ଜୀବନରେ ଦିନେ ବଡ ହେବାର ଅଛି ତ କରନ୍ତୁ ଏହି 1 କାମ, ଆପଣଙ୍କ ଜୀବନ ବଦଳିଯିବ- Chanakya Niti

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଯାପନ କରିବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ମଣିଷ ବହୁତ କଷ୍ଟ କରିଥାଏ ହେଲେ ସେ ନିଜ କଷ୍ଟର ସଠିକ ଫଳ ପାଇନଥାଏ । ଯାହା ଫଳରେ ମଣିଷ ନିଜ ଜୀବନରୁ ହାରି ଯାଇଥାଏ ଓ ସେ କୌଣସି କଥା ବିଷୟରେ ବିଚାର କରିପାରେ ନାହିଁ । କିନ୍ତୁ ବନ୍ଧୁଗଣ ଆପଣ ମାନେ ସମସ୍ତେ ଚାଣକ୍ୟ ନୀତି ବିଷୟରେ ନିଶ୍ଚୟ ଶୁଣିଥିବେ । ଚାଣକ୍ୟ ହେଉଛନ୍ତି ଜଣେ ଏପରି ଜ୍ଞାନୀ ଯିଏ ନିଜ ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୋର୍ୟ୍ୟଙ୍କୁ ସିଂହାସନରେ ବସେଇଥିଲେ ।

ଚାଣକ୍ୟ ନିଜ ଗ୍ରନ୍ଥରେ ଏପରି କିଛି ନୀତି ବିଷୟରେ ଉଲ୍ଲେଖ କରିଛନ୍ତି ଯାହାକୁ ଯଦି ମଣିଷ ନିଜ ଜୀବନର ଆଧାର କରିବ ତା ହେଲେ ମଣିଷ ନିଜ ସମସ୍ତ କାର୍ଯ୍ୟରେ ସଫଳତା ପାଇବ ଓ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବ ନାହିଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟଙ୍କର କିଛି ବିଶେଷ ନୀତି ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ଜୀବନରେ ବହୁତ ସାହାର୍ଯ୍ୟ କରିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଚାଣକ୍ୟଙ୍କର ଏହି ବିଶେଷ ନୀତି ବିଷୟରେ ।

୧. ଚାଣକ୍ୟଙ୍କ ମତରେ ମଣିଷର ୪ ଟି ଜିନିଷର ଭୋକ କେବେହେଲେ ସରି ନଥାଏ, ତାହା ହେଉଛି ଧନ, ଜୀବନ, ବାସନା ଓ ଭୋଜନ । ଏହି ୪ଟି ଜିନିଷ ପାଇଁ ମଣିଷ ସବୁବେଳେ ଭୋକିଲା ରହିଥାଏ । ମଣିଷ ନିଜର ଏହି ଲାଳସା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଏ ।

୨. ଚାଣକ୍ୟଙ୍କ ମତରେ, ସବୁବେଳେ ମଣିଷକୁ ଏହି ଗୋଟିଏ କଥା ଚିନ୍ତା କରି ରହିବା ଉଚିତ, ତାହା ହେଉଛି ଜୀବନର କୌଣସି ସମୟରେ ତା ଉପରେ କିଛି ବଡ ସମସ୍ଯା ଆସିପାରେ । ସେହି ସମସ୍ଯାରୁ ବଞ୍ଚିତ ହେବା ପାଇଁ ମଣିଷକୁ ଅଳ୍ପ ବହୁତ କିଛିଟା ଧନ ସଞ୍ଚୟ କରି ରଖିବା ନିହାତି ଆବଶ୍ୟକ । ଯେତେବେଳେ ମଣିଷର ଖରାପ ସମୟ ଆସିଥାଏ ସେତେବେଳେ ତାର ନିଜ ଲୋକମାନେ ମଧ୍ୟ ତାକୁ ସାହାର୍ଯ୍ୟ କରିନଥାନ୍ତି । ଯଦି ତା ପାଖରେ ଧନ ଥିବ ତା ହେଲେ ସେ ଏହି ସମସ୍ତ ସମସ୍ଯାକୁ ଦୂର କରିପାରିବ ।


୩. ଚାଣକ୍ୟଙ୍କ ମତରେ, ଏହି ଜୀବନରେ ବହୁତ ଭଲ ମଣିଷ ହୋଇ କେବେହେଲେ ଜୀବନ ଅତିବାହିତ କରି ହେବ ନାହିଁ । କାରଣ ଭଲ ଓ ସିଧା ମଣିଷ ମାନଙ୍କୁ ଅନ୍ୟ ମାନେ ଠକି ଥାଆନ୍ତି ଏବଂ ସେମାନଙ୍କର ଫାଇଦା ଉଠାଇ ଥାନ୍ତି । ତେଣୁ ବନ୍ଧୁଗଣ ଆପଣ ମାନେ କେବେହେଲେ ବହୁତ ଭଲ ହେବାକୁ ଚେଷ୍ଟା କରିବେ ନାହିଁ । ନ ହେଲେ ଏହି ସଂସାର ଆପଣଙ୍କୁ ବୁଡେଇ ଦେବ ।


୪. ଚାଣକ୍ୟଙ୍କ ମତରେ, ଏହି ଦୁନିଆରେ କେତେଜଣ ଲୋକ ଅଛନ୍ତି ଯେଉଁ ମାନେ ଭଗବାନଙ୍କୁ ମାନି ନଥାନ୍ତି । ହେଲେ ବନ୍ଧୁଗଣ ଏହା ଭୁଲ ଅଟେ । ସବୁବେଳେ ଆପଣ ଭଗବାନଙ୍କ ଉପରେ ବିଶ୍ଵାସ ରଖିବା ଉଚିତ । କାରଣ ଭଗବାନ ଆପଣଙ୍କୁ ସମସ୍ତ ଆବଶ୍ୟକତାକୁ ପୂର୍ଣ୍ଣ କରିବାରେ ସାହାର୍ଯ୍ୟ କରିଥାନ୍ତି । ତେଣୁ ଆପଣ ନିଜ କର୍ମ ଓ ଭଗବାନଙ୍କ ଉପରେ ବିଶ୍ଵାସ ରଖି ଚାଲନ୍ତୁ ଦେଖିବେ ଆପଣ ଜୀବନରେ ନିଶ୍ଚୟ ସଫଳତା ପାଇବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *