ମୁଁ ବ୍ରାହ୍ମଣ ଘରର ଝିଅ, ଅନ୍ୟ ଜାତିରେ ଭଲ ପାଇଁ ବାହାହୋଇଛି, ମୋ ବାପା ମୋତେ… ଏଭଳି କିଛି କହୁଛନ୍ତି Nilu

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ମୁଁ ଅଜାତିରେ ବାହାହୋଇଛି ବୋଲି ବାପା ମୋତେ କେବେ ବି କିଛି କହିନାହାଁନ୍ତି ” ଏଭଳି କିଛି କହିଛନ୍ତି ଓଡିଆ ସିରିୟାଲ ଅଭିନେତ୍ରୀ ନିଲୁ । ଆପଣ ସମସ୍ତେ ଜାଣିଥିବେ ନିଲୁଙ୍କୁ ତେବେ ସେ ଆଜି ତାଙ୍କ ବାହାଘରକୁ ନେଇ କେତେକ ବିଷୟ କହିଛନ୍ତି । ମୁଁ ବ୍ରାହ୍ମଣ ଘର ଝିଅ କିନ୍ତୁ ମୁଁ ଅନ୍ୟଜାତିର ପୁଅକୁ ଭଲ ପାଇଁ ବିବାହ କରିଛି ।

ଆମ ରୀତିନୀତି ଓ ପରମ୍ପରା ଅନୁସାରେ ବ୍ରାହ୍ମଣ ଘରର ଝିଅ ବ୍ରାହ୍ମଣ ଘରର ପୁଅକୁ ବିବାହ କରିବା ଉଚିତ୍ ହୋଇଥାଏ । ମାତ୍ର ମୁଁ ଅନ୍ୟ ଜାତିର ପୁଅକୁ ବିବାହ କରିବାକୁ ନେଇ ମୋ ବାପା ପଦେ କିଛି ବି କହିନାହାଁନ୍ତି କାରଣ ମୋ ସ୍ଵାମୀ ଏହି ଦୁନିଆରେ ସବୁଠାରୁ ଉତ୍ତମ ସ୍ଵାମୀ ଏବଂ ମୋ ବାପାମା ମଧ୍ୟ ଏଥିରେ ଖୁସି ଅଛନ୍ତି ।

ଲୋକେ କୁହନ୍ତି ବିବାହ ପରେ ବ୍ୟକ୍ତିଗତ ଓ ପାରିବାରିକ ଜୀବନକୁ ସମ୍ଭାଳିବା ଅସମ୍ଭବ  କିନ୍ତୁ ମୋତେ କେବେବି ସେମିତି  ଅନୁଭବ ହେଇନି । ବିବାହ ପରେ ମୁଁ ବହୁତ ଖୁସି ଯେ ଆପଣମାନେ ଦେଖିପାରିବେ ମୁଁ ବିବାହ ପୂର୍ବରୁ ପତଳା ଥିଲି କିନ୍ତୁ ବିବାହ ପରେ ମୋ ସ୍ଵାମୀ ମୋତେ ମଟନ ,ଚିକେନ ଖୁଆଇ ମୋଟା କରିଦେଉଛନ୍ତି ।

ମୋ ସ୍ଵାମୀ ମୋତେ ବହୁତ ସହଯୋଗ କରନ୍ତି ଫିଲ୍ମ ଦୁନିଆରେ ଯିବାକୁ ସେ ପସନ୍ଦ କରନ୍ତି ନାହିଁ କାରଣ ଫିଲ୍ମ ପାଇଁ ଅନେକ ସ୍ଥାନକୁ ଯିବାକୁ ପଡିଥାଏ ତେଣୁ ମୁଁ  ସିରିୟାଲ କରିବାକୁ ପସନ୍ଦ କରେ । ମାତ୍ର ଯଦି ଭବିଷ୍ୟତରେ ସୁଯୋଗ ମିଳେ ତେବେ ରାଜନୀତି କ୍ଷେତ୍ରରେ ଯିବା ପାଇଁ ମୋର ଇଛା ରହିଛି । ଏହି ପୂର୍ବ ମାସରେ ମୋର ମାୟାବିନି ସିରିୟାଲ ଶେଷ ହୋଇଛି ତେଣୁ ମୁଁ ଅବି କିଛି ଦିନ ବିରାମ ନେବାକୁ ଚାହେଁ ତା ‘ ପରେ ଆଉ ଏକ ସିରିୟାଲ କରିବି ।

ମୋ  ସ୍ଵାମୀ ଜଣେ ବିଜନେସମ୍ୟାନ ତେଣୁ ମୁଁ ଆଗକୁ ବିଜନେସ୍ କରିବାକୁ ଇଛା କରୁଛି । ଆମର ଚାରି ବର୍ଷ ପ୍ରେମ ମୁଁ ଯେବେ ଗାଁ ରୁ ଭୁବନେଶ୍ଵର ଆସିଥିଲେ ତେବେ  ମୋ ସ୍ଵାମୀ ମୋତେ ବହୁତ ସହଯୋଗ କରି ଏହି ସ୍ଥାନରେ ପହଞ୍ଚିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଳାଇଛନ୍ତି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁଲାଇକ,ଶେୟାର କରନ୍ତୁ ।    

Leave a Reply

Your email address will not be published. Required fields are marked *