Vastu Shastra – ଖାଦ୍ୟ ଖାଇବା ପୂର୍ବରୁ କରନ୍ତୁ ଏହି ୩ ଟି କାମ ଦାରିଦ୍ର୍ୟତା କେବେ ବି ପାଖ ମାଡିବନି

ଖାଦ୍ୟ ଅର୍ଥାତ ଭୋଜନ ସମସ୍ତ ଜୀବଙ୍କ ପାଇଁ ପ୍ରଥମ ଓ ମୁଖ୍ୟ ଆବଶ୍ୟକତା ହୋଇଥାଏ । ମଣିଷ ଦି ମୁଠା ଖାଇବା ପାଇଁ ରାତି ଦିନ କଷ୍ଟ କରିଥାଏ । ଯାହା ଦ୍ଵାରା ଯେମିତି କେବେ ବି ତାର ପରିବାର ଭୋକିଲା ନ ରୁହନ୍ତୁ । ଆମେ ସମସ୍ତେ ଜାଣିଛୁ କି ପୃଥିବୀରେ ଖାଦ୍ୟ ବିନା ଜୀବନ ଅସମ୍ଭବ । ତେଣୁ ଭୋଜନକୁ ଅନ୍ନ ଦେବତା ରୂପେ ହିନ୍ଦୁ ଧର୍ମରେ ପୂଜା କରାଯାଏ । ଯେଉଁ ଲୋକ ଅନ୍ନ ବା ଭୋଜନକୁ ମହତ୍ଵ ଦେଇ ନଥାନ୍ତି ବା ତାହାର ଅପମାନ କରିଥାନ୍ତି ମହା ଲକ୍ଷ୍ମୀ ତାଙ୍କ ଉପରେ ରୁଷ୍ଟ ହୋଇଥାନ୍ତି । ଆଜି ଆମେ ଜାଣିବା କି ଖାଇବା ପୂର୍ବରୁ କେଉଁ ସବୁ କାମ କରିବା ଦ୍ଵାରା ଘରକୁ ଦାରିଦ୍ରତା ଆସି ନ ଥାଏ । ତେବେ ଚାଲନ୍ତୁ ଜାଣିବା ।

୧. ଯଦି ଆପଣ ନିଜ ଘରର ଉନ୍ନତି ଚାହୁଁଥାନ୍ତି ତେବେ ପ୍ରତି ଦିନ ଭୋଜନ କରିବା ପୂର୍ବରୁ ପ୍ରଥମେ ଭଗବାନଙ୍କୁ ହାତ ଯୋଡି ନମସ୍କାର ଅବଶ୍ୟ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ କେବେ ବି ଧନର ଅଭାବ ହେବ ନାହିଁ ଓ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିବ । ଏଥି ସହିତ ଆପଣଙ୍କ ଶରୀର ସବୁବେଳେ ସୁସ୍ଥ ମଧ୍ୟ ରହିବ ।

୨. ଏହି ପୃଥିବୀର କୋଣ ଅନୁକୋନରେ ଭଗବାନଙ୍କର ଦ୍ରୁଷ୍ଟି ରହିଥାଏ । ଭୋଜନ ଆରମ୍ଭ କରିବା ପୂର୍ବରୁ ଯଦି ଆମେ ଇଶ୍ଵର ଙ୍କର ନାମ ନେଇଥାଉ ତେବେ ତାଙ୍କର ଧ୍ୟାନ ଆମ ଉପରେ ଲାଗି ରହିଥାଏ । ଯାହା ଦ୍ଵାରା ଆମର ମନ ଶାନ୍ତ ରହିଥାଏ ଓ ଇଚ୍ଛା ଶକ୍ତି ଦୁଇ ଗୁଣ ହୋଇ ଯାଇଥାଏ ।

ଏହା ଦ୍ଵାରା ଶରୀରକୁ ଏକ ନୂତନ ଉଜ୍ଜା ମଧ୍ୟ ମିଳିଥାଏ । ଏହା ସହିତ ଘରେ ସୁଖ ଶାନ୍ତି ଆସିଥାଏ । ଏହା କରିବା ଦ୍ଵାରା ଘରେ କେବେ ବି ଦରିଦ୍ରତାର ବାସ ହୋଇ ନଥାଏ । ସୁଖ ଶାନ୍ତିରେ ଜୀବନ କଟିଥାଏ ।

୩. ଶାସ୍ତ୍ରରେ ଉଲ୍ଲେଖ ରହିଛି କି ଯେଉଁ ଘରେ ଖାଦ୍ଯର ଅନାଦାର ହୋଇଥାଏ ସେହି ଘରେ କେବେ ବି ଖୁସି ଆସି ନଥାଏ ଓ ସବୁବେଳେ ଟଙ୍କା ପଇସାର ଅଭାବ ଲାଗି ରହିଥାଏ । ତେଣୁ ଖାଦ୍ୟ ଖାଇବା ପରେ ଭୁଲରେ ବି ଅଇଁଠା ଥାଳିରେ ହାତ କେବେ ହେଲେ ଧୁଅନ୍ତୁ ନାହିଁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଓ ଘରେ ପ୍ରବେଶ କରନ୍ତି ନାହିଁ ।

ଥିପାଇଁ ଖାଇବା ପୂର୍ବରୁ ହାତ ଭଲ ଭାବେ ଧୋଇ ନିଅନ୍ତୁ ଓ ଭଗବାନଙ୍କୁ ସ୍ମରଣ କରି ଭୋଜନ କରନ୍ତୁ । ଭୋଜନ କରି ସାରିବା ପରେ ଅଲଗା ସ୍ଥାନରେ ହାତ ଧୁଅନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ଭୋଜନ କରିବା ପୂର୍ବରୁ କରନ୍ତୁ ଏହି ୩ ଟି କାମ ଦେଖିବେ ଆପଣଙ୍କ ଘରେ କେବେ ବି ଧନର ଅଭାବ ରହିବ ନାହିଁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *