ନମସ୍କାର ବନ୍ଧୁଗଣ । ଓକିଲଙ୍କ ବିନା କୋର୍ଟରେ କେମିତି ଲଢିବେ କେସ୍ ? ଜାଣନ୍ତୁ କଣ ରହିଛି ନିୟମ ! ସାଧାରଣତ ଆମ ସହ ଯଦି କୋଣସି ଅନ୍ୟାୟ ହୋଇଥାଏ ତେବେ ଆମେ କୋର୍ଟର ଦ୍ଵାରସ୍ଥ ହୋଇଥାଉ । ମାତ୍ର କୋର୍ଟକଚେରୀ ମାମଲାରେ ନ୍ୟାୟ ପାଇବା ପାଇଁ ଆମେ ଆଇନଜୀବୀମାନଙ୍କର ସାହାଯ୍ୟ ଲଢିଥାଉ କିନ୍ତୁ ଓକିଲମାନେ କେସ ଲଢିବା ପାଇଁ ଅନେକ ଟଙ୍କା ମାଗନ୍ତି ।
ଏହି ଭଳି ପରିସ୍ଥିତିରେ ଇଛା ହୁଏ କି ନିଜ କେସ ନିଜେ ଲଢିବାକୁ । ତେବେ ଆପଣମାନଙ୍କ ପାଇଁ ବଡ ଖବର ଆପଣ ନିଜ କେସ୍ କୁ ନିଜେ ଲଢିପାରିବେ ।ଏପରି ଏକ ମାମଲା ସାମନାକୁ ଆସିଛି ଇଣ୍ଡୋରରେ ରହୁଥିବା ଆକାଶ ଡୁବେ ସେ ତାଙ୍କ କ୍ରେଡିଟ କାର୍ଡକୁ ବ୍ୟାଙ୍କ ଲକରରେ ରଖିଥିଲେ କିନ୍ତୁ କିଏ ତାଙ୍କ ଲକରକୁ ଜାଲିଆତି କରି କ୍ରେଡିଟ କାର୍ଡକୁ ବ୍ୟବହାର କରିଥିଲେ ।
ଆକାଶ ଏହାକୁ ନେଇ ବ୍ୟାଙ୍କ ଅଧିକାରୀମାନଙ୍କୁ ଅଭିଯୋଗ କରିଥିଲେ । ମାତ୍ର ସେମାନେ କୋଣସି ପଦକ୍ଷେପ ନ ନେବା କାରଣରୁ କଞ୍ଜ୍ଯୁମର କୋର୍ଟ ପହଞ୍ଚିଥିଲେ ଓ ନିଜେ ତିନି ବର୍ଷ କେସ୍ ଲଢିଥିଲେ । ଏହା ପରେ କୋର୍ଟ ଆକାଶ ଡୁବେଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଯଦି କୋଣସି ମାମଲା ରୁଜୁ ହୁଏ ତେବେ ଆମେ ଆଇନଜୀବୀମାନଙ୍କର ସହାୟତା ନେଇଥାଉ କିନ୍ତୁ ସେମାନେ ଅଧିକ ଟଙ୍କା ମାଗନ୍ତି ।
ତେଣୁ ଆମ ସ୍ଵାମ୍ବିଧାନ ଧାରା 32 ଓକିଲ ଧାରା 1961 ମୁତାବିକ କୋଣସି ନାଗରିକ ମାମଲାରେ ପଶିଥାନ୍ତି । ତେବେ ସେ ନିଜେ କେସ୍ ଲଢିପାରିବେ ।ଏଥିପାଇ ଆପଣଙ୍କୁ ବିଚାରପତିଙ୍କ ଠାରୁ ଅନୁମତି ନେବାକୁ ପଡିବ ଓ ଏହା ପଛରେ କାରଣ ମଧ୍ୟ କହିବା ନିୟମ ହୋଇଥାଏ । ଆରମ୍ଭରେ କେତେବେଳେ ଆପଣଙ୍କ ନିଜର କେସ ଲଢିବେ ତେବେ ଆପଣଙ୍କୁ ଟଙ୍କା ଦେବାକୁ ପଡିବ ଏବଂ ପରବର୍ତ୍ତୀ ସମୟରେ ଆପଣ ସେହି ଟଙ୍କା କମ୍ପାନି ଠାରୁ ଦାବି କରିପାରିବେ ।
ନିଜ କେସ୍ ଲଢିବା ପାଇଁ କୋଣସି ଆଇନଗତ ଯୋଗ୍ୟତାର ଅବଶ୍ୟକତା ନାହିଁ କୋର୍ଟରେ ମାମଲା ସହ ଯୋଡିତ ପ୍ରମାଣ ପତ୍ର ଦେଇ କେସ୍ ଲଢିପାରିବେ । ମାତ୍ର ଏହାର କେତେକ ନିୟମ ରହହିଛି ତଥା ଆପଣଙ୍କୁ ଇଂରାଜୀ ଓ ହିନ୍ଦୀ ଭାଷାର ଜ୍ଞାନ ଏବଂ କୋର୍ଟ ସମ୍ବନ୍ଧୀୟ ନିୟମର ଅଭଜ୍ଞତା ରହିବା ଉଚିତ୍ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।