ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ରର ବହୁତ ମହତ୍ତ୍ୱ ରହି ଅଛି। ଶାସ୍ତ୍ର ର ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ । ଏହା ପ୍ରମାଣିତ ମଧ୍ୟ ହୋଇଛି।ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ଯାଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ।ବନ୍ଧୁଗଣ ଏହି ବର୍ଷ ମକର ସଂକ୍ରାନ୍ତି ରେ ଅନେକ ଲୋକଙ୍କ ର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।ବନ୍ଧୁଗଣ ମକର ସଂକ୍ରାନ୍ତି ରେ ଭଗବାନ ସୂର୍ଯ୍ୟ ଦେବ ନିଜ ପୁତ୍ର ଶନି ଦେବ ଙ୍କ ଘରକୁ ଆସିଥାନ୍ତି ତେଣୁ ଏହି ଦିନ ଟି ବହୁତ ଶୁଭ ହୋଇଥାଏ ବୋଲି ଶାସ୍ତ୍ର ରେ କୁହାଯାଇଛି।
ଏହି ଦିନ ଅନେକ ଦାନ ଧର୍ମ କରାଯାଇଥାଏ।ଅନେକ ପ୍ରକାର ଖାଦ୍ୟ ରାନ୍ଧି ଭଗବାନ ଙ୍କୁ ଅର୍ପଣ କରିବା ସହିତ ନିଜେ ଖାଇଥାନ୍ତି ଓ ଅନ୍ୟ ମାନଙ୍କୁ ଦାନ ମଧ୍ୟ କରିଥାନ୍ତି ଏହି ଦିନ ଅନେକ ଦାନ ଧର୍ମ କରାଯାଉ ଥିବାରୁ ଏହା କୁ ଦେବତା ମାନଙ୍କର ଦିନ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଦିନ ଏହି ପରି କିଛି କାର୍ଯ୍ୟ ଥାଏ ଯାହାକୁ ଗୁପ୍ତ ଭାବରେ କରିବା ଦ୍ୱାରା ଘରେ ଧନ ର ବର୍ଷା ହୋଇଥାଏ ଓ ଘରେ ସୁଖ ଶାନ୍ତି ର ବାତା ବରଣ ରହିଥାଏ।ତେବେ ତାହା କେଉଁ କାର୍ଯ୍ୟ ଅଟେ ଆଜି ଆମେ ଆପଣଂକୁ କହିବାକୁ ଯାଉଛୁ।ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ସମ୍ପର୍କରେ।

ମକର ସଂକ୍ରାନ୍ତି ଦିନ ଯେଉଁ ବ୍ୟକ୍ତି ସକାଳୁ ଉଠି ଗାଧୋଇ ସାରି ଭଗବାନ ଙ୍କୁ ଜଳ ଅର୍ପଣ କରିଥାଏ ସେମାନେ ବହୁତ ଶକ୍ତିଶାଳୀ ହୋଇଥାନ୍ତି ବୋଲି ଶାସ୍ତ୍ର ରେ ବର୍ଣ୍ଣିତ ହୋଇଛି। ବନ୍ଧୁଗଣ ଯେ କୌଣସି ମହିଳା ହେଉ କିମ୍ବା ପୁରୁଷ ହେଉ ସମସ୍ତଙ୍କୁ ମକର ସଂକ୍ରାନ୍ତି ଦିନ ସକାଳୁ ଗାଧେଇବା ଉଚିତ। ଯେଉଁ ବ୍ୟକ୍ତି ସକାଳୁ ଉଠି ଗାଧୋଇଥାଏ ସେ ପୁରା ବର୍ଷ ଟି ନିରୋଗ ଓ ବିନା କୌଣସି ଯନ୍ତ୍ରଣାରେ କଟାଇ ଥାଏ। ଯେଉଁ ବ୍ୟକ୍ତି ସକାଳୁ ଉଠି ଗାଧୋଇ ନ ଥାଏ ସେ ପୁରା ବର୍ଷ ଟି ବିଭିନ୍ନ ରୋଗ ର ଶିକାର ହୋଇଥାଏ।

ତେଣୁ ଏହି ଦିନ ସକାଳୁ ଉଠି ରାଶି ତେଲ ଲଗାଇ ଗାଧୋଇବା ଉଚିତ । ଗାଧୋଇବା ପରେ ଏକ ତମ୍ବା ପାତ୍ର ରେ ଜଳ ସହିତ ରାଶି ତେଲ,ନାଲି ଫୁଲ ଓ ଘିଅ ମିଶ୍ରଣ କରି ସୂର୍ଯ୍ୟ ଙ୍କୁ ଅର୍ପଣ କରନ୍ତୁ ଏବଂ ଏହା ସହିତ ଓଁ ସୂର୍ୟ୍ୟୟ ନମଃ କହି ମନ୍ତ୍ର ଉଚ୍ଚାରଣ କରନ୍ତୁ ଏପରି କରିବା ଦ୍ୱାରା ଭଗବାନ ସୂର୍ଯ୍ୟ ଦେବ ବହୁତ ପ୍ରସନ୍ନ ହେବେ।ଯାହା ଦ୍ବାରା ଆପଣ ଓ ଆପଣଙ୍କ ପରିବାର କୁ ବିଭିନ୍ନ ପ୍ରକାର ରୋଗ ରୁ ମୁକ୍ତ କରିଥାନ୍ତି ଓ ଧନ ର ମଧ୍ୟ ବର୍ଷା କରିଥାନ୍ତି।

ମକର ସଂକ୍ରାନ୍ତି ଏକ ଦାନ ଧର୍ମ ର ଦିନ ଅଟେ । ତେଣୁ ଏହି ଦିନ ଗରିବ ଓ ଅସହାୟ ଲୋକଙ୍କର ସାହାଯ୍ୟ କରନ୍ତୁ ଓ ଏମାନଙ୍କୁ ସେହିଦିନ ଖାଦ୍ୟ ଦାନ କରନ୍ତୁ।ଏହା ଫଳ ରେ ଭଗବାନ ସୂର୍ଯ୍ୟ ଦେବ ଓ ଶନି ଦେବ ଆପଣ ଙ୍କ ଉପରେ ବହୁତ ଖୁସି ହେବେ ଓ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରିବେ। ଖାଦ୍ୟ ଦାନ କରିବା ଦ୍ୱାରା ଆପଣଙ୍କ ଘରେ କେବେ ମଧ୍ୟ ଖାଦ୍ୟ ର ଅଭାବ ରହି ନ ଥାଏ । ଆପଣ ଙ୍କ ଘରକୁ ମାତା ଲକ୍ଷ୍ମୀ ଆସିଥାନ୍ତି ଓ ଆପଣଙ୍କ ର ସୁଖ ସମୃଦ୍ଧି ବଢିଥାଏ।

ମକର ସଂକ୍ରାନ୍ତି ଦିନ ଏକ ପତ୍ର ରେ କିଛି ଗୁଡ଼ ଓ ଚାଉଳ କୁ ସ୍ଥିର ପାଣି ରେ ଭସାଇ ଦିଅନ୍ତୁ ଯାହା ଦ୍ୱାରା ଆପଣଙ୍କର ସମସ୍ତ ପାପ ଏହା ସହିତ ଭାସିଯିବ ଓ ଆପଣଙ୍କର ବହୁତ ପୁଣ୍ୟ ହେବ।ଏପରି କରିବା ଦ୍ୱାରା ଆପଣଂକୁ ବହୁତ ଶୁଭ ଖବର ମିଳିଥାଏ।ତେଣୁ ଏହାକୁ ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରନ୍ତୁ ଓ ନିଜ ସହିତ ନିଜ ପରିବାର ର ମଧ୍ୟ କଲ୍ୟାଣ କରନ୍ତୁ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

