ଆଇସୋଲେସନ ୱାର୍ଡରେ ବଳାତ୍କାର କରାଯିବା ପରେ ମହିଳାଙ୍କ ଅତ୍ୟଧିକ ବ୍ଲିଡିଙ୍ଗ ହେବାରୁ ମୃତ୍ୟୁ

ବିହାରର ଗୟାରୁ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମନାକୁ ଆସିଛି । ମଙ୍ଗଳାବାର ଦିନ ଏକ ମେଡିକାଲ କଲେଜରେ ମହାମାରୀ ଭୂତାଣୁ ଆଇସୋଲେସନ ୱାର୍ଡରେ ଜଣେ ସ୍ୱାସ୍ଥ୍ୟ କର୍ମୀ ଜଣେ ମହିଳାଙ୍କୁ ଦୁଇ ଦିନ ଧରି ଯୌନ ନିର୍ଯ୍ୟାତନା ଦେବାର ଅଭିଯୋଗ ହୋଇଥିଲା । ପୀଡ଼ିତା ଜଣକ ଅନୁଗ୍ରହ ନାରାୟଣ ମଗଧ ମେଡିକାଲ କଲେଜର ଏକ ୱାର୍ଡରେ ଆଡମିତ ହୋଇଥିଲେ । ଜଣେ ସ୍ୱାସ୍ଥ୍ୟ କର୍ମୀ ତାଙ୍କ ସହିତ ବଳାତ୍କାର କରିଥିବାର ଅଭିଯୋଗ ତାଙ୍କ ପରିବାର ଲୋକ କରିଥିଲେ । ସେ ମେଡିକାଲରୁ ଡିଶ୍ଚାର୍ଜ ହୋଇ ଆସିବା ପରେ ତାଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା ଯାହା ଦ୍ଵାରା ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନା ଅନୁସାରେ ପୀଡ଼ିତାଙ୍କର ବସ 25 ବର୍ଷ ଅଟେ ଓ ସେ ମାର୍ଚ୍ଚ 25 ତାରିଖରେ ପଞ୍ଜାବର ଲୁଧିଆନାରୁ ଗୟା ତାଙ୍କ ଶାଶୁ ଘରକୁ ଆସିଥିଲେ । ଏହା ପୂର୍ବରୁ ସେ ଦୁଇ ମାସର ଗର୍ଭପାତ କରାଇଥିଲେ ।  ସେ ମହାମାରୀ ପଜିଟିଭ ବୋଲି ସନ୍ଦେହ କରାଯିବା ପରେ ତାଙ୍କୁ ମେଡିକାଲର ଏକ ଅଲଗା ୱାର୍ଡରେ ରଖା ଯାଇଥିଲା । ତାଙ୍କ ପରିବାର ସଦସ୍ୟ ଅଭଯୋଗ କରିଛନ୍ତି କି ଏପ୍ରିଲ 2 ଓ 3 ଲଗାତାର ଦୁଇ ରାତି ତାଙ୍କ ସହିତ ବଳାତ୍କାର କରାଯାଇଥିଲା ।

ତା ପରଦିନ ତାଙ୍କର ମହାମାରୀ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା ଯାହା ପରେ ତାଙ୍କୁ ଡିଶ୍ଚାର୍ଜ କରାଯାଇଥିଲା । କିନ୍ତୁ ଘରକୁ ଫେରିବା ପରେ ତାଙ୍କର ଅତ୍ୟଧିକ ବ୍ଲୀଡିଙ୍ଗ ହୋଇଥିଲା ଓ ସେ ଭୟଭୀତ ନଜର ଆସୁଥିଲେ । ତାଙ୍କୁ ବହୁତ ପଚରା ଉଚରା କରିବାରୁ ତାଙ୍କ ସହିତ ଜଣେ ଡାକ୍ତର କରିଥିବା ଯୌନ ଶୋଷଣ ବିଷୟରେ ସେ କହିଥିଲେ । ତେବେ ତାଙ୍କର ଶାଶୁ ପୋଲିସକୁ ଏହାର ସୂଚନା ଦେଇଥିଲେ । ଏହା ପରେ ଏପ୍ରିଲ ୬ ରେ ତାଙ୍କର ଦେହାନ୍ତ ହୋଇଗଲା । ଏହା ପରେ ପୋଲିସ ତାଙ୍କ ଶାଶୁଙ୍କୁ ମେଡିକାଲକୁ ଆସି ସେହି ଡାକ୍ତରଙ୍କୁ ଚିହ୍ନଟ କରିବାକୁ କହିଲେ । କିନ୍ତୁ ଅଭିଯୁକ୍ତଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ ।

ମେଡିକାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ଭି.କେ ପ୍ରସାଦ ଏହାକୁ ଏକ ଗୁରୁତର ମାମଲା ବୋଲି କହିଛନ୍ତି ଓ ସିସିଟିଭି ଫୁଟେଜ ଚେକ କରି ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ନ୍ୟାସନାଲ ମହିଳା କମିଶନ ଏହି ବିଷୟରେ ଅଧିକ ତଦନ୍ତ କରୁଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *