୧୫ ଦିନରେ ଥରେ ପିଅନ୍ତୁ, Kidney ସର୍ବଦା ସୁସ୍ଥ ରହିବ, Kidney ର ସମସ୍ତ ଆବର୍ଜନା ବାହାରିଯିବ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବୁ ଯେ, କିଡନୀ ରେ ଷ୍ଟ୍ଓନ ଏବଂ ବିଭିନ୍ନ ସମସ୍ୟା କିପରି ହୋଇଥାଏ ଏବଂ ଏହାକୁ ଦୂର କରିବା ନିମନ୍ତେ ଏକ ଘରୋଇ ଉପଚାର ସମ୍ବନ୍ଧରେ। ବନ୍ଧୁଗଣ ନିୟମିତ ଖାଦ୍ୟ ନ ଖାଇବା ଦ୍ୱାରା ଅଥବା ଅସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ବାରା କିଡ୍ନୀ ରେ ଷ୍ଟ୍ଓନ ହୋଇଥାଏ ଏବଂ କିଡ୍ନୀ ରେ ଅନେକ ଆବର୍ଜନା ପୂର୍ଣ ଜିନିଷ ଭର୍ତ୍ତି ହୋଇଥାଏ। ଏହା ଏକ ଭୟଙ୍କର ରୋଗ ଅଟେ। ଏହି ରୋଗ ହେବା ଦ୍ୱାରା କିଡ୍ନୀ ବା ମୂତ୍ରାଶୟ ରେ ଛୋଟ ଛୋଟ ପଥର ଜମି ଯାଇଥାଏ।

ଏହି ପଥର ମୂତ୍ର ବାହିନୀ କୁ ବ୍ଲକ କରି ଦେଇଥାଏ ଯାହାଫଳରେ କିଡ୍ନୀ ରେ ପରିସ୍ରା ଜମା ହୋଇଥାଏ। ଏହି ପଥର ଗୁଡ଼ିକ ଧୀରେ ଧୀରେ କିଡ୍ନୀ ରେ ଜମାଟ ହୋଇଥାଏ ଏବଂ ଏହା ବଡ଼ ହେବା ପରେ ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ ଏବଂ ୟୁରିନ ସିଷ୍ଟମ ରେ ଏମାନଙ୍କ ମୁମେଂଟ କାରଣରୁ କଷ୍ଟ ଅନୁଭବ ହୋଇଥାଏ ଏବଂ ବାରମ୍ବାର ବାନ୍ତି ଆସିବାର ସମ୍ଭାବନା ରହିଥାଏ। ଆପଣ ମାନେ ଦେଖିଥିବେ ପ୍ରାୟତଃ ବ୍ୟକ୍ତି ଙ୍କ ପାଦ ଫୁଲିଥାଏ, ଶରୀରରେ ପାଣି ଜମା ହୋଇଥାଏ ଏବଂ ଚର୍ବି ସୃଷ୍ଟି ହୋଇଥାଏ।

ଏହି ସବୁ ସମସ୍ୟା ଦେଖାଯିବା ଦ୍ଵାରା ଏହା ଆମ କିଡ୍ନୀ ଉପରେ ପ୍ରଭାବ ପକାଇଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୨ଟି ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ସେବନ ଦ୍ଵାରା ଆପଣଙ୍କ କିଡ୍ନୀ ରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା ସେହି ଉପଚାର ସମ୍ବନ୍ଧରେ।

ବନ୍ଧୁଗଣ ପ୍ରଥମ ଉପଚାର ନିମନ୍ତେ ଏକ ପାତ୍ରରେ ଦୁଇ ଗ୍ଲାସ ପାଣି ନିଆନ୍ତୁ। ଏହାପରେ ଏଥିରେ କିଛି ଧନିଆ ପତ୍ର ପକାନ୍ତୁ ଏବଂ ଏହାପରେ ଫାଳେ ଲେମ୍ବୁ ପକାନ୍ତୁ। ଶେଷରେ କିଛି ଜିରା ସେଥିରେ ପକାନ୍ତୁ। ଏହା ଭଲ ଭାବେ ଫୁଟି ଫୁଟି ଯେତେବେଳେ ଏକ ଗ୍ଳାସ ରହିଯିବ ସେତେବେଳେ ଏହି ପାଣିକୁ ଛାଣି ଦିଅନ୍ତୁ ଏବଂ ଏହି ପାଣି କୁ ସକାଳେ ଖାଲି ପେଟରେ ମାସର ପ୍ରଥମ ସପ୍ତାହରେ ସେବନ କରନ୍ତୁ।

ଦ୍ଵିତୀୟ ଉପଚାର ନିମନ୍ତେ ଆପଣ କିଛି ମକାର ଚୁଟି କୁ ନିଅନ୍ତୁ ଏବଂ ୨ଗ୍ଲାସ ପାଣି ଏକ ପାତ୍ରରେ ନିଅନ୍ତୁ ଏବଂ ସେଥିରେ ଫାଳେ ଲେମ୍ବୁ ପକାନ୍ତୁ।ଏହି ପାଣିକୁ ଭଲ ଭାବରେ ଏକ ଗ୍ଲାସ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାପରେ ଏହି ପାଣିକୁ ଭଲ ଭାବରେ ଛାଣି ଦିଅନ୍ତୁ ଏବଂ ଏହାକୁ ଦ୍ଵିତୀୟ ସପ୍ତାହରେ ସେବନ କରନ୍ତୁ।

ଏହିପରି ଭାବରେ ଏହି ୨ଟି ଉପଚାର କୁ ବଦଳାଇ ସେବନ କରନ୍ତୁ। ଏହି ଘରୋଇ ଉପଚାର ର ନିଶ୍ଚିତ ଭାବରେ ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କ କିଡ୍ନୀ ଜନିତ ସମସ୍ତ ସମସ୍ୟା ତୁରନ୍ତ ଦୁର ହୋଇଯିବ। ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *