ଲକଡାଉନ କାରଣରୁ ହେଇ ପାରିଲା ନାହିଁ ଚିକିତ୍ସା, ମୃତ୍ୟୁ ପରେ ଝିଅମାନେ ପିତାର ଅର୍ଥୀକୁ ଦେଲେ କାନ୍ଧ

ଲକଡାଉନ କାରଣରୁ ଲୋକମାନଙ୍କ ଜୀବନ ଉପରେ ଭାରି ପ୍ରଭାବ ପଡୁଛି । ଅଲୀଗଢରେ ଲକଡାଉନ କାରଣରୁ ଶନିବାର ଦିନ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଚାଲି ଆସୁଛି । ଥାନା ବନ୍ନାଦେବୀର ନୁମାଇଶ ମୈଦାନ ନିବାସୀ ଚା ବାଲା ସଞ୍ଜୟ କୁମାର (୪୫)କୁ ଟିବିର ରୋଗ ହୋଇଥିଲା । ଏହା ପରେ ଲକଡାଉନ କାରଣରୁ ତାକୁ ଉଚିତ ଚିକିତ୍ସା ମିଳି ପାରିଲା ନାହିଁ, ଯେଉଁ କାରଣରୁ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଗଲା । ସଞ୍ଜୟଙ୍କ ୫ଟି ଝିଅ ଅଛନ୍ତି । ସଂକଟର ଏହି ସମୟରେ ଝିଅମାନେ ହିଁ ପୁଅର ଦାୟିତ୍ଵ ନିଭାଇଲେ ଓ ପିତାଙ୍କ ଅର୍ଥୀକୁ କାନ୍ଧ ଦେଇ ଅନ୍ତିମ ସଂସ୍କାର କରିଲେ । ଝିଅମାନଙ୍କ କାନ୍ଧରେ ପିତାର ଅର୍ଥୀ ଦେଖି ସେଠି ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିଲା ।

୪୫ ବର୍ଷୀୟ ସଞ୍ଜୟ ଚା’ ବିକ୍ରି କରି କୌଣସି ପ୍ରକାରରେ ନିଜର ପରିବାରର ଭରଣ ପୋଷଣ କରୁଥିଳେ । ଦରିଦ୍ରତାର ସାମ୍ନା କରୁଥିବା ସତ୍ତ୍ୱେ ସଞ୍ଜୟ କେବେ ବି କାହାକୁ ସାହାର୍ଯ୍ୟ ମାଗି ନାହାନ୍ତି । ସେ ଟିବି ଦ୍ଵାରା ପୀଡିତ ଥିଲେ । ଗତ କିଛି ଦିନ ହେବ ସଞ୍ଜୟଙ୍କ ଅବସ୍ଥା ବହୁତ ଖରାପ ହୋଇ ଯାଇଥିଲା । ପରିବାରର ସଦସ୍ୟ ନରେନ୍ଦ୍ର କହିଲେ କି ସଞ୍ଜୟଙ୍କୁ ୬ ମାସ ପୂର୍ବେ ହିଁ ଜଣା ପଡିଲା କି ସେ ଟିବି ଦ୍ଵାରା ପୀଡିତ ଅଛନ୍ତି ।

ସମସ୍ୟା ବଢିବା ପରେ ସେ ଜିଲ୍ଲା ହସ୍ପିଟାଲ ରୁ ଔଷଧ ନେଉଥିଲେ । କିନ୍ତୁ ଲକଡାଉନ ମଧ୍ୟରେ ତାହାର ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଗଲା ଓ ଯାଞ୍ଚ କରିବା ପାଇଁ ଡାକ୍ତର ବି ମିଳିଲେ ନାହିଁ । ଏହା ପରେ ଚିକିତ୍ସା ଅଭାବରେ ସଞ୍ଜୟଙ୍କ ଜୀବନ ଚାଲିଗଲା । ସମ୍ପର୍କୀୟମାନେ କହିଲେ କି ସଞ୍ଜୟଙ୍କ ଗୋଟିଏ ଝିଅ କାଜଲଙ୍କ ବିବାହ ହୋଇସାରିଛି ଓ ଅନ୍ୟ ଚାରି ଜଣ ଝିଅ ରାଧା, ମୌନୀ, ପ୍ରିୟାଁଶୀ ଓ ଜ୍ୟୋତିଙ୍କ ପିତାଙ୍କ ରୋଗ କାରଣରୁ ସ୍କୁଲ ଯିବା ବନ୍ଦ ହୋଇଗଲା ।

ସ୍ଵାମୀର ମୃତ୍ୟୁ ପରେ ପତ୍ନୀ ଅଞ୍ଜୁଙ୍କ ସାମ୍ନାରେ ଦୁଃଖର ପାହାଡ ଭାଙ୍ଗିଗଲା । ତାଙ୍କୁ ନିଜ ଝିଅର ଭବିଷ୍ୟତ ବିଷୟରେ ବହୁତ ଚିନ୍ତା ଅଛି । ଅନ୍ୟ ପଟେ ଜିଲ୍ଲା ଅଧକ୍ଷ ରୋଗ ନିୟନ୍ତ୍ରଣ ଅଧିକାରୀ ଡା. ଅନୁପମ ଭାସ୍କରଙ୍କ କହିବା ଅଟେ କି ସୋସିଆଲ ମିଡିଆରେ ଏହି ମାମଲାର ସୂଚନା ମିଳିଥିଲା । ଏହା ପରେ ସଞ୍ଜୟଙ୍କ ଘରେ ଟିମ ବି ପହଞ୍ଚି ଥିଲା । ବଲଗମର ଯାଞ୍ଚରେ ଟିବିର ପୃଷ୍ଟି ହୋଇ ନାହିଁ ।

ପରିଜନମାନଙ୍କ ବି ସ୍କ୍ରୀନିଂଗ କରାଯାଇଛି, ସେମାନଙ୍କ ମଧ୍ୟରେ ବି ଟିବି ବାହାରି ନାହିଁ । ସଞ୍ଜୟ କୁମାରଙ୍କ ଚିକିତ୍ସା ସେହି ଅଞ୍ଚଳର ଏକ ଚିକିତ୍ସକଙ୍କ ପାଖରେ ଚାଲୁଥିଲା । ଚିକିତ୍ସକଙ୍କ ଠାରୁ ଚିକିତ୍ସାର ସୂଚନା ମଗା ଯାଇଛି । ଯାଞ୍ଚ ପରେ ଜଣା ପଡିବ କି ସଞ୍ଜୟ କେଉଁ ସମସ୍ତ ରୋଗରେ ପୀଡିତ ଥିଲେ । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *