ବଡ ଖବର, ପେଟ୍ରୋଲ ର ଜବାବ କ୍ଷୀରରେ, କାଲି ଠାରୁ କ୍ଷୀର ଲିଟର ହେବ ୧୦୦ ଟଙ୍କା !

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସବୁ ଜିନିଷ ର ଚାହିଦା ଯେପରି ଭାବେ ବଢିଛି ଠିକ ସେହିପରି ଦାମ ମଧ୍ୟ ବୃଦ୍ଧି ହେଉଛି । କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ସମସ୍ତେ ସବୁ କ୍ଷେତ୍ର ରେ ସବୁ ଜିନିଷ ଉପରେ ବର୍ତ୍ତମାନ ସମୟ ରେ ଦାମ ବୃଦ୍ଧି କରୁଛନ୍ତି । କରନା ଭଳି ମହାମାରୀ ସମୟ ରେ ଦେଶ ର ଅର୍ଥକୋଷ ପ୍ରାୟତଃ ସରି ଆସିଥିଲା । ଏହାକୁ ପୂରଣ କରିବା ପାଇଁ ବର୍ତ୍ତମାନ ସରକାର ଅନେକ ଗୁଡିଏ ଜିନିଷ ର ଦାମ ବୃଦ୍ଧି କରୁଛନ୍ତି । ଏହା ଦ୍ବାରା ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି ।

କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ର ଦାମ ବଢିଥିବା ବେଳେ ବର୍ତ୍ତମାନ ସମୟ ରେ ଆଉ କିଛି ଜିନିଷ ର ଦାମ କୁ ବୃଦ୍ଧି କରାଯାଇଛି । ମନୁଷ୍ୟ ର ପ୍ରତ୍ୟକ ଆବଶ୍ୟକୀୟ ଜିନିଷ ର ଦର ବର୍ତ୍ତମାନ ସମୟ ରେ ବୃଦ୍ଧି ଘଟୁଛି । ବର୍ତ୍ତମାନ ଯେପରି ସୂଚନା ମିଳୁଛି ଯେ କ୍ଷୀର ର ଦାମ ମଧ୍ୟ ବୃଦ୍ଧି ପାଇବାକୁ ଯାଉଛି ।

କ୍ଷୀର ବହୁତ ଆବଶ୍ୟକୀୟ ଜିନିଷ ହୋଇଥିବାରୁ ଏହାର ଦାମ ବୃଦ୍ଧି କୁ ନେଇ ଲୋକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଆହୁରି ଅଧିକ ଜାଣିବା ଏହି ଵିଷୟରେ । ବନ୍ଧୁଗଣ ଆସନ୍ତା କାଲି ଠାରୁ ବଢିବାକୁ ଯାଉଛି କ୍ଷୀର ର ଦାମ । କ୍ଷୀର ର ଲିଟର ପିଛା ହେବାକୁ ଯାଉଛି ୧୦୦ ଟଙ୍କା । କ୍ଷୀର ଆସନ୍ତା କାଲି ଠାରୁ ୧୦୦ ଟଙ୍କା ପ୍ରତି ଲିଟର ପିଛା ବିକ୍ରି ହେବ ।

ହୁଏ ତ ଏହା ଶୁଣି ଆପଣ ବହୁତ ଆଶ୍ଚର୍ଯ୍ୟ ହେଉଥିବା ସହିତ ବ୍ୟସ୍ତ ମଧ୍ୟ ହୋଇପଡୁଥିବେ । କିନ୍ତୁ ବର୍ତ୍ତମାନ ସମୟ ରେ ଅନେକ ଜିନିଷ ର ଦାମ ବୃଦ୍ଧି ପାଉଛି । ଯାହା ପାଇଁ ସାଧାରଣ ଜନତା ଓ ଖାଉଟି ବହୁତ ଚିନ୍ତିତ ଅଛନ୍ତି । ଏହି ସମୟ ରେ ଅନେକ ଜିନିଷ ର ଦାମ ବୃଦ୍ଧି ହେଉଥିବା ବେଳେ ପୁଣି କ୍ଷୀର ର ଦାମ ବଢିବା ସାଧାରଣ ଖାଉଟି ଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ ।

କିନ୍ତୁ ଆମେ ଆପଣଂକୁ ଜଣାଇ ରଖୁଛୁ ଯେ ଏହି ଦର ଓଡ଼ିଶା ରେ ନୁହେ ବରଂ ହରିୟାଣା ରେ ଲାଗୁ ହେବାକୁ ଯାଉଛି । ବର୍ତ୍ତମାନ ସମୟ ରେ ଯେପରି ତୈଳ ଦର ହୁ ହୁ ହୋଇ ବଢିଚାଲିଛି ଏହାକୁ ଦୃଷ୍ଟିରେ ରଖି ହରିୟାଣା ର ଖାପ ପଞ୍ଚାୟତ କ୍ଷୀର ଦର ବୃଦ୍ଧି କରିବା ପାଇଁ ମତ ପ୍ରକାଶ କରିଛି ।

ଆସନ୍ତା କାଲି ଠାରୁ କ୍ଷୀର ଦର ଵୃଦ୍ଧି କରିବା ନେଇ ନିଷ୍ପତ୍ତି ନିଆଯାଇଛି । ତୈଳ ଦର ବୃଦ୍ଧି ଓ ନୂତନ ପଞ୍ଚାୟତ ଆଇନ କୁ ବିଚାର କରି କ୍ଷୀର ଦର ବୃଦ୍ଧି କରାଯାଉଛି ବୋଲି ସୂଚନା ମିଳିଛି । ଆହୁରି ମଧ୍ୟ କୁହାଯାଉଛି ଯେ ସରକାରୀ କେନ୍ଦ୍ର ରେ କ୍ଷୀର ଏହି ଦର ରେ ଦୁଗ୍ଧ ବିକାଳୀ ମାନେ ଦେଇପାରିବେ କିନ୍ତୁ ଗରିବ ଲୋକ ମାନଙ୍କୁ ପୂର୍ବ ପରି ସେହି ଦର ରେ କ୍ଷୀର ବିକ୍ରୟ କରାଯିବ ।

ଏହି ଵିଷୟ ରେ ଚାଷୀ ନେତା କହିଛନ୍ତି ଯେ ଚାଷୀ ମାନେ ବିପ୍ଳବ କରୁଥିବା ରୁ ପେଟ୍ରୋଲ ଦର ବୃଦ୍ଧି କରାଯାଇ ତାଙ୍କୁ ସରକାର ହଇରାଣ କରୁଛନ୍ତି ସେଥିପାଇଁ ସେମାନେ କ୍ଷୀର ଦର ବୃଦ୍ଧି କରିଛନ୍ତି । ଯଦି ସରକାର କୃଷକ ମାନଙ୍କ କଥା କୁ ସ୍ୱୀକାର ନ କରନ୍ତି ତେବେ ଆଗକୁ ପନିପରିବା ଦାମ ମଧ୍ୟ ବୃଦ୍ଧି କରାଯିବ ବୋଲି ଚାଷୀ ନେତା କହିଛନ୍ତି । ତୈଳ ଦର ବଢିବା ସହିତ ବର୍ତ୍ତମାନ କ୍ଷୀର ଦର ବୃଦ୍ଧି ପାଇବାକୁ ନେଇ ବର୍ତ୍ତମାନ ଖାଉଟି ମାନେ ବହୁତ ଚିନ୍ତା ରେ ଅଛନ୍ତି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *