ଖାଇବାରେ ସାମିଲ କରନ୍ତୁ ଏହି 10 ଟି ଜିନିଷ, ପାଖ ବି ମାଡିବ ନାହିଁ କରୋନା- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଦେଶରେ ଯେଉଁ ଭଳି ବିକଟ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ସମସ୍ତେ ଚିନ୍ତା ରେ ଅଛନ୍ତି । ଦେଶରେ ବ୍ୟାପିଥିବା ଭୟଙ୍କର କୋରୋନା ମହାମାରୀ କାରଣରୁ ଲୋକ ମାନେ ବହୁତ ଚିନ୍ତିତ ଅଛନ୍ତି । ଏହି ମହାମାରୀ ରୁ ବଞ୍ଚିବା ପାଇଁ ସର୍ବ ପ୍ରଥମେ ଆମ ଶରୀରର ଇମ୍ୟୁନିଟି ପାୱାର କୁ ବଢ଼ାଇବା ନିହାତି ଜରୁରୀ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଜିନିଷ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ ଯାହାଦ୍ୱାରା ଆମ ଶରୀରର ଇମ୍ୟୁନିଟି ପାୱାର ବଢ଼ିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆମ ଶରୀରର ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରିବା ପାଇଁ ଆମ ଶରୀର କୁ ପ୍ରୋଟିନ ର ଭରପୁର ମାତ୍ରାରେ ଆବଶ୍ୟକତା ରହିଛି । ଡାଲି, ବିନ୍, କ୍ଷୀର ଓ କ୍ଷୀର ରୁ ତିଆରି ଜିନିଷ ଯେପରି ପନିର ଏହି ସବୁ ଜିନିଷ ରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ ।

ଏହା ସହିତ ଯେଉଁ ମାନେ ଆମିଷ ଖାଆନ୍ତି ସେମାନେ ନିଜର ଡାଏଟ ରେ ମାଂସ ଓ ଅଣ୍ଡା କୁ ମଧ୍ୟ ରଖି ପାରିବେ । ଏହା ସହିତ ଡାଲି ରୁ ତିଆରି ଛତୁ ମଧ୍ୟ ଆମ ଶରୀର କୁ ପ୍ରୋଟିନ ଯୋଗାଇ ଥାଏ । ଛତୁ ଖାଇବା ଦ୍ବାରା ମଧ୍ୟ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

ଶରୀରର ଇମ୍ୟୁନିଟି ପାୱାର କୁ ବଢ଼ାଇବା ପାଇଁ ଆମକୁ ଭିଟାମିନ ସି ନିହାତି ଆବଶ୍ୟକ । ଅଁଳା ରେ ଭରପୁର ମାତ୍ରାରେ ଭିଟାମିନ ସି ରହିଥାଏ । ତେଣୁ ଅଁଳା ର ସେବନ କରିବା ଆବଶ୍ୟକ । ଏହା ସହିତ ଆପଣ କଞ୍ଚା ଲଙ୍କା ର ମଧ୍ୟ ସେବନ କରନ୍ତୁ । ଏଥିରେ ମଧ୍ୟ ପ୍ରଚୁର ପରିମାଣରେ ଭିଟାମିନ ସି ରହିଥାଏ ।

ଏହି ପରିସ୍ଥିତି ରେ ଆପଣଙ୍କୁ ନିଜ ଶରୀରକୁ ହାଇଡ୍ରେଟ ରଖିବାକୁ ପଡିବ । ତେଣୁ ଆପଣ ପ୍ରଚୁର ମାତ୍ରାରେ ପାଣି ଓ ଜୁସ ପିଅନ୍ତୁ ଏବଂ ଫଳ ମୂଳ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିଥାଏ ଏବଂ ଏହି ମହାମାରୀ ରୁ ମଧ୍ୟ ମୁକ୍ତି ମିଳିଥାଏ ।

ବନ୍ଧୁଗଣ ଗୋଟିଏ ଜିନିଷ ର ଧ୍ୟାନ ରଖନ୍ତୁ, ଏହି ସମୟରେ ଆପଣ ଥଣ୍ଡା ଜିନିଷ ଠାରୁ ଦୂର ରେ ରୁହନ୍ତୁ । ଏହା ଶରୀର ପାଇଁ ହାନିକାରକ ଅଟେ । ଏହା ସହିତ ମଧୁମେହ ରୋଗୀ ଜୁସ୍ ର ସେବନ ଅତ୍ୟଧିକ ମାତ୍ରା ରେ କରନ୍ତୁ ନାହିଁ । ଏହା ଆପଣଙ୍କ ଶରୀର କୁ କ୍ଷତି ପହଞ୍ଚାଇ ଥାଏ ।

ତେବେ ବନ୍ଧୁଗଣ ଆପଣ ଯଦି ନିଜ ଶରୀରର ଇମ୍ୟୁନିଟି ପାୱାର କୁ ବଢାଇବାକୁ ଚାହାନ୍ତି ଏବଂ ଏହି ଭୟଙ୍କର କୋରୋନା ମହାମାରୀ ଠାରୁ ମୁକ୍ତି ପାଇବାକୁ ଚାହାନ୍ତି ତେବେ ଉପୋରକ୍ତ ଜିନିଷ ଗୁଡ଼ିକୁ ନିଶ୍ଚିତ ଭାବରେ ସେବନ କରନ୍ତୁ । ଏହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କୁ ବଢ଼ାଇ ଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *