ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସୋସିଆଲ ମିଡିଆରେ ଗୀତ ଗାଇ ଭାଇରାଲ ହୋଇ ଏବେ ଗୋଟେ ପରେ ଗୋଟେ ଗୀତ ଗାଇ ଦର୍ଶକଙ୍କ ମନକୁ ଜିତୁଥିବା ସସ୍ମିତା ଜେନା । ସସ୍ମିତା ତାଙ୍କ ଜୀବନରେ ଅନେକ କଷ୍ଟକୁ ଦେଖି ବଢିଛନ୍ତି କିନ୍ତୁ କେବେ ନିରାଶକୁ ମନ ମଧ୍ୟକୁ ଆସିବାକୁ ଦେଇନଥିଲେ । ତେଣୁ କରି ଆଜି ସେ ସଫଳତାର ପାହାଚକୁ ଛୁଇଁ ପାରିଛନ୍ତି ।
ଭାଇରାଲ ସସ୍ମିତା ସପ୍ତମ ଶ୍ରେଣୀ ଯାଏ ପାଠ ପଢିଛନ୍ତି କିନ୍ତୁ ବିବାହ ପରେ ତାଙ୍କୁ କୁନି ଝିଅକୁ ପୋଷିବା ପାଇଁ ଭିକ୍ଷାବୃତ୍ତି କରିବାକୁ ପଡିଥିଲା । ମାତ୍ର ତାଙ୍କର ଗୋଟିଏ ଗୀତ ଦେଖି ଲୋକେ ତାଙ୍କୁ ଖୋଜି ଖୋଜି ପହଞ୍ଚିଥିଲେ । ପରେ ତାଙ୍କର ପ୍ରଥମ ଗୀତ ” ଦାଗ ଯେମିତି ରହିଛି ଜହ୍ନ ରେ” ଗୀତଟି ରିଲିସ୍ ହୋଇଥିଲା ଯାହାକୁ ଲୋକେ ବହୁତ ଭଲ ପାଇବା ଦେଇଥିଲେ ।
ଏବେ ତାଙ୍କର ଏକ ସମ୍ବଲପୁରୀ ଗୀତର ସୁଟିଙ୍ଗ ସରିଛି ଏବଂ ଖୁବ୍ ଶୀଘ୍ର ତାହା ରିଲିସ ହେବ । ଏହି ଗୀତକୁ ନେଇ ସସ୍ମିତା ବହୁତ ଖୁସି ପ୍ରକାଶ କରି କହିଛନ୍ତି ମୁଁ ଓଡିଆ ହେଇକି ସମ୍ବଲପୁରୀ ଗୀତ ଗାଇବାରେ ବହୁତ ଭଲ ଲାଗିଲା । ଏହି ଗୀତ ସସ୍ମିତାଙ୍କ ହୃଦୟର ଅତି ନିକତର ଅଟେ । କାରଣ ଏହି ଗୀତ ସସ୍ମିତାଙ୍କ ଜୀବନ ଚରିତ୍ରକୁ ନେଇ ହେଇଛି ।
“ଗରିବ ଘରର ମୁହି ଗୁଡିଆ ରାଣୀ “ଗୀତ ଖୁବ୍ ଶୀଘ୍ର ରିଲିସ୍ ହେବ । ଏହି ଗୀତ ସସ୍ମିତାଙ୍କ ଜୀବନଗତି ଓ ସଫଳତାର ଯାତ୍ରାକୁ ଦର୍ଶାଇବ । ସସ୍ମିତାଙ୍କର ଅସୀମ ପଣ୍ଡା ମ୍ୟାଡମଙ୍କ ସହ ଗୀତ ଗାଇବାକୁ ବହୁତ ଇଛା ରହିଛି । ଏହା ହେଉଛି ତାଙ୍କର ଷଷ୍ଟ ଗୀତ ଅନେକ ବଡ ବଡ ସିଙ୍ଗରଙ୍କ ସହ ଗୀତ ଗାଇବାକୁ ସୁଯୋଗ ମିଳିବାରୁ ସସ୍ମିତ ବହୁତ ଖୁସି ।
ଘରଲୋକମାନେ ମଧ୍ୟ ସସ୍ମିତାକୁ ସହଯୋଗ କରୁଛନ୍ତି ତୁ ଆଗକୁ ବଢେ ଆମେ ତୋ ସହିତ ଅଛୁ । ସତରେ ସସ୍ମିତା ହେଉଛନ୍ତି ଗରିବ ଘରର ଗୁଡିଆରାଣୀ ଅନ୍ଧାରକୁ ଚିରି ଆଲୁଅ ଆଡକୁ ଯାତ୍ରା କରିଥିବା ଏକ ବିଜୟୀ ରାଣୀ ଅଟନ୍ତି । ଆଶା କରୁଛି ଆପଣମାନେ ଏଭଳି ଭଲ ପାଇବା ଦେବେ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।