ମହାଦେବ ଭୋଳାନାଥକୁ ପାଣି ଢାଳିବା ପାଇଁ ଯାଇଥିଲେ ମହିଳା କାଉଡିଆ, ପାଣି ଢାଳିଲା ବେଳେ ଘଟିଲା ଏଭଳି ଅଘଟଣ….

ନମସ୍କାର ବନ୍ଧୁଗଣ ।  ସୂଚନା ମୁତାବକ ଶ୍ରାବଣମାସରେ ଘଟିଲା ଅଘଟଣା , ସର୍ପଘାତରେ ଚାଲିଗଲା ମହିଳା କାଉଡିଆଙ୍କ ଜୀବନ । ଶ୍ରାବଣ ମାସରେ ପବିତ୍ର ଓ ମହାଦେବ ଭୋଳାନାଥଙ୍କ ମାସ ଅଟେ । ଏହି ମାସରେ ଭକ୍ତ କାଉଡିଆମାନଙ୍କର ଭିଡ ଲାଗିଥାଏ ଶିବଲୀଙ୍ଗରେ ଜଳ ଅଭିଷେକ କରିବା ପାଇଁ  ଲୋକେ ଆସନ୍ତି । ତେବେ ଏଭଳି ଭାବରେ ଜଣେ ମହିଳା ମହାଦେବଙ୍କ ଶିବଲୀଙ୍ଗରେ ଜଳଅଭିଷେକ କରି ଆସିଲା ବେଳକୁ ଏକ ବିଷଧର ସାପ ଦଂଶିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ଏପରି କାହିଁକି ହେଉଛି ଭକ୍ତମାନଙ୍କ ସହ ଏହି ମାସରେ ଏଭଳି ଘଟିବା ପଛରେ କଣ ରହିଛି କାରଣ ? ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ କାଉଡିଆମାନଙ୍କର ଗହୋଳି ଲାଗିଥାଏ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କଲିକତା  ସହରରେ  ଏବଂ ମୃତକ ଜଣକ ହେଉଛନ୍ତି ଧନତାଲା ଥାନା ବାହିରଗାଛି ଅଞ୍ଚଳର ସରସ୍ଵତୀ ବିଶ୍ଵାସ ।

ସୂଚନା ଅନୁଯାୟୀ ସବୁ କାଉଡିଆଙ୍କ ପରି ଶିବମନ୍ଦିରରେ ପାଣି ଢାଳିବାକୁ ଯାଇ ରାଣାଘାଟ ଥାନା ଅଧିନସ୍ଥ ମୁକୁନ୍ଦପୁର ମନ୍ଦିରରେ ପହଞ୍ଚିଥିଲେ । ପରେ ସେ ଗଙ୍ଗାନଦୀରେ ସ୍ନାନ କରି ସଲଗ୍ନ ମନ୍ଦିରରେ ପାଣି ଢାଳିଥିଲେ । ଏହା ପରେ ତାଙ୍କ ମନସ୍କାମନା ପୂରଣ କରିବା ପାଇଁ ମନ୍ଦିର ପାଖରେ ଥିବା ଗଛରେ ପଥର ବାନ୍ଧିବାକୁ ଯାଇଥିଲେ ମାତ୍ର ସେଥିକି ବେଳେ ଏକ ବିଷାକ୍ତ ସାପ ଆସି ତାଙ୍କ ଗୋଡକୁ ଚୋଟ ମାରିଲା ।

ଚୋଟ ଖାଇବା ସଙ୍ଗେ ସଙ୍ଗେ ସରସ୍ଵତୀ ସେହିସ୍ଥାନରେ ଟଳିପଡିଥିଲେ । ତେବେ ଆଶ୍ଚର୍ଯ୍ୟର ବିଷୟ ଏହା ଥିଲା କି ଚୋଟ ମାରିବା ପରେ ସାପଟି ପୁନର୍ବାର ଗଛ ପାଖକୁ ପଳେଇଯାଇଥିଲା । ତେବେ ଏହାକୁ ଦେଖିଥିବା ସେଠାକାର ସ୍ଥାନୀୟ ଲୋକେ ଭୟଭୀତ ହେଉଛନ୍ତି । ପରେ ସରସ୍ଵତୀଙ୍କ ମୃତ ଦେହକୁ ଉଦ୍ଧାର କରି ଡାକ୍ତର ଖାନାକୁ ନେଇକି ଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ସମ୍ବାଦ ଶୁଣିଥିବା ଘରଲୋକେ କାନ୍ଦି ଫାଟି ପଡ଼ୁଛନ୍ତି ଏବଂ ଅପର ପକ୍ଷ ଘଟଣା ଘଟିଥିବା ସ୍ଥାନରେ କାଉଡିଆମାନେ ଭୟକରୁଛନ୍ତି । କାରଣ ଉପବାସ କରି ପାଣି ଢାଳିବାକୁ ଆସିଥିବା ସରସ୍ଵତୀଙ୍କ ସହ ଏଭଳି ଘଟିବା ଶୋକାକୁଳ ବାର୍ତ୍ତାବାରଣ ସୃଷ୍ଟି କରିଛି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published.