ଏହି ସଙ୍କଟ ସମୟରେ ଶୋନୁ ସୂଦ ଗରିବ ଲୋକମାନଙ୍କର ଯେତେ ସାହାର୍ଯ୍ୟ କରିଛନ୍ତି ତାଙ୍କର ଯେତେ ପ୍ରଶଂସା କରିଲେ ମଧ୍ୟ କମ ପଡିଯାଉଛି । ଅଭିନେତା ଶୋନୁ ସୂଦ ତିନି ମାସ ହେବ ଗରିବ ଲୋକମାନଙ୍କର ସାହାର୍ଯ୍ୟ କରୁଛନ୍ତି । ବର୍ତ୍ତମାନର ସମୟରେ ମଧ୍ୟ ଶୋନୁ ଲଗାତାର ଲୋକମାନଙ୍କର ସାହାର୍ଯ୍ୟ କରୁଥିବାର ନଜର ଆସୁଛନ୍ତି । ସର୍ବ ପ୍ରଥମେ ଶୋନୁ ସୂଦ ପ୍ରବାସୀ ଶ୍ରମିକ ମାନଙ୍କର ସାହାର୍ଯ୍ୟ କରିଥିଲେ ।
ବିଦେଶରେ ଫସି ଯାଇଥିବା ଲୋକ ମାନଙ୍କୁ ନିଜ ଘରକୁ ପଠାଇଲେ । ଲଗାତାର ଲୋକମାନେ ସୋସିଆଲ ମିଡିଆରେ ସହାୟତା ମାଗିଥାନ୍ତି ଯେଉଁ ମାନଙ୍କ ସାହାର୍ଯ୍ୟ କରିବା ପାଇଁ ଶୋନୁ ସୂଦ ସର୍ବଦା ପ୍ରସ୍ତୁତ ଥାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଶୋନୁ ସୂଦଙ୍କର ଅନ୍ୟ ଏକ ସହାୟତାକୁ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ସମସ୍ତେ ଏହି ଖବର ବିଷୟରେ ଜାଣି ଶୋନୁ ସୂଦଙ୍କର ପ୍ରଶଂସା କରୁଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ବାତ୍ୟାରେ ଭାଙ୍ଗିଗଲା ଘର, ଭିଜିଗଲା ବହି
ସୋସିଆଲ ମିଡିଆରେ ବର୍ତ୍ତମାନ ବାତ୍ୟାରେ ପୀଡିତ ଏକ ପିଲା ର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ସଫା ସାଫା ଦେଖା ଯାଉଛି ଯେ ବାତ୍ୟା କାରଣରୁ ଏକ ଝିଅର ଘର ଉଜୁଡି ଯାଇଛି ଓ ତାର ବହି ଗୁଡିକ ମଧ୍ୟ ଭିଜି ଯାଇଛି । ଏହି ଭିଡିଓରେ ଝିଅଟି ନିଜ ବହିକୁ ଦେଖି ବହୁତ କାନ୍ଦୁଛି । ଟ୍ବିଟର ୟୁଜର ମୁକେଶ ଚନ୍ଦ୍ରକର ଏହି ଭିଡିଓକୁ ସେୟାର କରିଛନ୍ତି ।
ସେ ଏହି ଭିଡିଓକୁ ସେୟାର କରି ଲେଖିଥିଲେ ଯେ, ‘୧୫-୧୬ ଅଗଷ୍ଟରେ ଆସିଥିବା ବାତ୍ୟା ଦ୍ଵାରା ଅଞ୍ଜଳିର ଘର ସମ୍ପୂର୍ଣ ଭାଙ୍ଗିଯାଇଛି । ଏହାଦ୍ବାରା ଏହି ଆଦିବାସୀ ଝିଅର ବହି ଗୁଡିକ ମଧ୍ୟ ଭିଜି ଯାଇଥିଲା । ଯାହା ଫଳରେ ଏହି ଝିଅଟି କାନ୍ଦୁଥିଲା । ଆଜି ପ୍ରଥମ ଥର ପାଇଁ ଏକ ଆଦିବାସୀ ପିଲାର ବହି ପ୍ରତି ଏତେ ପ୍ରେମ ଦେଖିଲି’ ।
15-16 अगस्त की दरम्यानी रात आये बाढ़ में अंजली का घर लगभग जमींदोज हो गया। नेस्तानाबूद हुए घर को देखकर तो नहीं मगर बांस की बनी टोकरी में रखी हुईं अपनी भीगी हुई पुस्तकों को देख इस आदिवासी बच्ची के आंखों में आंसू आ गए। किसी आदिवासी बच्ची में ऐसा पुस्तक प्रेम मैंने पहली दफे देखा। pic.twitter.com/RhDY48h9kJ
— Mukesh Chandrakar (@MukeshChandrak9) August 18, 2020
ଶୋନୁ ସୂଦ ଆଦିବାସୀ ଝିଅର ସାହାର୍ଯ୍ୟ କରିବା ପାଇଁ କରିଲେ ଘୋଷଣା
ଅଭିନେତା ଶୋନୁ ସୂଦ ଯେତେବେଳେ ଏହି ଭିଡିଓ ଦେଖିଲେ ସେତେବେଳେ ସେ ଟ୍ବିଟ କରି କହିଲେ, ‘ଲୁହ ପୋଛିନିଅ ଭଉଣୀ, ବହି ନୂଆ ଆସିବ ଓ ଘର ମଧ୍ୟ ନୂଆ ହେବ’ । ସୋସିଆଲ ମିଡିଆରେ ଏହି ଆଦିବାସୀ ଝିଅର ଭିଡିଓ ଓ ଶୋନୁ ସୂଦଙ୍କର ଟ୍ବିଟ ବହୁତ ମାତ୍ରାରେ ଭାଇରାଲ ହେଉଛି ।
आंसू पोंछ ले बहन…
किताबें भी नयीं होंगी..
घर भी नया होगा। https://t.co/crLh48yCLr— sonu sood (@SonuSood) August 19, 2020
ଏହା ପୂର୍ବରୁ ଶୋନୁ ସୂଦ ଦୁଇଟି ପିଲାଙ୍କୁ ସ୍କୁଲରେ ଆଡମିସନ ମଧ୍ୟ କରାଇ ଥିଲେ
ଅଭିନେତା ଶୋନୁ ସୂଦ ଲୋକମାନଙ୍କ ସାହାର୍ଯ୍ୟ କରିବା ପାଇଁ ପ୍ରାୟ ଅଧିକାଂଶ ସମୟ ଚର୍ଚାରେ ରହୁଛନ୍ତି । ଜଣେ ଲୋକ ନିଜର ଦୁଇଟି ଝିଅଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲା । ଏହି ଭିଡିଓରେ ଦୁଇଟି ଝିଅ ଶୋନୁ ସୂଦଙ୍କ ହାତ ଯୋଡି କହୁଥିଲେ, ‘ପ୍ଳିଜ ସାର ସାହାର୍ଯ୍ୟ କରି ଦିଅନ୍ତୁ’ ।
https://twitter.com/Mohammedshannus/status/1295413091711070208?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1295608710564216832%7Ctwgr%5E&ref_url=https%3A%2F%2Fwww.newstrend.news%2F386728%2Fsonu-sood-tweet-to-help-the-tribal-girl-who-lost-home-in-floods%2F
ଏହି ଝିଅ ମାନଙ୍କର ପିତା ଭିଡିଓ ସେୟାର କରି ଲେଖିଥିଲେ ‘ମୋର ନାମ ହେଉଛି ମହମ୍ମଦ ସାନୁ, ମୁ ବହୁତ ଗରିବ ଲୋକ, ମୋ ଘରର ଅବସ୍ତା ବହୁତ ଖରାପ ମତେ ଦୁଇଜଣ ପିଲାଙ୍କର ସ୍କୁଲ ଫିସ ଦେବାକୁ ହେବ, ହେଲେ ମୋ ପାଖରେ ଟଙ୍କା ନାହିଁ, ମୋ ପିଲା ମାନଙ୍କ ପାଠ ପଢା ପାଇଁ ସାହାର୍ଯ୍ୟ କରନ୍ତୁ ସାର ପ୍ଳିଜ’ । ଏହାପରେ ଶୋନୁ ସୂଦ ଏହି ଭିଡିଓର ରିଆକ୍ସନ ଦେଇ ଲେଖିଥିଲେ, ; ‘ଆପଣଙ୍କ ଦୁଇଟି ଛୁଆଙ୍କର ସ୍କୁଲ ଆଡ୍ମିସନ ହୋଇ ସାରିଛି । ଝିଅଙ୍କୁ ବଞ୍ଚାଅ ଓ ଝିଅଙ୍କୁ ପଢାଅ ।