Odia Jokes- ସ୍ତ୍ରୀ- ଜାନୁ, କିଛି ଏମିତି କୁହ କି, ମୁଁ ଖୁସି ହେଇଯିବି ଓ ପୁଣି ରାଗିଯିବି ! ସ୍ଵାମୀ କହିଲା, ତୁ ମୋର…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ନିଜ କାମ ପାଇଁ ସବୁବେଳେ ବ୍ୟସ୍ତରେ ରହୁଛନ୍ତି । ନିଜ କାମ ପାଇଁ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କ ମୁହଁରୁ ଖୁସି ଚାଲିଯାଉଛି । ଲୋକମାନେ ନିଜର ବ୍ୟସ୍ତବହୁଳ ଜୀବନରେ ନିଜର ମନୋରଞ୍ଜନ ବିଷୟରେ ଭୁଲିଯାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତବହୁଳ ଜୀବନରେ କିଛି ଖୁସି ନେଇ ଆଜିଆମେ ଆପଣ ମାନଙ୍କ ପାଇଁ ଆସିଛୁ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ମଜାଦାର ଜୋକ୍ସ ଗୁଡିକ ବିଷୟରେ ।

୧. ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେଇଗଲା…

ଝଗଡା ହେବା କାରଣରୁ ସ୍ଵାମୀ ଘର ଛାଡି ଚାଲିଗଲା… ହେଲେ ରାତିରେ ସ୍ତ୍ରୀକୁ ଫୋନ କରିଲା ।

ସ୍ଵାମୀ- ଆଜି ଖାଇବା ପାଇଁ କଣ କରିଛ ?

ସ୍ତ୍ରୀ- ବି-ଷ ଅଛି ।

ସ୍ଵାମୀ- ମୋର ଟିକେ ଡେରି ହେବ ତମେ ଖାଇକି ସୋଇଯାଅ ।

୨. ପପୁ- ପ୍ୟାଣ୍ଟ ସିଲେଇ କରିଲେ କେତେ ନେବ ?

ଟେଲର- ୧୫୦ ଟଙ୍କା ନେବି ।

ପପୁ- ଆଉ ହାପ୍ ପ୍ୟାଣ୍ଟର କେତେ ?

ଟେଲର- ୮୦ ଟଙ୍କା ନେବି ।

ପପୁ- ହଉ ଠିକ ଅଛି ମୋ ପାଇଁ ଗୋଟେ ହାପ୍ ପ୍ୟାଣ୍ଟ କରିଦିଅ ହେଲେ ଲମ୍ବ ମୋର ପାଦ ଯାଏଁ ରଖିବ !!

୩. ପପୁ- ସ୍ଵାମୀ ଏହି ପାହାଡ ଉପରେ ବହୁତ ଥଣ୍ଡା ଲାଗୁଛି…

ହେଲେ ଏତେ ଥଣ୍ଡା ରହି ଆପଣଙ୍କ ମୁହଁରେ ଏତେ ଖୁସିର କଣ ରହସ୍ୟ ରହିଛି ?

ସ୍ଵାମୀ- ବତ୍ସ , ୨୧ ବର୍ଷର ତପସ୍ୟା ଆଉ ଗ୍ରୀନ ଟି ମତେ ଏହି ଥଣ୍ଡାରୁ ବଞ୍ଚାଇ ରଖିଛି, ହେଲେ ତମେ କଣ ପସନ୍ଦ କରିବ ତପସ୍ୟା ନା ଗ୍ରୀନ ଟି ?

ପପୁ- ସ୍ଵାମୀ, ମୁ ଗ୍ରୀନ ଟି ପସନ୍ଦ କରିବି !

ସ୍ଵାମୀ- ତପସ୍ୟା, ଦୁଇ କପ୍ ଗ୍ରୀନ ଟି ଆଣିବ । ପପୁ ବେହୋସ…!!

୪. ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ତମେ ବିବାହ ପରେ ବହୁତ ବଦଳିଯାଇଛ… ତମେ ଆଗ ପରିକା ମତେ ଆଉ ଭଲ ପାଉନ

ସ୍ଵାମୀ- ମୁ ତମକୁ ଆଗରୁ କହିଦେଇଥିଲି ଯେ, ମତେ ବିବାହିତ ମହିଳା ମାନେ ପସନ୍ଦ ଆସନ୍ତି ନାହିଁ ଭଲ କଣ ପାଇବି !

୫. ଜଜ୍ ପପୁକୁ ପଚାରିଲା…

ଜଜ୍- ତମେ ପୋ-ଲି-ସ-ର ପକେଟରେ ମାଚିଶ ନି-ଆଁ କାହିଁକି ପକେଇଲ ?

ପପୁ- ସାର, ମତେ ସେହି ପୋ-ଲି-ସ ବାଲା ହିଁ କହିଥିଲା କି,

ଯଦି ଏହି କେ-ସ-ରୁ ବଞ୍ଚିବା ପାଇଁ ଚାହୁଁଛ ତା ହେଲେ ମୋ ପକେଟକୁ ଟିକେ ଗରମ କର ।

୬. ସ୍ତ୍ରୀ- ଜାନୁ, କିଛି ଏମିତି କୁହ କି…

ମୁଁ ଖୁସି ହେଇଯିବି ଓ ପୁଣି …

ତା’ ପରେ ରାଗିଯିବି !

ଦୁଇଟା ଯାକ ସିଚୁଏସନ ରେ ମୁଁ କ୍ୟୁଟ ଲାଗେ…!

ସ୍ଵାମୀ କହିଲା…

ତୁ ମୋର ଜୀବନ ଓ ଧିକ ଏମିତି ଜୀବନ ଉପରେ…!!

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *