ଭାରତରେ ଅନଲକ-୪ର ସମୟ ସୀମା ବର୍ତ୍ତମାନ ସାରିବାକୁ ଯାଉଛି । ୧ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବହୁତ ସାରା ସୁବିଧା ଭାରତରେ ଜାରି କରା ଯାଇଥିଲା । କେନ୍ଦ୍ର ସରକାର ମେଟ୍ରୋ ସେବା ଆରମ୍ଭ କରିବା ପାଇଁ ଏବଂ କିଛି ସ୍ଥାନରେ ୯ମ ଶ୍ରେଣୀରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ସେବା ଖୋଲିବାର ଅନୁମତି ଦେଇ ସାରିଛନ୍ତି । ୧ ଅକ୍ଟୋବରରୁ ଅନଲକ-୫ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତ ହେଉଥିବା ଗାଇଡ ଲାଇନ ଅନ୍ତିମ ଚରଣରେ ଅଛି ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ସପ୍ତାହରେ କରୋନା ସ୍ଥିତିକୁ ନଜରରେ ରଖି ସବୁଠାରୁ ଅଧିକ ପ୍ରଭାବିତ ସାତଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବର୍ଚୁଆଲି କଥା ବାର୍ତ୍ତା କରିଥିଲେ । ମୋଦୀ ଚାହୁଁଛନ୍ତି ରାଜ୍ୟ ‘ମାଇକ୍ରୋ କଣ୍ଟେନମେଣ୍ଟ’ ଜୋନରେ କାମ କରନ୍ତୁ । ଏହି ବର୍ଷର ପର୍ବ ପର୍ବାଣି ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହି ଦୃଷ୍ଟିରୁ କେନ୍ଦ୍ର ସରକାର ଅନଲକ-୫ ରେ ଏହାର ବ୍ୟବସ୍ତା କରିପାରନ୍ତି ।
ଆର୍ଥିକ ଗତିବିଧିରେ ଅଧିକ ସୁବିଧା ମିଳିବାର ସମ୍ଭାବନା

ଗୃହ ମନ୍ତ୍ରାଳୟ ଅନଲକ କାରଣରୁ ଚରଣବଦ୍ଧ ଉପାୟରେ ମଲ, ସେଲୁନ, ରେଷ୍ଟୁରେଣ୍ଟ ଏବଂ ଜିମ ଆଦି ସାର୍ବଜନୀନ ସ୍ଥଳକୁ ଖୋଲିବାର ଅନୁମତି ଦେଇଥିଲେ । ବିଭିନ୍ନ କମ୍ପାନୀ ଏବଂ ଅଫିସ ମଧ୍ୟ ଖୋଲିବାର ଅନୁମତି ଦିଆଯାଇଛି ହେଲେ ସାମାଜିକ ଦୂରତା ଏବଂ ସାବଧାନ ରହିବା ନିହାତି ଆବଶ୍ୟକ ଅଟେ ।

ଅକ୍ଟୋବର ମାସରୁ ଆର୍ଥିକ ଗତିବିଧି ଉପରେ ଛୁଟକାରା ମିଳିବାର ବହୁତ ସମ୍ଭାବନା ରହିଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପରେ କହିଥିଲେ କଣ୍ଟେନମେଣ୍ଟ ଏବଂ ଲକଡାଉନ ଏମିତି କରାଯାଉ ଯାହା ଦ୍ୱାରା କୋଭିଡ-୧୯ର ପ୍ରସାରକୁ ରୋକା ଯାଇପାରିବ ।
ଦୀର୍ଘ ୬ ମାସ ପରେ ଏବେ ଖୋଲିପାରେ ସିନେମା ହଲ

୨୫ ମାର୍ଚ୍ଚରୁ ଦେଶର ସମସ୍ତ ସିନେମା ହଲ ବନ୍ଦ ରହିଛି । ମଲ୍ଟିଫ୍ଲେକ୍ସ ଆସୋସିଏସନ ବହୁତ ଥର ଆବେଦନ କରିସାରିଛନ୍ତି ହେଲେ ଗୃହମନ୍ତ୍ରାଳୟ କେବଳ ଓପନ ଏୟାର ଥିଏଟରକୁ ଖୋଲିବାର ଅନୁମତି ଦେଇଛନ୍ତି । ପ୍ରସାରଣ ମନ୍ତ୍ରାଳୟର ସଚିବ ଗୃହ ମନ୍ତ୍ରାଳୟକୁ ସିନେମା ହଲର ସିଟିଙ୍ଗ ଫର୍ମୁଲା ପଠାଇଥିଲେ । ଫର୍ମୁଲା ଦୃଷ୍ଟିରୁ ଗୋଟେ ସିଟ ଛାଡି ଅନ୍ୟ ଗୋଟେ ସିଟରେ ଲୋକ ବସି ପାରିବେ ଯାହା ଦ୍ଵାରା ସାମାଜିକ ଦୂରତା ନିୟନ୍ତ୍ରଣ ରହିବ । ଶନିବାର ୧ ଅକ୍ଟୋବରରୁ ପଶ୍ଚିମବଙ୍ଗ ସରକାର ସିନେମା ହଲ ଖୋଲିବାର ଅନୁମତି ଦେଇ ସାରିଛନ୍ତି ।
ଟୁରିଜିମ ସେକ୍ଟରକୁ ଖୋଲାଯିବାର ଅନୁମତି ମିଳିପାରେ

କରୋନା ଭାଇରସ ଦ୍ଵାରା ପ୍ରଭାବିତ ସମସ୍ତ ସେକ୍ଟର ମଧ୍ୟରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଟୁରିଜିମ ସେକ୍ଟର । ଏହି କିଛି ଦିନ ହେବ ତାଜମହଲ ସମେତ କିଛିଟା ପର୍ଯ୍ୟଟନ ସ୍ଥଳକୁ ଖୋଲାଯାଇଛି । ଅନଲକ-୫ ରେ ଟୁରିଜିମ ସେକ୍ଟର ଖୋଲା ଯାଇପାରେ । କରୋନା ଭାଇରସର ଭୟରେ ବର୍ତ୍ତମାନ ପର୍ଯ୍ୟଟକ ମାନେ ସେହି ସବୁ ସ୍ଥାନକୁ ଯିବା ପାଇଁ ଭୟ କରୁଛନ୍ତି, ହେଲେ ଉତ୍ତରାଖଣ୍ଡ ସରକାର ଏହାର ଆବଶ୍ୟକତାକୁ ଶେଷ କରିଦେଇଛନ୍ତି ।
ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

