ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦେଶ ରେ ଅନେକ ପ୍ରକାର ପରିବର୍ତ୍ତନ ଚାଲୁଥିବାର ଦେଖିବାକୁ ମିଳୁଛି । ଦେଶ ର ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ସ୍ତର ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ସବୁ କରୁଛନ୍ତି । ଯାହାକି ସାଧାରଣ ଉପଭୋକ୍ତା ମାନଙ୍କୁ ଭୋଗିବାକୁ ପଡୁଛି । କରୋନା ଭଳି ମହାମାରୀ ସମୟ ରେ ଦେଶ ର ଅର୍ଥ କୋଷ ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇଯାଇଥିଲା । ସେହି ଅର୍ଥ କୋଷ କୁ ପୂରଣ କରିବା ପାଇଁ ବର୍ତ୍ତମାନ ସରକାର ଅନେକ ଜିନିଷ ର । ଦରଦାମ ବଢ଼ାଇ ଚାଲିଛନ୍ତି । ଏହି ସବୁ ର ପ୍ରଭାବ ସାଧରଣ ଜନତା ମାନଙ୍କ ଉପରେ ବହୁତ ଭାବରେ ପଡୁଛି ।
କେନ୍ଦ୍ର ସରକାର ଅନେକ ସମୟ ରେ ବିଭିନ୍ନ ପ୍ରକାର ଜିନିଷ ରେ ପରିବର୍ତ୍ତନ ଆଣିଥାନ୍ତି । ଯାହା କି ଲୋକ ମାନଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ । ଠିକ ସେହିଭଳି ବର୍ତ୍ତମାନ ସମୟ ରେ କେନ୍ଦ୍ର ସରକାର ଦେଶ ରେ ଅନେକ ଗୁଡିଏ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ପରିବର୍ତ୍ତନ ମାର୍ଚ୍ଚ ପହିଲା ରୁ ଦେଶ ରେ ଲାଗୁ ହେଉଛି । ତେବେ କଣ ସେହି ପରିବର୍ତ୍ତନ ଗୁଡିକ ଆସନ୍ତୁ ସେ ବିଷୟରେ ଅଧିକ ଆଲୋଚନା କରିବା ।
ବନ୍ଧୁଗଣ ଏହି ପରିବର୍ତ୍ତନ ମଧ୍ୟରେ ସବୁଠାରୁ ପ୍ରଥମ ଟି ହେଉଛି ମାର୍ଚ୍ଚ ପହିଲା ରୁ ଦେଶ ରେ ଗ୍ୟାସ ର ଦର ବଦଳିପାରେ । ଗ୍ୟାସ ର ଦର ରେ ପରିବର୍ତ୍ତନ ତ ସବୁ ମାସ ରେ ଲାଗି ରହିଥାଏ । ବର୍ତ୍ତମାନ ସମୟ ରେ ମଧ୍ୟ ସୂଚନା ମିଳୁଛି କି ମାର୍ଚ୍ଚ ମାସ ରୁ ଗ୍ୟାସ ଦର ରେ କେନ୍ଦ୍ର ସରକାର ବଡ଼ ପରିବର୍ତ୍ତନ କରିପାରନ୍ତି ।
ହୁଏ ତ ଗ୍ୟାସ ଦାମ କୁ ଅଧିକ ବୃଦ୍ଧି କରିପାରନ୍ତି କିମ୍ବା ହ୍ରାସ ମଧ୍ୟ କରିପାରନ୍ତି । ଗ୍ୟାସ ର ଦର ଯେପରି ଭାବେ ବଢି ଚାଲିଛି ଏହାକୁ ନେଇ ଅନେକ ଲୋକ ଚିନ୍ତା ରେ ଅଛନ୍ତି । ତେଣୁ ଗ୍ୟାସ ର ଦାମ ହ୍ରାସ ପାଇପାରେ ବୋଲି ଅନେକ ଲୋକ ଆଶା କରୁଛନ୍ତି ।
ଦ୍ଵିତୀୟ ବଡ଼ ପରିବର୍ତ୍ତନ ଟି ହେଉଛି ମାର୍ଚ୍ଚ ମାସ ଆରମ୍ଭ ରୁ ବୟସ୍କ ଲୋକ ମାନଙ୍କୁ ଦିଆଯିବ କରୋନା ଟୀକା । ଆଜି ର ଦିନ ରେ ଭାରତ ରେ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଲାଣି । ମହାମାରୀ କରୋନା ଅଧିକ ଭାବେ ଵୃଦ୍ଧ ଲୋକଙ୍କୁ ସନକ୍ରମଣ ହେବାକୁ ଲାଗିଛି ।
ତେଣୁ ଏହି ମହାମାରୀ କୁ ମାତ ଦେବା ପାଇଁ ଦେଶ ରେ ମାର୍ଚ୍ଚ ପହିଲା ରୁ ବୟସ୍କ ଲୋକ ମାନଙ୍କ ଟୀକା କରଣ କରିବାର ନିୟମ ଲାଗୁ ହେବାକୁ ଯାଉଛି । ୬୦ ବର୍ଷ ରୁ ଉର୍ଦ୍ଧ୍ବ ଲୋକ ମାନଙ୍କୁ ପ୍ରଥମେ ଟୀକା ଦିଆଯିବ ଓ ୪୫ ବର୍ଷ ରୁ ଉର୍ଦ୍ଧ୍ବ ଯେଉଁ ଲୋକମାନେ ବିଭିନ୍ନ ପ୍ରକାର ରୋଗ ରେ ପୀଡିତ ଅଛନ୍ତି ତାଙ୍କୁ ମଧ୍ୟ ଟୀକା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି ।
ସରକାର ଙ୍କ ଦ୍ଵାରା ପରିବର୍ତ୍ତନ କରାଯାଉଥିବା ତୃତୀୟ ନିୟମ ଟି ହେଉଛି ବର୍ତ୍ତମାନ କିଛି ବ୍ୟାଙ୍କ ର ଆଇ ଏଫ ଏସ ସି କୋଡ଼ କୁ ପରିବର୍ତ୍ତନ କରାଯିବ । ବ୍ୟାଙ୍କ ଅଫ ବରୋଦା ,ଦେନା ବ୍ୟାଙ୍କ ଓ ବିଜୟ ବ୍ୟାଙ୍କ ଇତ୍ୟାଦି ମିସିକରି ଗୋଟିଏ ବ୍ୟାଙ୍କ ରେ ପରିଣତ ହୋଇଛି । ଏହି ମାର୍ଚ୍ଚ ରୁ ଦେନା ବ୍ୟାଙ୍କ ଓ ବିଜୟ ବ୍ୟାଙ୍କ ର ଆଇ ଏଫ ଏସ ସି କୋଡ଼ ଆଉ କାମ କରିବ ନାହିଁ ।
ଏହାକୁ ଆପଣଂକୁ ବଦଳାଇବାକୁ ପଡିବ । ତେଣୁ ଯଦି ଆପଣ ଏହି ବ୍ୟାଙ୍କ ରେ ଆକାଉଣ୍ଟ ଖୋଲିଛନ୍ତି ତେବେ ଏହି ଵିଷୟ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ । ଯଦି ଆପଣ ଅଧିକ କିଛି ଏହି ଵିଷୟ ରେ ଜାଣିବାକୁ ଚାହୁଁଛନ୍ତି ତେବେ ନିକଟସ୍ଥ ବ୍ୟାଙ୍କ ସହିତ ସମ୍ପର୍କ କରିପାରିବେ ।
ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ