କୌଣସି ଜିନିଷକୁ ପାଇବା ପାଇଁ ହେଲେ ବହୁତ କଷ୍ଟ ଓ ସଂଘର୍ଷ କରିବାକୁ ହୋଇଥାଏ । ଏଥିପାଇଁ ସାହସ ଅଧିକ ଥିବା ଆବଶ୍ୟକ । ଏହାର ଏକ ଉଦାହରଣ ହେଉଛନ୍ତି ଆଇଏଏସ ଅଧିକାରୀ ଆରତୀ ଡୋଗରା । ଏହି ମହିଳା ଜଣକଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । କରୋନା ସଙ୍କଟରେ ସେ ଯେଉଁ ଭଳି ତାଙ୍କ କାମରେ ଲାଗିଛନ୍ତି, ସେହି କାମ ଦେଖି ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି ।
ଲୋକମାନେ ଉଡାଇ ଥିଲେ ମଜାକ
ଆରତୀ ଡୋଗରାଙ୍କ ଅନୁସାରେ ତାଙ୍କର ଉଚ୍ଚତା ବହୁତ କମ । ସେଥିପାଇଁ ଲୋକମାନେ ତାଙ୍କର ବହୁତ ମଜାକ ଉଡ଼ାଉ ଥିଲେ । ସେହି ପରି କଠିନ ସମୟରେ ତାଙ୍କ ପରିବାର ଲୋକ ଆରତୀଙ୍କୁ ବହୁତ ସହାୟତା କରିଥିଲେ । ପାଠ ପଢା ସହ ଖେଳ କୁଦରେ ମଧ୍ୟ ଆରତୀ ବହୁତ ଭଲ ପଦର୍ଶନ କରିଥିଲେ ।
ଏପରିକି ସେ ଘୋଡା ସବାରି ମଧ୍ୟ କରିପାରନ୍ତି । ଦିଲ୍ଲୀର ପ୍ରତିଷ୍ଠିତ ମହିଳା ଶ୍ରୀରାମ କଲେଜରେ ଆରତୀ ଅର୍ଥଶାସ୍ତ୍ରରେ ଗ୍ରାଜୁଏସନ କରିଛନ୍ତି । ଏହା ସହ ଆରତୀ ଛାତ୍ର ରାଜନୀତିରେ ମଧ୍ୟ ଅଂଶ ଗ୍ରହଣ କରି ଜିତିଛନ୍ତି । ଆରତିଙ୍କୁ କେବେ ପ୍ରଶାସନର ଅଂଶ ହେବାକୁ ପଡିବ ବୋଲି ସେ କେବେ ବି ଭାବି ନଥିଲେ, ହେଲେ ତାଙ୍କୁ ଏକ ଆଇଏଏସ ଅଫିସରଙ୍କ ଠାରୁ ପ୍ରେରଣା ମିଳିଥିଲା ।
ପ୍ରଥମ ପ୍ରୟାସରେ ସଫଳତା
ପ୍ରଥମେ ଆରତୀ ସିଭିଲ ସେବା ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ଏଥିରେ ତାଙ୍କୁ ସଫଳତା ମଧ୍ୟ ମିଳିଥିଲା । ୨୦୦୬ରେ ସେ ନିଜର ପ୍ରଥମ ପ୍ରୟାସରେ ଆଇଏଏସ ଇଣ୍ଟରଭ୍ୟୁକୁ ପାସ କରିଥିଲେ । ଆରତୀ ବର୍ତ୍ତମାନ ଆଜମେର ର ଜିଲ୍ଲା ଅଧିକାରୀ ଅଟନ୍ତି । ଏହା ପୂର୍ବରୁ ସେ ରାଜସ୍ଥାନର ବୀକାନେର ଓ ବୁନ୍ଦି ଜିଲ୍ଲାରେ କଲେକ୍ଟର ରୂପରେ ସେବା ଦେଇସାରିଛନ୍ତି । ତାଙ୍କ କାମର ଚର୍ଚା ସବୁ ସ୍ଥାନରେ ହେଉଛି । ସେ ବଙ୍କୋ ବିକାଣୋ ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅନୁଯାଇ ଲୋକ ମାନଙ୍କୁ ଖୋଲାରେ ଶୌଚ ନ କରିବା ପାଇଁ ପ୍ରେରିତ କରା ଯାଉଛି । ୧୯୫ ଗ୍ରାମରେ ଏହି ଅଭିଯାନକୁ ସଫଳତା ମିଳି ସାରିଛି । ଏହି ଅଭିଯାନ ପାଇଁ ଆରତୀଙ୍କୁ ବହୁତ ସମ୍ମାନ ମିଳିଛି ।
ଆରତିଙ୍କ ଚର୍ଚା ସବୁ ସ୍ଥାନରେ
ଆରତୀଙ୍କ ଉଚ୍ଚତା ହେଉଛି ୩ ଫୁଟ ୬ ଇଞ୍ଚ । ହେଲେ ସେ ନିଜ କଷ୍ଟରେ ବର୍ତ୍ତମାନ ଜଣେ ଆଇଏଏସ ଅଧିକାରୀ ରୂପେ ପରିଚିତ । ଏଥିପାଇଁ ଆରତୀ ବହୁତ ଚର୍ଚାରେ ଅଛନ୍ତି । ସମସ୍ତ ପ୍ରକାରର ସରକାରୀ କାମ ଆରତି କରିସାରିଛନ୍ତି । ଏମିତିକି ପୂର୍ବ ରାଷ୍ଟ୍ରପତି ଏପିଜି ଅବଦୁଲ କାଲାମ ମଧ୍ୟ ଆରତୀଙ୍କ ପ୍ରଶଂସା କରିଛନ୍ତି । ଆରତୀ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ରାଷ୍ଟ୍ରୀୟ ପୁରସ୍କାର ପାଇ ସାରିଛନ୍ତି । ଆରତୀ ସମାଜକୁ ବଦଳାଇବା ପାଇଁ ବହୁତ କଷ୍ଟ କରିସାରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନିଜେ ତାଙ୍କର ପ୍ରଶଂସା କରି ସାରିଛନ୍ତି । ଆରତୀ ପ୍ରମାଣ କରିଛନ୍ତି, ସ୍ଵପ୍ନକୁ ସାକାର କରିବା ପାଇଁ ଉଚ୍ଚତାର ଅବଶ୍ୟକତା ନଥାଏ ।
ଆଶା କରୁଛୁ ଆମର ଏହି ଲେଖାଟି ସମସ୍ତଙ୍କୁ ନିଶ୍ଚୟ କିଛି ପ୍ରେରଣା ଯୋଗାଇବ । ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହିପରି ଦେଶ ଦୁନିଆର ଅପଡେଟ ପାଇବା ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ