ବିବାହ ସମୟ ରେ କନ୍ଯାର ଋତୁଶ୍ରାବ ହେଲେ କଣ କରିବା ଉଚିତ ? ଏହା ସହିତ ପଢନ୍ତୁ ଆଜିର 25 Anuchinta

୧.ବିବାହ ହେଉଛି ଆଠ ପ୍ରକାର ର ଯଥା-ବ୍ରହ୍ମ , ଦୈଵ ,ଆର୍ଷ , ପ୍ରଜାପତ୍ୟ , ଆସୁର , ଗାନ୍ଧର୍ବ୍ୟ , ରାକ୍ଷସ ଓ ପିଶାଚ । ୨.ବହ୍ମ , ଦୈଵ , ଆର୍ଷ , ପ୍ରଜାପତ୍ୟ ଏହି ଚାରି ପ୍ରକାର ବିବାହ ଶାସ୍ତ୍ର ସମ୍ମତ ହୋଇଥାଏ । ୩.ବର ଠାରୁ ଧନ ନେଇ ତାକୁ କନ୍ୟା ବିବାହ ଦେଲେ ତାହାକୁ ଆସୁର ବିବାହ କୁହାଯାଇଥାଏ । ୪.ନିଜ ଇଚ୍ଛାରେ ବର କନ୍ୟା ବିବାହ କଲେ ତାକୁ ଗାନ୍ଧର୍ବ୍ୟ ବିବାହ କୁହାଯାଏ ।

୫.କନ୍ୟା ର ପିତା ଠାରୁ କନ୍ୟା କୁ ଛଡାଇ ଆଣି ବିବାହ କଲେ ତାକୁ ରାକ୍ଷସ ବିବାହ କୁହାଯାଏ । ୬.କପଟ କରି କନ୍ୟା କୁ ଭୁଲାଇ ବିବାହ କଲେ ତାକୁ ପିଶାଚ ବିବାହ କୁହାଯାଏ । ୭.ବର କୁ ନିଜ ଘରକୁ ନିମନ୍ତ୍ରଣ କରି ଆଣି ଯଥା ଶକ୍ତି କନ୍ୟା କୁ ଅଳଙ୍କୃତ କରି ବିବାହ ଦେଲେ ତାଙ୍କ ଠାରୁ ଉତ୍ପନ୍ନ ପୁତ୍ର ଉଭୟ କୁଳ ର ଏକୋଇଶ ପୁରୁଷ ଉଦ୍ଧାର କରେ ।

୮.ବାତୁଳ , ପତିତ , କୁଷ୍ଠ ରୋଗୀ , ନପୁଂସକ , ନିଜ ଗୋତ୍ର ରେ ଜାତ , ଅନ୍ଧ ବଧିର ଓ ଅପସ୍କାର ରୋଗୀ କୁ କନ୍ୟା ଦେବା ଅନୁଚିତ ହୋଇଥାଏ ।

୯.ବର ର କୁଳ , ସ୍ଵଭାଵ , ବୟସ , ରୂପ , ବିଦ୍ୟା , ଧନ ଓ ପିତ୍ରାଦି ର ସହାୟତା ଗୁଣ ପରୀକ୍ଷା କରି କନ୍ୟା ଦାନ କରିବା ଉଚିତ ।

୧୦.ଯେଉଁ ପୁରୁଷ ର ଗୃହ ଓ ଗ୍ରୀବା ସୁଦୃଢ଼ ହୋଇଥିବ, ଶୁକ୍ର ଗାଢ଼ ହୋଇଥିବ , ମୂତ୍ର ଶବ୍ଦ ଓ ଫେଣ ଯୁକ୍ତ ହୋଇଥିବ ତାକୁ ଉତ୍ତମ ଲକ୍ଷଣ ଯୁକ୍ତ ପୁରୁଷ କୁହାଯାଏ ।

୧୧.ବର ମାତା ର ନାମ ସହିତ କନ୍ୟା ର ନାମ ସମାନ ହୋଇଥିଲେ ବିବାହ ଦେବା ଅନୁଚିତ , ଏହା ଦୋଶାବହ ହୋଇଥାଏ ।

୧୨.ଯେଉଁ କନ୍ୟା ଲଜ୍ଜା ହୀନ , ସ୍ଵଭାଵ ଉଗ୍ର , ଦାନ୍ତ ଅସୁନ୍ଦର , ଆଖି ପିଙ୍ଗଳ ବର୍ଣ୍ଣ , ସର୍ବାଙ୍ଗ ଲୋମ ଯୁକ୍ତ ଓ କଟି ସ୍ଥୂଳ ଏହି ପରି କନ୍ୟା ବିବାହ ଯୋଗ୍ୟ ନୁହେଁ ।

୧୩.ଯେଉଁ କନ୍ୟା ଶ୍ୟାମା , ଯାହାର କେଶ ଉତ୍ତମ , ଦେହ ଅଳ୍ପ ଲୋମ ଯୁକ୍ତ , ଭୁଲତା ସୁନ୍ଦର , ଚରିତ୍ର ଉତ୍କୃଷ୍ଟ , ଗମନ ମନୋହର , ଦାନ୍ତ ସୁନ୍ଦର , କଟି ଡମ୍ବରୁ ତୁଲ୍ୟ ସେହି କନ୍ୟା ବିବାହ ଯୋଗ୍ୟ ହୋଇଥାଏ ।

୧୪.ସମାନ ପ୍ରକାର ଜାତ କନ୍ୟା , ଶିଷ୍ୟ ର ସନ୍ତତି , ଗୁରୁ ର ସନ୍ତତି ଏମାନଙ୍କ ସହିତ ବିବାହ କରିବା ନିଷିଦ୍ଧ ଅଟେ ।

୧୫.ବଡ଼ ଭାଇ ବିବାହ ନ ହୋଇଥିଲେ ସାନ ଭାଇ ବିବାହ କଲେ ପତିତ ହୋଇଥାଏ ।

୧୬.ବଡ଼ ଭାଇ ଯଦି ବିଦେଶରେ ଥାଆନ୍ତି , ଅତି ରୋଗୀ ଶାରୀରିକ ଅକ୍ଷମ କିମ୍ବା ଚୋର ହୋଇଥାଏ ତେବେ ସାନ ଭାଇ ବିବାହ କରି ପାରିବେ ।

୧୮.ଏକା ବର୍ଷ ରେ ଦୁଇ ଭାଇ କିମ୍ବା ଦୁଇ ଭଉଣୀ ବିବାହ କରିବା ଅନୁଚିତ , ଛଅ ମାସ ମଧ୍ୟରେ ବିବାହ କରିବା ଦ୍ୱାରା କନ୍ୟା ତିନି ବର୍ଷ ରେ ବିଧବା ହୋଇଥାଏ ।

୧୯.ମାମୁ ର ଝିଅ , ମାତୃ କୂଳରେ ଜାତ ହୋଇଥିବା କନ୍ୟା ଓ ସମାନ ପ୍ରବର ରେ ଜନ୍ମିତ କନ୍ୟା ସହିତ ବିବାହ ନିଷିଦ୍ଧ ଅଟେ ।

୨୦.ଭିନ୍ନ ଭିନ୍ନ ମାତା ଠାରୁ ଜାତ ହୋଇଥିବା ସନ୍ତାନ ଏକ ଦିନ ରେ ଓ ଏକ ମଣ୍ଡପ ରେ ବିବାହ କରି ପାରିବେ ।

୨୧.ବିବାହ ଚାଲୁଥିବା ସମୟ ରେ ଅଶୌଚ ଘଟିଲେ କର୍ମ ବନ୍ଦ କରିବା ଉଚିତ ନୁହେଁ ।

୨୨.ବିବାହ ଆରମ୍ଭ ପୂର୍ବରୁ ଅଶୌଚ ଘଟିଲେ କର୍ମ ବନ୍ଦ ହେବା ଉଚିତ ।

୨୩.ବିବାହ ସମୟ ରେ କନ୍ୟା ଋତୁମତି ହେଲେ ତାକୁ ସ୍ନାନ କରାଇ ସଂସ୍କାର କରି ବିବାହ କରାଇବା ଉଚିତ ।

୨୪.ବିବାହ ସମୟ ରେ ଯଦି ବର କିମ୍ବା କନ୍ୟା ର ମାତା ରଜସ୍ୱଳା ହୁଏ ତେବେ ସେ ସମୟ ରେ ବିବାହ କର୍ମ ହୁଏ ନାହିଁ ଶୁଦ୍ଧି ପରେ ହୋଇଥାଏ ।

୨୫.କନ୍ୟା ଦାନ , ଦୀପ ଦାନ , ଅନ୍ନ ଦାନ , ଆଶ୍ରୟ ଦାନ ଓ ଅଭୟ ଦାନ ରାତ୍ର କାଳ ରେ କରାଗଲେ ଅଶୁଭ ହୋଇ ନ ଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *