ଜାଣନ୍ତୁ ଯେତେବେଳେ ଭଗବାନ ରାମଙ୍କ ଠାରୁ ନ୍ୟାୟ ମାଗିବାକୁ ଆସିଲା ଏକ ଆହତ କୁକୁର, ଆଉ ତା ପରେ ଯାହା ହେଲା

ଆଜି ଆମେ ଆପଣଙ୍କୁ ଶ୍ରୀରାମଙ୍କ ସହ ଜଡିତ ଏକ ଅଦ୍ଭୁତ କାହାଣୀ କହିବୁ । ଏହି କାହାଣୀରେ ଆମେ ଜାଣିବା କି ପ୍ରଭୁ ଶ୍ରୀରାମ କେଉଁଭଳି ଭାବରେ ଏକ କୁକୁର ଠାରୁ ନ୍ୟାୟ କରିବାର ଉପାୟ ଜାଣିଲେ । କାହିବାକୁ ଗଲେ ସମସ୍ତେ ରାମରାଜ୍ୟ ବିଷୟରେ ଶୁଣିଛନ୍ତି । ଯେମିତି କି ସମସ୍ତେ ଜାଣିଛନ୍ତି କି ଭଗବାନ ଶ୍ରୀ ରାମ ରାବଣର ବଦ୍ଧ କରିଥିଲେ । ଏହା ପରେ ଶ୍ରୀରାମ ନିଜ ରାଜ୍ୟ ଅଯୋଧ୍ୟାକୁ ଫେରିଆସି ପାଖପାଖି ୧୧୦୦ ବର୍ଷ ପର୍ଯ୍ୟନ୍ତ ଅଯୋଧ୍ୟାରେ ରାଜ କରିଥିଲେ ଓ ଏହି ସମୟକୁ ରାମରାଜ୍ୟ କୁହାଯାଉଥିଲା ।

କିନ୍ତୁ ବହୁତ କମ ଲୋକ ଏହା ଜାଣିଛନ୍ତି କି ରାମରାଜ୍ୟରେ ମନୁଷ୍ୟ ସହିତ ପଶୁମାନଙ୍କୁ ବି ପୁରା ନ୍ୟାୟ ଦିଆ ଯାଉଥିଲା । ଯେତେବେଳେ ରାମ ନିଜ ରାଜ୍ୟରେ ଶାସନ କରୁଥିଲେ ତେବେ ସେହି ସମୟରେ ଗୋଟିଏ କୁକୁର ରାମଙ୍କ ସମ୍ମୁକ୍ଷରେ ଆସି ନିଜର ଦୁଃଖଭରା କାହାଣୀ କହିଲା । ଏହା ପରେ ସେହି କୁକୁରକୁ ଏମିତି ନ୍ୟାୟ ମିଳିଲା ଯେମିତି ସେ ଚାହୁଁଥିଲା ।

ଥରେ ଶ୍ରୀ ରାମ ନିଜ ଦରବାରରେ ବସିଥିଲେ ଓ ଯେତେବେଳେ ସବୁ ବ୍ୟାୟର ପ୍ରକ୍ରିୟା ସମାପ୍ତ ହୋଇଗଲା ତେବେ ଶ୍ରୀ ରାମ ଲକ୍ଷ୍ମଣଙ୍କୁ କହିଲେ କି ବାହାରକୁ ଯାଇ ଦେଖ ଅନ୍ୟ କେହି ବ୍ୟକ୍ତି ନ୍ୟାୟ ପାଇଁ ଅପେକ୍ଷା କରିଛି କି । ଏହା ପରେ ଲକ୍ଷ୍ମଣ ବାହାରକୁ ଯାଇ ଦେଖିଲେ ତ ତାଙ୍କୁ କୌଣସି ବି ବ୍ୟକ୍ତି ନଜର ଆସିଲା ନାହିଁ । କିନ୍ତୁ ତାଙ୍କୁ କେବଳ ଗୋଟିଏ କୁକୁର ନଜର ଆସିଲା । ଏହା ପରେ ଲକ୍ଷ୍ମଣ ଫେରି ଆସି ରାମଙ୍କୁ କହିଲେ କି କୌଣସି ବ୍ୟକ୍ତି ବାହାରେ ନାହାନ୍ତି ।

କିନ୍ତୁ ଶ୍ରୀରାମ ପୁଣି ଥରେ ଲକ୍ଷ୍ମଣଙ୍କୁ କହିଲେ କି ବାହାରେ କେହି ନା କେହି ଜଣେ ଅଛି । ତୁମେ ପୁଣିଥର ଦେଖିବାକୁ ଯାଅ । ତେବେ ଲକ୍ଷ୍ମଣ ଦେଖିଲେ କି ଗୋଟିଏ ଆଘାତ ପ୍ରାପ୍ତ କୁକୁର ରାଜଦରବାରରେ ଆସି ଭୋକୁ ଥିଲା । ଏହା ପରେ ଲକ୍ଷ୍ମଣ ରାମଙ୍କ ଆଜ୍ଞା ପାଇ କୁକୁରକୁ ରାଜଦରବାରକୁ ଡାକିଲେ । ଏହା ପରେ କୁକୁରଟି କହିଲା କି ଜଣେ ସ୍ଵାର୍ଥସିଦ୍ଧ ନାମକ ବ୍ରାହ୍ମଣ ଯିଏକି ଗରିବ ଅଟେ ସେ ମୋତେ ମାରି କ୍ଷତାକ୍ତ କରିଦେଇଛନ୍ତି ।

ଯେତେବେଳେ କି ମୋର କୌଣସି ବି ଦୋଷ ନ ଥିଲା । ଏହା ପରେ ପ୍ରଭୁ ଶ୍ରୀରାମ କୁକୁରର କଥା ଶୁଣି ସେହି ବ୍ରାହ୍ମଣକୁ ନିଜ ଦରବାରକୁ ଡାକିଲେ ଓ ଏହା ପରେ ପ୍ରଭୁ ଶ୍ରୀ ରାମ ବ୍ରାହ୍ମଣଙ୍କୁ କୁକୁରକୁ ଆଘାତ ପହଞ୍ଚାଇବାର କାରଣ ପଚାରିଲେ । ତେବେ ବ୍ରାହ୍ମଣ ଜଣକ କହିଲେ କି, ହେ ଭଗବାନ କାଲି ମୋର ଭିକ୍ଷା ମାଗିବା ପାଇଁ ବିଳମ୍ବ ହୋଇ ଯାଇଥିଲା । ଏହି କାରଣରୁ ଯେଉଁ ବ୍ୟକ୍ତି ପାଖକୁ ମୁଁ ଯାଉଥିଲି ସେ ମୋତେ ଭିକ୍ଷା ଦେଉ ନ ଥିଲେ ଓ ଏହି ସମୟରେ ଏହି କୁକୁରଟି ମୋର ଆଗ ପଛରେ ଘୂରିବୁଲି ଭୂକୁ ଥିଲା ।

ସେଥିପାଇଁ ମୁଁ ରାଗି ଯାଇ ଏହି କୁକୁରକୁ ମାରିଲି । ବ୍ରାହ୍ମଣ ଜଣକ ଆଗକୁ କହିଲେ କି ହଁ ମୁଁ ଜାଣିଛି କି ମୋ ଦ୍ଵାରା ଏହି ଭୁଲ ହୋଇଛି ଓ ମୋର ଏହି ଭୁଲ ପାଇଁ ଆପଣ ଯାହା ବି ଦଣ୍ଡ ଦେବେ ମୁଁ ତାକୁ ସ୍ଵୀକାର କରିବି । ତେବେ ରାମ ଚିନ୍ତିତ ହୋଇଗଲେ କାରଣ ଏକ ବ୍ରାହ୍ମଣ ଭିକ୍ଷୁକକୁ ଶାରୀରିକ ଦଣ୍ଡ ଦିଆଯାଇ ପାରିବ ନାହିଁ । ଏହା ପରେ ସେହି କୁକୁରଟି ପ୍ରଭୁ ଶ୍ରୀରାମଙ୍କୁ କହିଲା କି ଆପଣ ଏହି ବ୍ରାହ୍ମଣଙ୍କୁ ମୋ ଇଚ୍ଛା ଅନୁସାରେ ଦଣ୍ଡ ଦିଅନ୍ତୁ ।

ଏହା ପରେ କୁକୁରଟି କହିଲା କି ଏହି ବ୍ରାହ୍ମଣଙ୍କୁ ଏକ ଏମିତି ମଠ ଅଛି ଯାହା ବିଷୟରେ ମୁଁ ଜାଣିଛି, ସେହି ମଠର ମହନ୍ତ କରି ଦିଅନ୍ତୁ । ଏହା ପରେ ଶ୍ରୀ ରାମ ସେହି ବ୍ରାହ୍ମଣକୁ ସେହି ମଠର ମହନ୍ତ କରିଦେଲେ । କିନ୍ତୁ ଦରବାରରେ ବସିଥିବା ସମସ୍ତେ ଏହି ଆଦେଶକୁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ସମସ୍ତେ ଓ ସ୍ଵୟଂ ପ୍ରଭୁ ଶ୍ରୀ ରାମ କୁକୁରକୁ ଏହା ପଛର କାରଣ ପଚାରିଲେ । ତେବେ କୁକୁରଟି କହିଲା ଭଗବାନ ଗତ ଜନ୍ମରେ ମୁଁ ଗୋଟିଏ ମଠର ମହନ୍ତ ଥିଲି ଓ ଲୋକମାନଙ୍କ ବହୁତ ସେବା କରୁଥିଲି ଓ ଏହି କାରଣରୁ ଲୋକମାନେ ମୋତେ ସମ୍ମାନ ଦେବାକୁ ଲାଗିଲେ ।

ଏହା ପରେ ଧୀରେ ଧୀରେ ମୋର ଗର୍ବ ହୋଇଗଲା ଓ ଧୀରେ ଧୀରେ ସମସ୍ତେ ମୋ ଉପରେ ଅସନ୍ତୋଷ ହେବାକୁ ଲାଗିଲେ । ଯେଉଁ କାରଣରୁ ଏହି ଜନ୍ମରେ ମୋତେ କୁକୁର ଜନ୍ମ ମିଳିଛି ଓ ଯେଉଁ କାରଣରୁ ମୋତେ ମୋର ଖାଦ୍ୟ ପାଇଁ ଏଠି ସେଠି ବୁଲିବାକୁ ପଡୁଛି । ସେଥିପାଇଁ ମୁଁ ଏହି ବ୍ରାହ୍ମଣକୁ ସେହି ମଠର ମହନ୍ତ କରିଦେଲି ଓ ଚିନ୍ତା କରନ୍ତୁ ଏହି ଜନ୍ମରେ ଯଦି ସେ ଏତେ ରାଗୀ ଅଟେ କି ଆସନ୍ତା ଜନ୍ମରେ ବ୍ରାହ୍ମଣକୁ ମୋ ଭଳି କୁକୁର ଜନ୍ମ ତ ନିଶ୍ଚିତ ମିଳିବ । ଏହିଭଳି ଥିଲା ସେହି କୁକୁରର ନ୍ୟାୟ ଯାହାକୁ ରାମ ଦରବାରରେ ସମସ୍ତେ ଦେଖିଲେ । ଆଗକୁ ଏମିତି ଅନେକ ତଥ୍ୟପୂର୍ଣ୍ଣ ଲେଖାସବୁ ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *