ଏହାକୁ ଥରେ ଖାଆନ୍ତୁ, ମୂଷା ଆପଣଙ୍କ ଘରର ରାସ୍ତା ଭୁଲିଯିବ, 5 ମିନିଟରେ ଘରୁ ସବୁ ମୂଷା ଗାୟବ ହେଇଯିବେ

ବନ୍ଧୁଗଣ ଘରେ ମୂଷା ରହିଲେ ଆପଣ ମାନଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ କରିଥାନ୍ତି । ଏହା ବ୍ଯତୀତ ମୂଷା ଆପଣଙ୍କ ଘରେ ଥିବା ବିଭିନ୍ନ ଦାମୀ ଜିନିଷକୁ ଖରାପ କରିଦେଇଥାନ୍ତି । ମୂଷା ମାନଙ୍କୁ ଦୂର କରିବା ପାଇଁ ଆମେମାନେ ମାର୍କେଟରୁ ମୂଷା ମରା ମେଡ଼ିସିନ ଆଣି ଥାଉ, ହେଲେ ବନ୍ଧୁଗଣ ଏହି ମେଡ଼ିସିନ ଛୋଟ ପିଲାଙ୍କ ପାଇଁ ବହୁତ କ୍ଷତି କାରକ ହୋଇଥାଏ ।

ତେଣୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହା ଆପଣ ବହୁତ ସହଜରେ ମୂଷା ମାନଙ୍କୁ ଘୋଡାଇ ପାରିବେ । ଏହି ଉପଚାର ବହୁତ ଶସ୍ତାରେ ଆପଣ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ବନ୍ଧୁଗଣ ଆମ ଉପଚାର ପାଇଁ ଆମକୁ ପ୍ରଥମ ଜିନିଷ ଦରକାର ଜରଦା । ଆପଣ ମାନଙ୍କୁ ମାର୍କେଟରୁ ବହୁତ ସହଜରେ ପକେଟ ଜରଦା ମିଳିଯିବ । ବନ୍ଧୁଗଣ ଜର୍ଦା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି କାରକ ଅଟେ, ଠିକ ସେହିପରି ଜରଦା ମୂଷା ମାନଙ୍କ ପାଇଁ ମଧ୍ୟ କ୍ଷତି କାରକ ଅଟେ । ମୂଷା ମାନେ ଜରଦାର ସେବନ କରିଲେ ବେହୋସ ହୋଇଯାନ୍ତି । ବନ୍ଧୁଗଣ ଏହି ଉପାୟ ପାଇଁ ଆପଣ ଏକ ପାତ୍ର ନିଅନ୍ତୁ ଓ ସେଥିରେ ଦୁଇ ଚାମଚ ଜରଦା ବା ଦୁଇଟି ଜରଦା ପ୍ଯାକେଟକୁ ଚିରି ଜରଦା ପକାଇ ଦିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣଙ୍କୁ ଶୁଦ୍ଧ ଗାଈ ଘିଅର ଆବଶ୍ୟକତା ରହିଛି । ଆପଣ ଏହି ଜର୍ଦାରେ ଏକ ଚାମଚ ଗାଈ ଘିଅର ପ୍ରୟୋଗ ନିଶ୍ଚୟ କରନ୍ତୁ । ବନ୍ଧୁଗଣ ଘିଅର ବାସନାରେ ମୂଷା ମାନେ ଆକର୍ଷିତ ହୋଇଥାନ୍ତି । ଏହାପରେ ଆପଣ ଏହି ପାତ୍ରରେ ଦୁଇ ଚାମଚ ବେସନର ପ୍ରୟୋଗ କରନ୍ତୁ । ବନ୍ଧୁଗଣ ଆପଣ ଚାହିଁଲେ ଅଟାର ପ୍ରୟୋଗ କରିପାରିବେ ହେଲେ ବେସନ ଏହି ଉପାୟ ପାଇଁ ଅଧିକ କାର୍ଯ୍ୟକାରୀ ହେବ ।


ବର୍ତ୍ତମାନ ବନ୍ଧୁଗଣ ଅଟାକୁ ଚକୁଟିବା ଭଳି ଏହି ମିଶ୍ରଣକୁ ଆପଣ ଭଲ ଭାବରେ ଚକୁଟି ଦିଅନ୍ତୁ । ସେହି ସମୟରେ ଆପଣ ଅଳ୍ପ ପାଣି ମିଶାଇ ଅଟା ବେସନକୁ ପତଳା କରିପାରିବେ । ଏହାପରେ ଆପଣ ସେହି ବେସନର ଛୋଟ ଛୋଟ ଗୁଳା କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣଙ୍କ ଘରର ଯେଉଁ କୋଣରେ ମୂଷା ମାନେ ଅଧିକ ଆସନ୍ତି ସେହି କୋଣରେ ଆପଣ ଏହି ଗୁଳାକୁ ରଖିଦିଅନ୍ତୁ ।


ବନ୍ଧୁଗଣ ଘିଅର ସୁଗନ୍ଧରେ ମୂଷା ମାନେ ଆକର୍ଷିତ ହୋଇ ଆସିଥାନ୍ତି ଓ ଏହି ଗୁଳାକୁ ଖାଇଥାନ୍ତି । ଏହି ଗୁଳାର ସେବନ କରିବା ପରେ ମୂଷା ବେହୋସ ହେବାକୁ ଲାଗିବ ଓ ପାଣି ଖୋଜିବ । ତେଣୁ ବନ୍ଧୁଗଣ ଆପଣ ନିଜ ଘରର ସମସ୍ତ ପାଣିକୁ ସେହି ସମୟରେ ଲୁଚାଇ ଦେବେ । ପାଣି ବିକଳରେ ମୂଷା ଘର ବାହାରକୁ ପଳାଇଯିବ ଓ ମୂଷା ସଂପୂର୍ଣ୍ଣ ପାଗଳ ହୋଇଯିବ, ଯାହାଫଳରେ ମୂଷା ଆପଣଙ୍କ ଘରର ରାସ୍ତାକୁ ଭୁଲିଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *