି ଖାଦ୍ୟ ଓ ପାଣି ଯୋଗାଇ ଦେଇଥିଲେ । ସେ ଏପ୍ରିଲ ୯ ତାରିଖରେ ନିଜ ଘରେ ପହଞ୍ଚିଥିଲେ ଓ ତାଙ୍କୁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ତରଫରୁ କ୍ଵାରେଣ୍ଟାଇନରେ ରଖା ଯାଇଛି । ଏହିପରି ଦେଶ ଦୁନିଆର ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *